
ବଲାଙ୍ଗିରରେ (ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ୨୪ ଘଣ୍ଟା ଭିତରେ ହତ୍ୟା ଘଟଣାର ପର୍ଦ୍ଦାଫାଶ । ସାମାନ୍ୟ ବଚସାକୁ କେନ୍ଦ୍ରକରି ଚାଲିଗଲା ଯୁବକଙ୍କ ଜୀବନ । ବଲାଙ୍ଗୀର ଗେଟ୍ ସରୋବର ପଡାରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ ୬ ଅଭିଯୁକ୍ତକୁ ଗିରଫ କରାଯାଇଛି । ମୃତ ଯୁବକ ବାନିରୁଲ ଏସ କେଙ୍କୁ କୋଦାଳରେରେ ପିଟି ପିଟି ମାରିଦେଲେ ଗିରଫ ଅଭିଯୁକ୍ତ ।
ପ୍ରଥମେ ମୃତକ ଜଣଙ୍କ ଶୋଇଥିବା ଅବସ୍ଥାରେ ଅଭିଯୁକ୍ତଙ୍କୁ ଆକ୍ରମଣ କରିଥିଲେ । ପରେ ୬ ଜଣ ଅଭିଯୁକ୍ତଙ୍କ ପାଲଟା ଆକ୍ରମଣ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ଏକ ଜରି ଓ ମସିଣାରେ ଗୁଡାଇ ନାଳରେ ଫିଙ୍ଗି ଦେଇଥିଲେ । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରଯାଇଛି । ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.