ପୁଅର ଛୁରି ମାଡ଼ରେ ମାଆ ମୃତ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): ନିଶାଶକ୍ତ ପୁଅର ଛୁରି ମାଡ଼ରେ ମାଆର ମୃତୁ୍ୟ । ମୃତକ ଉର୍ମିଳା ବେହେରା । ରବିବାର ସନ୍ଧ୍ୟାରେ ସାମାନ୍ୟ ମୋଟର ସାଇକଲ ମରାମତିକୁ ନେଇ ହୋଇଥିଲା ଝଗଡ଼ା । ସଦର ଥାନା ଅନ୍ତର୍ଗତ ବିଶିପଡା ପଞ୍ଚାୟତର ବେହେରାପଦର ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗ୍ରାମବସୀଙ୍କ ଠାରୁ ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଉର୍ମିଳା, ବୃନ୍ଦାବତି, ଶାନ୍ତୁନୁ ଓ ପୁତୁରାଙ୍କୁ ଏକ ଅଟୋ ଯୋଗେ ଫୁଲବାଣୀ ଡାକ୍ତରଖାନାକୁ ପଠାଇଥିଲେ । ତେବେ ସେଠାରେ ଡାକ୍ତର ଉର୍ମିଳାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ୬୭/୨୦୨ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ପୁଅ ଭାଗିରଥୀ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ପୁଲିସ୍ ତାଙ୍କୁ ଖୋଜୁଥିବା ଥାନା ଅଧିକାରୀ ଆଦିତ୍ୟ ସେଠୀ ସୂଚନା ଦେଇଛନ୍ତି ।
ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଭାଗିରଥୀ ବେହେରାଙ୍କ ବାଇକ୍ ଭଣଜା ଶାନ୍ତନୁ ନେଇଥିଲେ । ସେତେବେଳେ କୌଣସି କାରଣରୁ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାକୁ ମରାମତି ନକରି ଆଣି ଘରେ ଥୋଇ ଦେଇଥିଲେ । ବାରମ୍ବାର କହିବା ପରେ ମଧ୍ୟ ଶାନ୍ତନୁ ମରାମତି କରିନଥିଲେ । ରବିବାର ସନ୍ଧ୍ୟାରେ ଭାଗିରଥୀ ନିଶାଶକ୍ତ ଅବସ୍ଥାରେ ଆସି ଭଣଜା ଶାନ୍ତନୁ ସହ ପାଟିତୁଣ୍ଡ କରିଥିଲେ । ଏହି ସମୟରେ ଭାଗିରଥୀଙ୍କ ମାଆ ଉର୍ମିଳା ସେମାନଙ୍କୁ ବୁଝାସୁଝା କରୁଥିଲେ । ଏହି ସମୟରେ ନିଶାସକ୍ତ ଭାଗିରଥୀ ଏକ ଛୁରିରେ ମାଆଙ୍କୁ ଆକ୍ରମଣ କରିଥିଲେ । ଛୁରି ଉର୍ମିଳାଙ୍କ ଛାତିରେ ବାଜିବାରୁ ସେ ଗୁରୁତର ହୋଇଥିଲେ । ଭଣଜା ଶାନ୍ତନୁ, ଭଉଣୀ ବୃନ୍ଦାବତି ଓ ଜଣେ ପୁତୁରା ଉର୍ମିଳାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ମଧ୍ୟ ଭାଗିରଥୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରେ ଗ୍ରାମବାସୀ ଆସିବାରୁ ଭାଗିରଥୀ ସେଠାରୁ ଫେରାର୍ ହୋଇ ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons