ପୁଅ ଆକ୍ରମଣରେ ବାପା ଗୁରୁତର

Get real time updates directly on you device, subscribe now.

ନୟାଗଡ : ପୁଅ ଆକ୍ରମଣରେ ବାପା ଗୁରୁତର । ଗୁରୁତର ଅବସ୍ଥାରେ ବୃଦ୍ଧ ବାପା ଉଦୟନାଥ ପଟନାୟକଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୂଖ୍ୟଚିକିତ୍ସାଳୟ ପରେ ଭୂବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଘଟିଛି ନୟାଗଡ ଜିଲ୍ଲା ଓଡଗାଁ ଥାନା ଗର୍ଜିନୀ ଗାଁ ରେ । ଉଦୟନାଥଙ୍କ ସାନ ପୁଅ ପ୍ରତାପ ଏକ ଜମିକୁ ନିଜ ନାମରେ କରାଇଦେବାକୁ ବାପାଙ୍କୁ କହିଥିଲେ ।
ଏଥିରେ ରାଜି ନହେବାରୁ ପ୍ରତାପ ହଠାତ୍ ଉଦୟନାଥଙ୍କ ମୁଣ୍ଡକୁ ପଥରରେ ଛେଚିଦେବା ସହ ଛୁରିରେ ଆକ୍ରମଣ କରିଥିଲା । ମରଣାନ୍ତକ ଆକ୍ରମଣ କରିବା ପରେ ପ୍ରତାପ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଓଡଗାଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons