ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବହୁ ଚର୍ଚ୍ଚିତ ଉଷାଶ୍ରୀ ପରିଡ଼ା ହତ୍ୟା ମାମଲା ଓ ଏୟାରଫିଲ୍ଡ ଅଭିମନୁ୍ୟ ନାୟକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି । ଏହି ୨ଟି ହତ୍ୟାକାଣ୍ଡର ତଦନ୍ତକାରୀ ଅଫିସ୍ର ଓ ସରକାରୀ ଓକିଲ (ପିପି)ଙ୍କୁ ପୁଲିସ୍ କମିଶନର ଡ. ସୁଧାଶୁ ଷଡଙ୍ଗୀ ପୁଲିସ୍ ସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି । ସେମାନେ ହେଲେ ବର୍ତ୍ତମାନ ପାରାଦୀପରେ ଥିବା ଅତିରିକ୍ତ ଏସ୍ପି ବିଷ୍ଣୁ ଚରଣ ମିଶ୍ର, ରାଜନଗର ଥାନାରେ କାର୍ଯ୍ୟରତ ଏସ୍ଆଇ ଅଜୟ କୁମାର ସାହୁ, ପିପି ଶରତ ଚନ୍ଦ୍ର ସାମନ୍ତ ଓ ପିପି ସଲିଳ କୁମାର ପ୍ରଧାନ ।
ଉଷାଶ୍ରୀଙ୍କୁ ୨୦୧୩ ଜୁନ୍ରେ ସ୍ୱାମୀ କର୍ଣ୍ଣେଲ ଡ. ସୋମନାଥ ପରିଡ଼ା ହତ୍ୟା କରିବା ପରେ ୩ ଶହ ଖଣ୍ଡ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ସୋମନାଥଙ୍କୁ ଗିରଫ କରିଥିଲା । ପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ସମସ୍ତ ପ୍ରମାଣ ଯୋଗାଡ଼ କରିଥିଲେ ତଦନ୍ତକାରୀ ଅଫିସର ବିଷ୍ଣୁ ଚରଣ ମିଶ୍ର । ସେ ସବୁ ପ୍ରମାଣକୁ କୋର୍ଟରେ ବିଚାରପତି ଲୋକନାଥ ମହାପାତ୍ରଙ୍କ ନିକଟରେ ଉପସ୍ଥାପନ କରିଥିଲେ ପିପି ଶ୍ରୀ ସାମନ୍ତ । ଏହାପରେ ଅଭିଯୁକ୍ତ ସୋମନାଥଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଥିଲା । ସେହିଭଳି ୨୦୧୮ରେ ଅଭିମନୁ୍ୟ ନାୟକଙ୍କୁ ତାଙ୍କ ଜ୍ୱାଇଁ ଚନ୍ଦନ ମଲ୍ଲିକ ହତ୍ୟା କରିବା ଉଦେ୍ଧଶ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଅଭିମନୁ୍ୟଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ ଓ ପରେ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । ଏୟାରଫିଲ୍ଡ ଥାନା ପୁଲିସ୍ ମାମଲା ରୁଜୁ କରିଥିଲା । ଏହି ହତ୍ୟାକାଣ୍ଡର ତଦନ୍ତ ଭାର ନେଇଥିଲେ ଏସ୍ଆଇ ଅଜୟ । ସମସ୍ତ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିଥିଲେ । ବିଚାରପତି ଧନେଶ୍ୱର ମଲ୍ଲିକ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଚନ୍ଦନକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।
ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଏସ୍ପି ବିଷ୍ଣୁ ଚରଣ ମିଶ୍ର କହିଲେ ଯେ, ଏଭଳି ହତ୍ୟାକାଣ୍ଡ ମୋ ଜୀବନରେ କେବେ ଦେଖିନି । ଓଡ଼ିଶା ଇତିହାସରେ ଏହା ବିରଳ ଘଟଣା । ଅଭିଯୁକ୍ତ ପ୍ରାୟ ସବୁ ପ୍ରମାଣ ନଷ୍ଟ କରି ଦେଇଥିଲା । ତା’ ବିରୋଧରେ ପ୍ରମାଣ ଯୋଗାଡ଼ କରିବାକୁ ବହୁ କଷ୍ଟ ହୋଇଥିଲା । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ଅନେକ ଭୂମିକା ରହିଛି ଆଇଆଇସି ଅନୁପ କାନୁନଗୋ ଓ ଚାର୍ଜସିଟ୍ ଲେଖିଥିବା କିଶୋର ଚନ୍ଦ୍ର ମୁଣ୍ଡଙ୍କର । କମିଶନର ଶ୍ରୀ ଷଡଙ୍ଗୀ କହିଲେ, ଏହି ଘଟଣାରେ ଶ୍ରୀ ମୁଣ୍ଡଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । କାର୍ଯ୍ୟକ୍ରମରେ ଅତିରିକ୍ତ ପୁଲିସ୍ କମିଶନର ସଞ୍ଜୟ ସିଂହ, ଡିସିପି ଅନୁପ ସାହୁ ଓ କିଛି ବରିÂ ପୁଲିସ୍ ଅଫିସର ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.