କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ସିଙ୍ଗାରାମ ଷ୍ଟେସନ ନିକଟରେ ସୋମବାର ପୂର୍ବାହ୍ନରେ ଘଟିଯାଇଛି ଅଭାବନୀୟ ଘଟଣା । ପାରିବାରିକ କଳହରୁ କୁନି କୁନି ପୁଅଝିଅଙ୍କୁ ଟ୍ରେନ ଆଗକୁ ଠେଲି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ବାପା । ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ମୃତକମାନେ ହେଲେ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ପୋଡ଼ାପାଣି ଗାଁର କେଶବ ସୁବୁଦ୍ଧି (୪୦), ଝିଅ ଭାଗ୍ୟଲକ୍ଷ୍ମୀ (୧୨ ) ଓ ପୁଅ ସୋହମ ସୁବୁଦ୍ଧି(୭) । କୋରାପୁଟ ଆରପିଏଫ୍ ଘଟଣାସ୍ଥଳରେ ପହଞ୍ଚି ୩ଟି ଯାକ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି । ସୋମବାର ସନ୍ଧ୍ୟାରେ ପୋଡ଼ାପାଡ଼ି ଗାଁ ଶ୍ମଶାନରେ ଶୋକାକୁଳ ପରିବେଶରେ ବାପ, ପୁଅ ଓ ଝିଅଙ୍କ ଜୁଇ ଜଳିଛି ।
ଏଭଳି ମୃତୁ୍ୟ ପଛର କାରଣ ସଂପର୍କରେ ମୁହଁ ଖୋଲୁନାହାନ୍ତି ପରିବାର ଲୋକେ । କିନ୍ତୁ ପାରିବାରିକ କଳହ ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ପୁଲିସ ପ୍ରାଥମିକ ଭାବେ ସନେ୍ଦହ କରୁଛି । କୋରାପୁଟ ଆରପିଏଫ ଆଇଆଇସି ଅପରେଶ ବେହେରା କହିଛନ୍ତି, ଘଟଣା ଜଣାପଡ଼ିବା ପରେ ସୋମବାର ଅପରାହ୍ନ ସାଢେ଼ ୪ଟାରେ ରେଳ ଧାରଣରୁ ୩ଟି ଯାକ ଶବ ଉଦ୍ଧାର କକରାଯାଇଛି । ଟ୍ରେନରେ କଟି ଦୁଇ ଶିଶୁଙ୍କ ଶବ ଅତ୍ୟନ୍ତ ବିବତ୍ସ ଭାବେ କଟି ବିକ୍ଷିପ୍ତ ହୋଇ ପଡ଼ିଥିଲା । ପ୍ରକୃତରେ କେଉଁ କାରଣ ପାଇଁ ଜଣେ ବାପା ଏଭଳି ନିÂୁର ସାଜିଲେ, ସେସବୁ ଦିଗ ଉପରେ ତଦନ୍ତ ଜାରି ରହିଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ତଦନ୍ତ ପକ୍ରିୟା ତ୍ୱରାନ୍ୱିତ ହେବ ।
ମିଳିଥିବା ସୂଚନା ଅନୁଯାୟୀ, କେଶବ ଉକ୍ରଳ ଆଲୁମିନା କମ୍ପାନିକୁ ରବିବାର ରାତିରେ ଡ଼ୁ୍ୟଟି କରିବାକୁ ଯାଇଥିଲେ । ସୋମବାର ସକାଳେ ଘରକୁ ଫେରିଥିଲେ । ଗାଧୋଇବା ପରେ ପୂର୍ବାହ୍ନ ୯ଟାରେ ପୋଡ଼ାପାଡ଼ି ଗ୍ରାମରୁ ଦୁଇ ପୁଅଝିଅଙ୍କୁ ବାଇକ୍ରେ ଧରି ଷ୍ଟେସନ ଯାଇଥିଲେ । ଷ୍ଟେସନ ସମ୍ମୁଖରେ ବାଇକ୍ ରଖି ଆଉ କିଛିଦୂର ଯାଇଥିଲେ । ସେହି ସମୟରେ ଏକ ମାଲବାହୀ ଟ୍ରେନ୍ ଆସୁଥିଲା । କେଶବ ପ୍ରଥମେ କୁଆଡେ ପୁଅକୁ ଟେକି ଟ୍ରେନ ଆଗକୁ ଫିଙ୍ଗି ଦେଇଥିଲେ । ପରେ ଝିଅକୁ ଟ୍ରେନ ଆଗକୁ ଠେଲି ଦେଇଥିଲେ । ଝିଅ ଜଣକ ପ୍ରଥମେ ହାତରୁ ଖସିଯିବାକୁ ଉଦ୍ୟମ କରିଥିଲା । କିନ୍ତୁ ନିÂୁର କେଶବ ଆଉଥରେ ତାକୁ ଟାଣି ଆଣି ଟ୍ରେନ ଆଗକୁ ଫିଙ୍ଗିଥିବା ଘଟଣାସ୍ଥଳରୁ କିଛି ଦୂରରେ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ପିଲାମାନଙ୍କ ମୃତୁ୍ୟ ପରେ ପିତୃହନ୍ତା ପିତା ନିଜେ ରେଳ ଧାରଣା ଭିତରକୁ ଡେଇଁ ପଡ଼ିଥିଲେ । ଟ୍ରେନରେ କଟି ପୁଅଝିଅଙ୍କ ମୃତୁ୍ୟ ହୋଇଥିବା ବେଳେ କେଶବ ଟ୍ରେନରେ ମାଡ଼ ହୋଇ ଛିଟିକି ପଡ଼ି ପ୍ରାଣ ହରାଇଥିଲେ । ଏହି ଖବର ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା । ଖବର ପାଇ ଆରପିଏଫ ଆଇଆଇସି ଶ୍ରୀ ବେହେରା, ଲକ୍ଷ୍ମୀପୁର ଆରପିଏଫ ସବ୍ଇନ୍ସପେକ୍ଟର ଡି. କେ ସେନାପତି, ଲକ୍ଷ୍ମୀପୁର ଥାନା ସବଇନ୍ସପେକ୍ଟର ସମ୍ବିିତ ସ୍ୱାଇଁଙ୍କ ସହିତ ଆରପିଏଫ ଟିମ୍ ପହଞ୍ଚି ତଦନ୍ତ କରିଥିଲେ ।
Comments are closed, but trackbacks and pingbacks are open.