ନୂଆପଡ଼ା,(ବି.ବି.ନୁ୍ୟଜ୍): ନିର୍ବନ୍ଧ ପାଇଁ କନ୍ୟାଙ୍କ ଘରକୁ ଯାଇଥିଲେ । ଦିନ ତମାମ ଆନନ୍ଦ ଉଲ୍ଲାସର ସହ ଜମିଥିଲା ଭୋଜିଭାତ ଆସର । ନିର୍ବନ୍ଧ କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ ଘରବାହୁଡ଼ା ବେଳେ ଘଟିଲା ଅଘଟଣା । ଫେରୁଥିବା ପିକ୍ ଅପ୍ ଗାଡ଼ି ଏକ ଟ୍ରାକ୍ଟର ସହ ଧକ୍କା ହେବା ଫଳରେ ୧୩ ଜଣଙ୍କ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ଖୁସିରେ ଏକ ପିକ୍ ଅପ ଗାଡ଼ିରେ ନିଜ ଘରକୁ ଫେରୁଥିଲେ । ବାଟରେ ପଞ୍ଚମପୁର ନିକଟରେ ଏକ ଟ୍ରାକ୍ଟର ସହ ପିକ୍ ଅପ ଧକ୍କା ହେବାରୁ ୧୩ ଜଣ ଆହତ ହୋଇଛନ୍ତି । ଏଥିରେ ୩ ଜଣ ଗୁରୁତର ଆହତ ହୋଇ ରାୟପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରମାନେ ହେଲେ ସରେଇପାଲି ଗାଁର ଟିକେଶ୍ୱରୀ କେଉଁଟ(୧୦), ଦେଓ କେଉଁଟ(୧୦) ଓ ଡିଗେଶ୍ୱର ପଟେଲ(୧୭) । ୧୦ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ବେଲଟୁକୁରୀ ଥାନା ସରେଇପାଲି ଗାଁର ଶଶି କେଉଁଟ(୨୨)ଙ୍କ ବିବାହ ଧରମବନ୍ଧା ଥାନା ଖୁଟମନଭେରା ଗାଁରେ ସ୍ଥିର ହୋଇଥିଲା । ଆଜି ଝିଅ ଘରେ ନିର୍ବନ୍ଧ କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ପୁଅପକ୍ଷର ୨୫ ଜଣ ଆଜି ଏକ ପିକ୍ ଅପ୍ ଭ୍ୟାନରେ ଖୁନମନଭେରା ଆସିଥିଲେ । ସନ୍ଧ୍ୟାରେ ନିର୍ବନ୍ଧ ସାରି ପୁଅପକ୍ଷ ଲୋକ ଘରକୁ ଫେରିବାବେଳେ ପଞ୍ଚମପୁର ନିକଟରେ ଏକ ଟ୍ରାକ୍ଟର ସହ ଭ୍ୟାନ ଧକ୍କା ହୋଇଥିଲା । ପିକ୍ ଅପ୍ ଭ୍ୟାନ୍ର ଡାହାଣ ପାଶ୍ୱର୍ରେ ଟ୍ରାକ୍ଟର ଘସି ହେବାରୁ ଡାଲା ଭାଙ୍ଗି ଯାଇଥିଲା । ଫଳରେ ଡାହାଣ ପାଶ୍ୱର୍ରେ ଛିଡ଼ା ହୋଇଥିବା ଲୋକେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ୩ ଗୁରୁତର ବାଦ୍ ସୋନହର କେଉଁଟ(୬୮), ପ୍ରମିଳା କେିଁଟ(୧୧), ବିନ୍ଦ୍ୟା କେଉଁଟ(୧୨), ଭେକରାମ କେଉଁଟ(୧୪), ଯୁବରାଜ ରାଉତ(୨୫), ମନିଷ କେଉଁଟ(୯), ବରାନୁ କେଉଁଟ(୧୧), ବାସୁଦେବ ବରିହା (୨୮), ଗୋପାଲ କେଉଁଟ(୧୯), ଧନେଶ୍ୱର କେଉଁଟ(୨୨) ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ବର ଶଶିଙ୍କ କୌଣସି କ୍ଷତି ହୋଇ ନଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.