ପିଲା ଚୋର ଗୁଜବରେ ମାଡ଼ ଖାଉଛନ୍ତି ମାନସିକ ବିକୃତ

Get real time updates directly on you device, subscribe now.

ବାସୁଦେବପୁର, (ବି.ବି.ନୁ୍ୟଜ): ପିଲା ଚୋର ଗୁଜବ ବାସୁଦେବପୁର ଅଞ୍ଚଳରେ କିଛିଦିନ ହେବ ବେଶ ଜୋର ଧରିଛି । ଏହି ଗୁଜବରେ ମାନସିକ ବିକୃତ ଓ ଅଣ ଓଡ଼ିଆ ବ୍ୟକ୍ତିମାନେ ସିକାର ହୋଇ ମାଡ଼୍ ଖାଉଛନ୍ତି । ମଙ୍ଗଳବାର ଜଣେ ଅଣଓଡିଆ ଯୁବକଙ୍କୁ ସ୍ଥାନୀୟ ରାଧାବଲ୍ଲଭପୁର ଛକରେ କେତେକ ଯୁବକ ଅମାନୁଷିକ ଭାବେ ମାଡ଼ ମାରିଛନ୍ତି । ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାସୁଦେବପୁର ଥାନା ଜିମା ଦେଇଛନ୍ତି । ସ୍ଥାନୀୟ ଯୁବକଙ୍କ ମାଡ଼ରେ ଅଣ ଓଡିଆ ଯୁବକ ନିସ୍ତେଜ ହୋଇଯିବାରୁ ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନିଆଯାଇଥିଲା ।
ପ୍ରକାଶ ଥାଉକି, ଉକ୍ତ ଯୁବକ ଜଣକ ଗତ ୫ ଦିନ ହେବ ନନ୍ଦପାଟଣାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପ୍ରତିଦିନ ମାଡ଼ ଖାଇ ଆସୁଛନ୍ତି । ସେହିପରି ସନ୍ଧ୍ୟାରେ ଚୂଡାମଣି ସେଠୀ ସାହିରେ ପିଲାକୁ ଚୋରି କରୁଥିବା ବେଳେ ପିଲାର ମାଆ ପିଲାକୁ ଚୋରକୁ କବଳରୁ ରକ୍ଷା କରିବାକୁ ଯାଇ ସେହି ମହିଳାଙ୍କ ବେକକୁ ଚୋର ବ୍ଲେଟ୍ରେ ଆକ୍ରମଣ କରିବା ଘଟଣା ପ୍ରଚାର ହୋଇଥିଲା । ଘଟଣା ପ୍ରଚାର ହେବା ପରେ ଚୁଡାମଣି ସମେତ ବାସୁଦେବପୁର ଆଖପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଉକ୍ତ ଅଞ୍ଚଳରେ ରାତି ତମାମ ଉକ୍ତ ପିଲା ଚୋରକୁ ଖୋଜିବା ପାଇଁ ବିଲବାଡ଼ିରେ ହଜାର ହଜାର ଲୋକ ଲାଗି ପଡିଥିଲେ । ହେଲେ ଏହି ଘଟଣାକୁ ନେଇ ଚୂଡାମଣୀ ଥାନାଧିକାରୀ ଏମଡି ହାପିଜ୍ଙ୍କୁ ପଚାରିବାରୁ ସେ କହନ୍ତି, ଉକ୍ତ ଘଟଣା ସମ୍ପର୍କରେ କେହି ଲିଖିତ ଅଭିଯେଗା କରି ନାହାନ୍ତି । ଯାହାକି ଏହି ଘଟଣାର କୌଣସି ସତ୍ୟତା ନାହିଁ । ଲୋକମାନଙ୍କ ହଇଚଇ ଦେଖି ଆମେ ମଧ୍ୟ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲୁ । କିଛି ପାଇ ନ ଥିଲୁ । ବିନା କାରଣରେ ମାନସିକ ବିକୃତ, ଅଣଓଡ଼ିଆଙ୍କୁ ମାଡ଼ ହେଉଥିବା ଭିଡିଓ ଭାଇରାଲ ହେବା ପରେ ମାଡ଼ ମାରୁଥିବା ବ୍ୟକ୍ତିଙ୍କ ଉପରେ କାହିଁକି ପୁଲିସପଦକ୍ଷେପ ନେଉ ନାହିଁ ବୋଲି ବୁଦ୍ଧିଜୀବୀ ଗଗନ ବିହାରୀ ସେଠୀ, ସୁଦର୍ଶନ ସାମଲ, ନିରଂଜନ ବିଶ୍ୱାଳ, ସୁଧାଂଶୁ ମିଶ୍ର ପ୍ରମୁଖ ପ୍ରଶ୍ନ କରିଛନ୍ତି । ପୁଲିସ ପକ୍ଷରୁ ପିଲା ଚୋରି ଗୁଜବ ବୋଲି ଡାକବାଜୀ ଯୋଗେ ଲୋକଙ୍କୁ ସଚେତନ କରିବା ଉଚିତ ବୋଲି ସଚେତନ ନାଗରିକ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons