ମୟୁରଭଞ୍ଜ,(ବି.ବି.ନୁ୍ୟଜ୍):ସ୍ତ୍ରୀ ଉପରେ ରାଗ ସୁଝାଇବାକୁ ଯାଇ ବାପ ନେଲା ପୁଅର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଯଦୁନାଥପୁର ପଚାଂୟତ ବେଳଡୁଙ୍ଗିରୀ ଗ୍ରାମର ଖଡିଆ ସାହିରେ । ଶାମାଖୁଣ୍ଟା ବ୍ଲକ ଭାଲୁକି ପଚାଂୟତର ବାଲଢିଆ ଗ୍ରାମର ବଦ୍ର ଦେହୁରୀଙ୍କ ପୁଅ ଚେପ ଦେହୁରୀ (୩୫) ଏଭଳି କାଣ୍ଡ ଭିଆଇଛନ୍ତି । ଆଈ ପାଖରେ ଶୋଇଥିବା ବେଳେ ପୁଅକୁ ଉଠାଇ ନେଇ ପଥରରେ ଛେଚି ହତ୍ୟା କରିଛି ବାପ । ଗ୍ରାମବାସୀଙ୍କଠୁ ଖବରପାଇ ବଡ଼ସାହି ପୁଲିସ ଅଭିଯୁକ୍ତ ଚେପକୁ ଗିରଫ କରିଛି । ଆସନ୍ତ କାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।
ଘଟଣା ଅନୁଯାୟୀ, ଦୀର୍ଘ ୪ଦିନ ପୂର୍ବରୁ ଚେପଙ୍କ ଧର୍ମପନôୀ ସୁରୁବାଲୀ ଦେହୁରୀ କୈାଣସି କାରଣ ବସତଃ ନିଜ ବାପଘରକୁ ପଲାଇ ଆସିଥିଲେ । ଗତ କାଲି ଅପରାହ୍ନରେ ଚେପ ନିଜ ଶ୍ୱଶୂର ଘର ଖଡିଆସାହିକୁ ଆସିଥିଲେ । ସବୁ ଠିକଠାକ୍ ଚାଲିଥିବା ବେଳେ ରାତିରେ ସୁରୁବାଲି ତାଙ୍କ ସ୍ୱାମୀଙ୍କୁ ନଜଣାଇ ନିକଟସ୍ଥ ଗ୍ରାମକୁ କରମ ନାଟ ଦେଖିବା ପାଇଁ ଚାଲି ଯାଇଥିଲେ । ଏକଥା ତାଙ୍କ ଶାଶୂଙ୍କୁ ପଚାରିବାରୁ ତାଙ୍କ ଶାଶୂ ସହିତ ବଚସା ହୋଇଥିଲା । ଏହି ବଚସାକୁ କେନ୍ଦ୍ର କରି ଉଗ୍ରରୂପ ନେଇଥିଲେ ଚେପ । ରାତ୍ର ସମୟରେ ଆଈ,ନାତୀ ଶୋଇ ପଡିଥିବା ବେଳେ ଚେପ ସ୍ତ୍ରୀର ରାଗ ସୁଝିବାକୁ ଯାଇ ନିଜର ପୁତ୍ର ସୁଦାମ ଦେହୁରୀ(୫)କୁ ବିଛଣାରୁ ଉଠାଇଆଣି ପଥରରେ ଛେଚି ମାରି ଦେଇଥିଲେ । ମୃତ ଶିଶୁପୁତ୍ରକୁ ନିକଟସ୍ଥ ଜଙ୍ଗଳକୁ ନେଇ ଫିଙ୍ଗିଦେବା ପାଇଁ ଉଦ୍ୟମ କରିଥିଲେ । ସେହି ସମୟରେ ସୁଦାମର ଆଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଚେପକୁ ଧରି ବାନ୍ଧି ପକାଇଥିଲେ । ସକାଳ ହେବାରୁ ବଡସାହି ପୁଲିସକୁ ଗ୍ରାମବାସୀ ଖବର ଦେବାରୁ ଘଟଣା ସ୍ଥଳରେ ପୁଲିସ ପହଁଚିଂ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତ ଚେପକୁ ଗିରଫ କରିବା ସହିତ ମୃତ ଶିଶୁ ପୁତ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଥିଲେ । ଏ ସଂପର୍କରେ ବଡସାହି ପୁଲିସ ୧୩୩/୨୦ରେ ଏକ ମାମଲା ରୁଜୁ କରିଛି ।
Comments are closed, but trackbacks and pingbacks are open.