ଜଗତସିଂହପୁର,(ବି.ବି.ନୁ୍ୟଜ୍): ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନାରଦିଆ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତୁ୍ୟ ହୋଇଛି । ମୃତକ ଦୁଇଜଣ ହେଲେ ଏରସମା ଥାନା ମଠସାହି ଗାଁର ପୁଷ୍ପକ କାଣ୍ଡି ଓ ନକୁଳ କାଣ୍ଡି । ଉଭୟ ଏକ ବାଇକ୍ରେ ବାଲିକୁଦାରୁ ଘରକୁ ଫେରୁଥିବା ବେଳେ ନାରଦିଆ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନରେ ପିଟି ହୋଇ ଯାଇଥିଲେ । ଖବର ପାଇ ବାଲିକୁଦା ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲିକୁଦା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବାଲିକୁଦା ପୋଲିସ ଦୁର୍ଘଟଣା ଘଟାଇଥିବା ଭ୍ୟାନକୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.