ଗଜପତି : ପୁଣି ଶବକୁ ମିଳିଲାନି ସମ୍ମାନ। ମହାପ୍ରୟାଣ ଗାଡ଼ି ନ ମିଳିବାରୁ ବାଇକ୍ରେ ବୋହି ଶବକୁ ଘରକୁ ନେଲେ ପରିବାର ଲୋକେ। ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ରେ।
ଗଜପତି ଜିଲ୍ଲାର ହାତୀବାଡ଼ି ଗାଁର ଗୋବିନ୍ଦ ଭୂୟାଁ ଅସୁସ୍ଥ ଥିବାରୁ ପରିବାର ଲୋକେ ଚିକିତ୍ସା ରାୟଗଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ମୃତଦେହ ନେବାକୁ ମହାପ୍ରାୟଣ ଗାଡ଼ି ମିଳି ନ ଥିଲା। ଅନ୍ୟ କୌଣସି ବ୍ୟବସ୍ଥା ନକରି ଡାକ୍ତର ଜଣକ ମୃତକଙ୍କ ପରିବାର ଲୋକଙ୍କୁ ନିଜ ବ୍ୟବସ୍ଥାରେ ଶବ ନେବାକୁ କହିଥିବା ଅଭିଯୋଗ ହୋଇଛି। ସେପଟେ ଅଟୋ ବୁଝିବାରୁ ଡ୍ରାଇଭର୍ ମାତ୍ର ୩ କିଲୋମିଟର ବାଟ ପାଇଁ ସାଢ଼େ ୩ ହଜାର ଟଙ୍କା ଭଡ଼ା ମାଗିଥିବା ମଧ୍ୟ ଅଭିଯୋଗ ହୋଇଛି।
ପାଖରେ ଏତେ ଟଙ୍କା ନଥିବାରୁ ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ମୃତଦେହକୁ ମୋଟର ସାଇକେଲରେ ବୋହି ଘରକୁ ଆଣିଥିବା ଦେଖିବାକୁ ମିଳିଥିଲା। ତେବେ ଏନେଇ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Comments are closed, but trackbacks and pingbacks are open.