ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ଚାନ୍ଦିପୁରସ୍ଥିତ ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ପ୍ରତିÂାନ (ଡିଆର୍ଡିଓ) ପକ୍ଷରୁ ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଏହା ସହ ବିଶ୍ୱ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ନିଜର ସ୍ଥିିତି ଅହୁରି ମଜବୁତ କରିଛି । ଏହି ସଫଳତା ସହ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ଆଉ ଏକ ପାଦ ଆଗକୁ ବଢ଼ିଛି ।
ବୁଧବାର ଆଇଟିଆରର ୩ ନମ୍ବର ଲଞ୍ଚ ପ୍ୟାଡ୍ରେ ବହୁପ୍ରତୀକ୍ଷିତ ଏହି କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଥିଲା । ପୂର୍ବାହ୍ନ ୧୦.୨୩ ମିନିଟିରେ ଏକ ଲଞ୍ଚରରେ ଏହାର ପ୍ରଥମ ପରୀକ୍ଷଣ କରାଯାଇଥିଲା । ପରେ ୪୪ ସେକେଣ୍ଡ ମଧ୍ୟରେ ଅନ୍ୟ ୫ ରାଉଣ୍ଡ ପରୀକ୍ଷଣ ସଫଳ ହୋଇଥିଲା । ପିନାକର ଲକ୍ଷ୍ୟ ଭେଦ କ୍ଷମତା ୪୫ କିଲୋମିଟର ।
ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ବ୍ୟାରେଲ ଲମ୍ବ ୭.୨ ମିଟର, ମୋଟେଇ ୮.୪ ଇଞ୍ଚ । ଆଗାମୀ ଦିନରେ କ୍ଷେପଣାସ୍ତ୍ର ପିନାକ-୧ ସ୍ଥାନରେ ଏହାର ବ୍ୟବହାର କରାଯାଇ ପାରିବ । ପୂର୍ବରୁ ପିନାକ-୧କୁ କାର୍ଗିଲ ଯୁଦ୍ଧରେ ବ୍ୟବହାର କରାଯାଇଥିଲା । ଏହି କାରଣରୁ ଏହାକୁ ମଧ୍ୟ ଆଗାମୀ ଦିନରେ ସ୍ଥଳ ସେନାରେ ବ୍ୟବହାର କରାଯାଇପାରିବ । ଏହାକୁ ଯୁଦ୍ଧଯାନରେ ସ୍ଥାନାନ୍ତରଣ କରାଯାଇପାରିବ । ପରୀକ୍ଷଣ ବେଳେ ଡିଆର୍ଡିଓର ସମସ୍ତ ବୈଜ୍ଞାନିକ, କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons