ସମ୍ବଲପୁର, (ବି.ବି.ନୁ୍ୟଜ୍): ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକରେ ଚଳିତ ବର୍ଷ ଧାନ ଅମଳ ପୂର୍ବରୁ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁଯୁମୁରା ବ୍ଲକ ଖଇରମାଳ ଗାଁର ଅବଧୂତ କୁମାର ପ୍ରଧାନ ଚାଷ ପାଇଁ ଲକ୍ଷାଧିକ ଟଙ୍କା ଋଣରେ ଚାପଗ୍ରସ୍ତ ହୋଇ ଗତ ବୁଧବାର କୀଟନାଶକ ପିଇ ଦେଇଥିଲେ । ଆଜି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି ।
ଯୁଯୁମୁରା ବ୍ଲକ ବଡମାାଳ ପଞ୍ଚାୟତ ଖଇରମାଲ ଗାଁର ଅବଧୂତ ତାଙ୍କର ୩.୫ ଏକର ଜମିରେ ଧାନ ଚାଷ ପାଇଁ ତଳି ପକାଇଥିଲେ । ବର୍ଷା ଅଭାବରୁ ତଳି ନଷ୍ଟ ହୋଇ ଯାଇଥିଲା । ଚାଷ ପାଇଁ ସେ ସ୍ଥାନୀୟ ଝାଙ୍କରପାଲି ସୋସାଇଟିରୁ ୭୦ ହଜାର, ଧନୁପାଲି ବ୍ୟାଙ୍କରୁ ୮୦ ହଜାର ଏବଂ ଗାଁରୁ ବିଭିନ୍ନ ଲୋକଙ୍କ ପାଖରୁ ମୋଟ ୧.୫ ଲକ୍ଷ ଟଙ୍କା ହାତ ଉଧାରି କରିଥିଲେ । ଗତବର୍ଷ ଧାନ ମଧ୍ୟ ଚାଷରେ କ୍ଷତି ସହିଥିବା ବେଳେ ଚଳିତ ବର୍ଷା ଅଭାବରୁ ଧାନ ରୋଇ ନପାର ମାନସିକ ଭାରସାମ୍ୟ ହରାଇ ବସିଥିଲେ । ପ୍ରତ୍ୟେକ ଦିନ ଉଦାସିନ ରହୁଥିବା ବେଳେ ଗତ ବୁଧବାର ଅପରାହ୍ନରେ କୀଟନାଶକ ପିଇ ଦେଇଥିଲେ ଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ପ୍ରଥମେ ସଦର ମେଡିକାଲ ଏବଂ ପରେ ବୁର୍ଲା ମୋଡିକାଲ ସ୍ଥାନାନ୍ତର କରିଥିଲେ । ବୁର୍ଲା ମେଡିକାଲରେ ଆସିୟୁ ନ ପାଇବାରୁ ସମ୍ବଲପୁରର ଏକ ଘରୋଇ ମେଡିକାଲରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ଆଜି ଭୋରରୁ ତାଙ୍କ ମୃତୁ୍ୟ ଘଟିଥିଲା । ଋଣଭାରରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପୁଅ ମନୋଜ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି । ଟାଉନ ଥାନା ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।
Comments are closed, but trackbacks and pingbacks are open.