ପୁଣି ଚାଲିବ ‘ମୋ ସରକାର’ ଫୋନ୍ ଫିଡ୍ବ୍ୟାକ୍

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ଶ୍ରୀ ଅଭୟ ଆଜି ବିଭିନ୍ନ ପ୍ରସଙ୍ଗରେ ପୁଲିସର କାର୍ଯ୍ୟାନୁÂାନକୁ ନେଇ ସମୀକ୍ଷା କରିଛନ୍ତି । ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏନେଇ ବରିÂ ପୁଲିସ ଅଧିକାରୀମାନେ ଥିବା ବେଳେ ଜିଲ୍ଲା ପୁଲିସ ଓ ରେଂଜ କାର୍ଯ୍ୟାଳୟ ଗୁଡ଼ିକର ଅନ୍ୟ ପୁଲିସ ଅଧିକାରୀମାନେ ଭିଡ଼ିଓ କନ୍ଫରେନ୍ସିଂରେ ଯୋଡ଼ି ହୋଇଥିଲେ । କିଛି ମାସ ପୂର୍ବରୁ ‘ମୋ ସରକାର’ ବ୍ୟବସ୍ଥାରେ ପୁଲିସ ବିଭାଗ ସମ୍ପର୍କରେ ଲୋକମାନେ ନିଜର ମତ ଦେଉଥିଲେ । ଫୋନ୍ କରି ପୁଲିସ ପକ୍ଷରୁ ଅଭିଯୋଗକାରୀଙ୍କୁ ବିଭାଗର କାର୍ଯ୍ୟଶୈଳୀ ନେଇ ସନ୍ତୁଷ୍ଟ ଅଛନ୍ତି କି ନାହିଁ ତାହା ପଚରା ଯାଉଥିଲା । ମାତ୍ର କରୋନା କାଳରେ ଏହି ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା । ତାହାକୁ ଏବେ ପୁନଃ କାର୍ଯ୍ୟକ୍ଷମ କରାଯିବ ବୋଲି ଆଜିର ସମୀକ୍ଷାରେ ଡିଜିପି ନିଦେ୍ର୍ଧଶ ଦେଇଛନ୍ତି ।
ତେବେ ଏହି କ୍ରମରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଅଭିଯୁକ୍ତମାନେ ଗିରଫ ତଥା ହାଜତ ରହଣି ବେଳେ ନିୟମ ବହିର୍ଭୂତ କାର୍ଯ୍ୟ କିମ୍ବା ଅନିୟମିତତାକୁ ପ୍ରତିରୋଧ କରିବା ପାଇଁ ଡିଜିପି ନିଦେ୍ର୍ଧଶ ଦେଇଛନ୍ତି । ଏହି ଅବସରରେ ଏଏସ୍ଆଇ ର୍ୟାଙ୍କ୍କୁ ପଦୋନ୍ନତି ପ୍ରସଙ୍ଗରେ ଆଲୋଚନା କରାଯାଇଛି । ସେହିପରି ବିଭିନ୍ନ ଜିଲ୍ଲାରେ କନ୍ଷ୍ଟେବଳରୁ ସିଆଇ ହାବିଲଦାର ଓ ଲାନ୍ସନାୟକ ପଦବିକୁ ହେବାକୁଥିବା ପଦୋନ୍ନତିର ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଛି । ଏଥି ସହିତ ଆଉଟ୍ ଅଫ୍ ଟର୍ଣ୍ଣ ପଦୋନ୍ନତି ବା ଅବଧି ପୂର୍ବରୁ ଅବସର ଦେବା ଓ ଭଲ କାର୍ଯ୍ୟ କରୁଥିବା ଅଫିସର କିମ୍ବା କର୍ମଚାରୀଙ୍କୁ ସମୟ ପୂର୍ବରୁ ପଦୋନ୍ନତିକୁ ପ୍ରୋତ୍ସାହନ ପ୍ରଦାନ ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା କରାଯାଇଛି । ତେବେ ତଦନ୍ତ ବେଳେ ତାହାର ମାନ ବୃଦ୍ଧି କରିବାକୁ ସୁନିଶ୍ଚିତ କରିବା ପାଇଁ ତଦନ୍ତକାରୀ ଅଧିକାରୀମାନେ ଅଧିକ ଯତ୍ନବାନ ହେବେ । ଅପରାଧ ଓ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ପୁଲିସ ବିଭାଗରେ ସିସିଟିଏନ୍ଏସ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ତେବେ ଏହି ବ୍ୟବସ୍ଥାରେ ନୂଆ କରି ସ୍ପେସାଲ୍ ରିପୋର୍ଟ ମଡୁ୍ୟଲ୍ ଖୁବ୍ଶୀଘ୍ର ଲାଗୁ ହେବ । ଏନେଇ ଆଜି ତର୍ଜମା କରାଯାଇଛି । ପ୍ରାୟ ସବୁ ପୁଲିସ ଥାନାରେ ସିସିଟିଭିର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ଛଡ଼ା ପ୍ରଶଂସନୀୟ କାର୍ଯ୍ୟ କରୁଥିବା ଅଫିସର ବା କର୍ମଚାରୀଙ୍କୁ କିପରି ଡିଜିପି ଡିସ୍କ ପ୍ରଦାନ କରାଯିବ ସେନେଇ ମଧ୍ୟ ଆଜି ସବୁ ଅଧିକାରୀଙ୍କ ରାୟ ନିଆଯାଇଛି । ଆଜିର ଏହି ବୈଠକରେ ସମସ୍ତ ଜିଲ୍ଲା ଏସ୍ପି, କଟକ ଓ ରାଉରକେଲା ରେଳବାଇ ଏସ୍ପି, ସମସ୍ତ ରେଂଜ ଆଇଜି, ରେଂଜ ଡିଆଇଜି, ଏଡିଜି ରେଳବାଇ, ରାଜ୍ୟ କ୍ରାଇମ୍ ରେକର୍ଡ ବୁ୍ୟରୋ ନିଦେ୍ର୍ଧଶକ, ଆଇଜି ଅପରେସନ୍, ଏଡିଜି ହେଡ୍କ୍ୱାଟର୍ସ, ଏଡିଜି ଆଇନ ଶୃଙ୍ଖଳା, ଆଇଜି ଆଧୁନିକୀକରଣ, ଆଇଜି ପ୍ରୋଭିଜନିଂ ଓ ଆଇଜି ପର୍ସୋନେଲ୍ ପ୍ରମୁଖ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons