ପିକ୍ଅପ୍ ଧକ୍କାରେ ଯୁବକ ଗୁରୁତର

Get real time updates directly on you device, subscribe now.

ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ): ଏକ ଅଜଣା ପିକ୍ଅପ୍ ଗାଡି ଧକ୍କାରେ ସୋମବାର ଏଠାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯୁବକ ହେଲେ ଚନ୍ଦାହାଣ୍ଡି ବ୍ଲକ ହଳଦୀ ଖଳିଆ ପଡାର ପରମେଶ୍ୱର ଝାଙ୍କର(୨୨) ।
ସୂଚନା ଅନୁସାରେ, ପରମେଶ୍ୱର କୌଣସି କାମରେ ନିଜ ଗାଁରୁ ଏକ ବାଇକ୍ ଯୋଗେ ଛତିଶଗଡ ଆଡକୁ ଯାଉଥିଲେ । ଅଜଣା ଗାଡିଟି ତାଙ୍କୁ ତେଳାତାଣ୍ଡି ଝାଳିଆପଡା ପାଖରେ ଧକ୍କା ଦେଇ ପଳାଇ ଯାଇଥିଲା । ରାସ୍ତାକଡ ବିଲ ମଧ୍ୟକୁ ପରମେଶ୍ୱର ବାଇକ୍ ସହ ଛିଟିକି ପଡିଥିଲେ । ଅଚେତ ଅବସ୍ଥାରେ ସେ ବିଲରେ ପଡିଥିଲେ । ଏହି ସମୟରେ ଦଣ୍ଡାମୁଣ୍ଡା ଗାଁର ଜଗନ୍ନାଥ ମନ୍ଦିର ପୂଜକ ସୁରେନ୍ଦ୍ର ଦାଶ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚନ୍ଦାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ମନୀଷ କୁମାର ପୁରୋହିତ ତୁରନ୍ତ ତାଙ୍କର ଚିକିତ୍ସା କରିଥିଲେ । ପରମେଶ୍ୱରଙ୍କ ନାକ ଓ ଗୋଡରେ ଗଭୀର ଆଘାତ ଲାଗିଛି । ମନ୍ଦିର ପୂଜକଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons