ପିଲାକଳିରୁ ନାବାଳକକୁ ହତ୍ୟା, ୩ ଅଟକ

Get real time updates directly on you device, subscribe now.

ଢେ଼ଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆଖୁଆପାଳ ପଞ୍ଚାୟତ ୩ ନଂ କଲୋନୀର ସ୍ୱର୍ଗତ ବିଜୟ ନାଏକଙ୍କ ପୁଅ ମକୁ ନାୟକ(୧୪)ଙ୍କ ସନେ୍ଦହଜନକ ମୃତୁ୍ୟ ହୋଇଛି । ତାଙ୍କୁ ସାହିର ତିନି ଜଣ ବ୍ୟକ୍ତି ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ମା’ ଅବନ୍ତୀ ନାଏକ ଥାନାରେ ଅଭିଯୋଗ କରିଛନ୍ତି । ପିଲାକଳିରୁ ଏହି ଘଟଣା ଘଟିଥିବା ଜଣାଯାଇଛି । ପୁଲିସ ତିନି ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ୪ ଦିନ ପୂର୍ବେ ମକୁ ଓ ସାହିର ଦୀପୁ ନାମକ ଜଣେ ୮ ବର୍ଷର ପିଲା ସହ ଝଗଡ଼ା ହୋଇଥିଲା । ଦୁଇ ଦିନ ପରେ ଅର୍ଥାତ୍ ଗତକାଲି ସନ୍ଧ୍ୟାରେ ଦୀପୁର ବାପା ବିନୋଦ ଗୋଚ୍ଛାୟତ ସାହିର ଅନ୍ୟ ଦୁଇ ଜଣଙ୍କୁ ସାଙ୍ଗରେ ଧରି ମକୁ ଘରକୁ ଯାଇଥିଲେ । ସେତିକିବେଳେ ମା’ଅବନ୍ତି ମୂଲମଜୁରୀ କରିବାକୁ ଯାଇ ଘରକୁ ଫେରିନଥିଲେ । ଘରେ କେହି ନଥିବା ବେଳେ ଚାରି ଦିନ ତଳର ଘଟଣାକୁ ନେଇ ମକୁଙ୍କୁ ଅଭିଯୁକ୍ତମାନେ ବାଡ଼ିଆପିଟା କରିଥିଲେ । ମକୁଙ୍କ ଜେଜେମା’ ଏଥିରେ ହସ୍ତକ୍ଷେପ କରି ସେମାନଙ୍କ କବଳରୁ ନାତିକୁ ମୁକୁଳାଇଥିଲେ । ତେବେ ଏହି ଘଟଣାର କିଛି ସମୟ ପରେ ସେମାନେ ପୁଣି ଆସି ମକୁଙ୍କୁ ଘରୁ ଘୋଷାଡ଼ି ନେଇ ପଳାଇ ଯାଇଥିଲେ ବୋଲି ପରିବାର ପକ୍ଷରୁ ଏତଲାରେ ଦର୍ଶାଯାଇଛି । ଅବନ୍ତି ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ରାତି ସାରା ଆଖପାଖ ଅଞ୍ଚଳରେ ପୁଅକୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ଆଜି ସକାଳେ ଘର ନିକଟସ୍ଥ ଏକ ଗଛରେ ମକୁଙ୍କ ଶବ ଝୁଲୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ବିନୋଦ ଓ ତାଙ୍କର ସହଯୋଗୀମାନେ ଯୋଜନାବଦ୍ଧ ଭାବେ ମକୁଙ୍କୁ ମାରି ଗଛରେ ଝୁଲାଇ ଦେଇଛନ୍ତି ବୋଲି ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି । କାମାକ୍ଷାନଗର ଏସ୍ଡ଼ିପିଓ ସୁପ୍ରସନ୍ନ ମଲ୍ଲିକ, ପରଜଙ୍ଗ ଥାନା ଅଧିକାରୀ ସନ୍ତୋଷ କୁମାର ପ୍ରଧାନ, ଦଦରାଘାଟି ଫାଣ୍ଡି ଅଧିକାରୀ ସମରଜିତ ନାୟକଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିଥିଲେ । ପରେ ଶବ ପଞ୍ଚନାମା କରାଯିବା ସହ ବ୍ୟବଚ୍ଛେଦ ନିମନ୍ତେ ପରଜଙ୍ଗ ଡାକ୍ତରଖାନା ପଠାଇ ଦିଆଯାଇଥିଲା । ଏ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହିତ ବିନୋଦଙ୍କ ସମେତ ସାହିର ଦିଲ୍ଲୀପ ନାଏକ ଓ ତପୁ ନାଏକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି । ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ଏସ୍ଡ଼ିପିଓ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons