ପୁଣି ଖେଳିବି ବୋଲି ଭାବି ନଥିଲି: ସ୍ମିଥ୍

Get real time updates directly on you device, subscribe now.

ବର୍ମିଂହାମ: ଏକ ବର୍ଷର ବାସନ୍ଦ ପରେ ପ୍ରତ୍ୟାବର୍ତ୍ତନ ଟେଷ୍ଟରେ ଜବରଦସ୍ତ ଶତକୀୟ ଇନିଂସ୍ ଖେଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ । ଇଂଲଣ୍ଡ ବିପକ୍ଷ ପ୍ରଥମ ଆସେସ୍ରେ ସେ ୧୪୪ (୨୧୯ବଲ୍, ୧୬ଚୌକା, ୨ଛକା) ରନ୍ କରି ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ଶତକ ହାସଲ ପରେ ସ୍ମିଥ୍ ଭାବବିହ୍ୱଳ ହୋଇ ପଡ଼ିଥିଲେ ।
ସେ କହିଥିଲେ, ଗତ ୧୫ ମାସ ବହୁତ କଷ୍ଟକର ଥିଲା । ମୁଁ ପୁଣି କ୍ରିକେଟ୍ ଖେଳିବି ବୋଲି ଭାବି ନଥିଲି । କହୁଣୀ ଅସ୍ତ୍ରୋପଚାର ପରେ କ୍ରିକେଟ୍ ପ୍ରତି କିଛିଟା ଭଲ ପାଇବା କମି ଯାଇଥିଲା । କହୁଣୀ ଠିକ୍ ହେବା ପରେ ପୁଣିଥରେ କ୍ରିକେଟ୍ ପ୍ରତି ଆଗ୍ରହ ବଢ଼ି ଯାଇଥିଲା । ମୁଁ ଅଷ୍ଟ୍ରେଲିଆ ପକ୍ଷରୁ ପୁଣିଥରେ ଖେଳିବାକୁ ସୁଯୋଗ ପାଇଥିବାରୁ ବେଶ ଉତ୍ସାହିତ । ବିପର୍ଯ୍ୟୟ ବେଳେ ଦଳକୁ ବିପଦରୁ ଉଦ୍ଧାର କରିଥିବାରୁ ଖୁସି ଲାଗୁଛି । ମୋ କ୍ୟାରିୟରର ଏହା ଶ୍ରେଷ୍ଠ ଇନିଂସ୍ । ନିମ୍ନଭାଗରେ ପିଟର ସିଡ୍ଲ ଓ ନାଥାନ ଲିୟନଙ୍କ ସହ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ ଥିଲା ।’ ଇଂଲଣ୍ଡ ପ୍ରଶଂସକଙ୍କ ଦୁର୍ବ୍ୟବହାରକୁ ନେଇ ସ୍ମିଥ୍ କହିଛନ୍ତି, ଏହାକୁ ନେଇ ଆଦୌ ଚିନ୍ତିନ୍ତ ନୁହେଁ । ଅଷ୍ଟ୍ରେଲିଆ ପ୍ରଶଂସକମାନେ ମୋତେ ଉତ୍ସାହିତ କରିଥିଲେ । ସେମାନଙ୍କ ସମର୍ଥନ ବଳରେ ଶତକ ହାସଲ କରିପାରିଥିଲି ।’

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons