ଚିକିତ୍ସ ଙ୍କ ବିନା ପିଠି ଯନ୍ତ୍ରଣାର ଘରୋଇ ଉପଚାର ସମ୍ଭବ ବୋଲି ନିକଟରେ ଏକ ବୈଜ୍ଞାନିକ ପ୍ରକାଶ କରିଛନ୍ତି । ଯନ୍ତ୍ରଣା ହେଉଥିବା ସ୍ଥାନରେ ଦିନକୁ ଚାରିଥର ବରଫ ସେକ ଦିଅନ୍ତୁ । ଧ୍ୟାନ ରଖିବେ ଯେପରି ବରଫ ସର୍ବଦା ଆଇସ୍ବ୍ୟାଗ୍ କିମ୍ବା ଏକ ମୋଟା ସଫା କପଡ଼ାରେ ଗୁଡ଼ାଇ ଦେବା ଦରକାର । ଏହାସହ ଯଦି ଆଇସ୍ ବ୍ୟାଗ୍ଟି ଅଧିକ ଥଣ୍ଡା ଲାଗେ, ତେବେ ତଉଲିଆରେ ଆଇସ୍ ବ୍ୟାଗ୍କୁ ଗୁଡ଼ାଇ ସେକ ଦିଅନ୍ତୁ । ସେକ ୨୦ ମିନିଟରୁ ଅଧିକ ଦେବେ ନାହିଁ । ପ୍ରାୟ ଦୁଇ ଚାରି ଦିନ ବରଫ ସେକ ଦେବା ପରେ ଗରମ ସେକ ଦିଅନ୍ତୁ । ଏଥିପାଇଁ ହିଟିଂ ପ୍ୟାଡ୍ କିମ୍ବା ହିଟିଂ ଲ୍ୟାମ୍ପ ବ୍ୟବହାର କରିପାରିବେ । ଏହି ସମୟରେ ଭାରୀ ଜିନିଷ ଉଠାଇବେ ନାହିଁ ଏବଂ ପର୍ଯ୍ୟାପ୍ତ ପରିମାଣରେ ବିଶ୍ରାମ ନେବା ଜରୁରୀ ବୋଲି ବୈଜ୍ଞାନିକମାନେ ଦର୍ଶାଇଛନ୍ତି । ଏହି ଘରୋଇ ଉପଚାର ଦ୍ୱାରା ସାଧାରଣ ପିଠି ଯନ୍ତ୍ରଣା ଭଲ ହୋଇଯାଏ । ଯଦି ଯନ୍ତ୍ରଣା ହେଉଥିବା ସମୟରେ ମଳମୂତ୍ର ତ୍ୟାଗ କରିବାରେ ସମସ୍ୟା ଦେଖାଗଲେ କିମ୍ବା ଗୋଡ଼ ବଧିର ଓ ଦୁର୍ବଳ ଲାଗେ ,ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
Comments are closed, but trackbacks and pingbacks are open.