ପୁଣି ଚିହ୍ନଟ ହେଲେ ୫୧ କରୋନା ଆକ୍ରାନ୍ତ, ମୃତୁ୍ୟ ସଂଖ୍ୟା ୭ ଛୁଇଁଲା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତୁ୍ୟ ହୋଇଛି । ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୧୦୩ କୁ ବୃଦ୍ଧି ପାଇଥିବା ବେଳେ ମୃତୁ୍ୟ ସଂଖ୍ୟା ୭ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିତôବା ସୂଚନା ଅନୁଯାୟୀ, ୫୧ ଆକ୍ରାନ୍ତଙ୍କ ମଧ୍ୟରୁ ୪୮ କ୍ୱାରେଣ୍ଟାଇନ୍ କେନ୍ଦ୍ରର ହୋଇଥିବା ବେଳେ ୩ଟି ଲୋକାଲ୍ କେସ୍ ବୋଲି ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ନୂଆ ୪ ପଜିଟିଭ୍ ଚିହ୍ନଟ ପରେ ଏହି ସଂଖ୍ୟା ୩୧୭ ଛୁଇଁଲା । ଯାଜପୁରରେ ୫ ଆକ୍ରାନ୍ତ ଚିହ୍ନଟ ପେରେ ଏହି ସଂଖ୍ୟା ୧୭୯ ରେ ପହଞ୍ଚôଛି । ସେହିପରି କଟକରେ ନୂଆ୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ କୁ ବୃଦ୍ଧି ପାଇଛି । ସେହିପରି ପୁରୀରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ୪୫ ରେ ପହଞ୍ଚôଲା । ଜଗତସିଂହପୁରରେ ୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂଖ୍ୟ ୩୦ ଛୁଇଁଲା । ସେହିପରି ନୟାଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ବୃଦ୍ଧି ପାଇ ମୋଟ ସଂଖ୍ୟା ୨୧ ଓ ଅନୁଗୁଳରେ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ୧୯ ଛୁଇଁଲା । ସମ୍ବଲପୁର ଆକ୍ରାନ୍ତଙ୍କ ସଂଖ୍ୟା ୨ ବୃଦ୍ଧି ପାଇ ମୋଟ ସଂଖ୍ୟା ୫ରେ ପହଞ୍ଚôଥିବା ବେଳେ ମାଲକାନଗିରି ୧ ବଢ଼ି ପଜିଟିଭ୍ ସଂଖ୍ୟା ୩ ଛୁଇଁଲା । ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ୨ ଆକ୍ରାନ୍ତ ଥିବା ବେଳେ ନୂଆ ୧୧ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୩ରେ ପହଞ୍ଚିଲା । ସେହିରି ମୟୂରଭଞ୍ଜରେ ନୂଆ ୩ ଆକ୍ରାନ୍ତ ଚିହ୍ନଟ ପରେ ସଂଖ୍ୟା ୧୪ରେ ପହଞ୍ଚôଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏଯାଏ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ ହୋଇଥିବାେ ବଳେ ସେମାନଙ୍କ ମଧ୍ୟରୁ ୭୫୩ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ୩୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ମୃତୁ୍ୟ ସଂଖ୍ୟା ୭ ଛୁଇଁଥିବା ବେଳେ ସେମାନଙ୍କ ମଧ୍ୟରେ ଗଞ୍ଜାମର ୩ ଜଣ, ଖୋର୍ଦ୍ଧାର ୩ ଜଣ ଓ କଟକର ଜଣେ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons