ପୁଣି ବିବାଦରେ ଜୋମାଟୋ

Get real time updates directly on you device, subscribe now.

ହାଓଡ଼ା: ଖାଦ୍ୟ ଓ ଧର୍ମକୁ ନେଇ ପୁଣି ବିବାଦରେ ଜୋମାଟୋ । ଏଥର ଜୋର ଜବରଦସ୍ତ ଗୋମାଂସ ଓ ଘୁଷୁରି ମାଂସ ଡେଲିଭରି ପାଇଁ କର୍ମଚାରୀଙ୍କୁ ବାଧ୍ୟ କରି ଏହା ନୂଆ ଅଡୁଆରେ ଫସିଛି । କମ୍ପାନିର ଫୁଡ୍ ଡେଲିଭରି କର୍ମଚାରୀମାନେ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ପ୍ରଦେଶରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା, ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା ।
ଜୋମାଟୋର ଜଣେ ଫୁଡ୍ ଡେଲିଭରି କର୍ମଚାରୀ କହିଛନ୍ତି, କମ୍ପାନି ନିକଟରେ ଆମର ଅନେକ ଦାବି ରହିଥିଲା । ଆମେ ଦାବି ଜଣାଇବା ପରେ ଏହା ପ୍ରତିକ୍ରିୟାଶୀଳ ହୋଇପଡ଼ିଛି । ଏବେ ଆମକୁ ଗୋମାଂସ ଏବଂ ଘୁଷୁରି ମାଂସ ଡେଲିଭରି କରିବାକୁ ବାଧ୍ୟ କରୁଛି । ଆମେ ୧ ସପ୍ତାହ ହେଲା ଛୋଟମୋଟ ଅଭିଯୋଗ ଓ ଦାବି କରିଆସୁଛୁ । କିନ୍ତୁ ଏ ପର୍ଯ୍ୟନ୍ତ କମ୍ପାନି ପକ୍ଷରୁ ଆମ ସହ କୌଣସି ପ୍ରକାର ଯୋଗାଯୋଗ କରାଯାଇ ନାହିଁ ।
ସୋମବାରଠାରୁ ସମସ୍ତ ଜୋମାଟୋ କର୍ମଚାରୀ ବଡ଼ଧରଣର ଧର୍ମଘଟକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । କମ୍ପାନି ବାରମ୍ବାର ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି । ଏହାକୁ ଆଉ ସହ୍ୟ କରାଯିବ ନାହିଁ ବୋଲି ସେମାନେ ଦର୍ଶାଇଛନ୍ତି । ଉଭୟ ହିନ୍ଦୁ ଓ ମୁସ୍ଲିମ୍ କର୍ମଚାରୀମାନେ ମିଳିତ ଭାବେ ଏହି ଧର୍ମଘଟ କରିବେ । ସେମାନେ ଏ ପ୍ରସଙ୍ଗରେ ପୂର୍ବରୁ କମ୍ପାନିର ଉଚ୍ଚ କର୍ଞ୍ଚୃପକ୍ଷଙ୍କୁ ଜଣାଇଥିଲେ । କିନ୍ତୁ କୌଣସି ଉଞ୍ଚର ମିଳିନଥିଲା । ପ୍ରଥମେ ସେମାନେ ଗୋଟିଏ ଦାବି (ପେ ଅର୍ଡର ସଂଶୋଧନ) ନେଇ ଛୋଟମୋଟ ପ୍ରତିବାଦ ଜଣାଇଥିଲେ । ସୋମବାରରୁ ଧର୍ମଘଟ ବଡ଼ ଆକାରରେ ହେବ ।
ଜୋମାଟୋର ଖାଦ୍ୟ ଡେଲିଭରି କର୍ମଚାରୀ ମୌସିନ୍ ଅଖ୍ତାର କହିଛନ୍ତି, ନିକଟରେ କିଛି ମୁସ୍ଲିମ୍ ରେସ୍ତୋରାଁ ଜୋମାଟୋ ସହ ଯୋଡ଼ି ହୋଇଛନ୍ତି । କିଛି ହିନ୍ଦୁ କର୍ମଚାରୀ ଗୋମାଂସ ଡେଲିଭରି କରିବେ ନାହିଁ ବୋଲି ମନାକରିଦେଇଛନ୍ତି । କିନ୍ତୁ କମ୍ପାନି ସେମାନଙ୍କୁ ବାଧ୍ୟ କରୁଛି । ଏହାକୁ ନେଇ ଆମ ମଧ୍ୟରେ ଫାଟ ସୃଷ୍ଟି କରାଯାଉଛି । ତେଣୁ ଆମେ ମିଳିତ ଭାବେ ଏହି ଧର୍ମଘଟକୁ ଓହ୍ଲାଇବୁ ବୋଲି ସେ କହିଛନ୍ତି ।
ଜୋମାଟୋର ଅନ୍ୟ ଜଣେ କର୍ମଚାରୀ ବଜରାଜ ନାଥ ବ୍ରହ୍ମା କହିଛନ୍ତି, ‘‘ମୁଁ ଜଣେ ହିନ୍ଦୁ । ଆମ ସହ ଅନେକ ମୁସ୍ଲିମ୍ କର୍ମଚାରୀ ମଧ୍ୟ ରହିଛନ୍ତି । ଆମେ ମିଳିମିଶି କାମ କରୁଛୁ । କିନ୍ତୁ ଏବେ ଜୋମାଟୋ ଜାଣିଶୁଣି ଆମ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଆମକୁ ଗୋମାଂସ ଡେଲିଭରି କରିବାକୁ ବାଧ୍ୟ କରୁଛି । କିନ୍ତୁ କୌଣସିମତେ ଆମେ ତାହା କରିପାରିବୁ ନାହିଁ । ତେଣୁ ସୋମବାରଠାରୁ ଆମେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବୁ ।
ଘଟଣା ବାବଦରେ ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ରାଜୀବ ବାନାର୍ଜୀ କହିଛନ୍ତି, କୌଣସି କର୍ମଚାରୀଙ୍କୁ ତାଙ୍କ ଧର୍ମ ବିରୋଧରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଏହା ସମ୍ପୂର୍ଣ୍ଣ ଭୁଲ । ଏ ସଂକ୍ରାନ୍ତରେ ମୋ ନିକଟକୁ ଖବର ଆସିଛି । ଘଟଣାକୁ ମୁଁ ଦେଖିବି ।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଜୁଲାଇରେ ମଧ୍ୟପ୍ରଦେଶର ଜବଲପୁରରେ ଜୋମାଟୋକୁ ନେଇ ଏକ ଘଟଣା ଘଟିଥିଲା । ଅଣହିନ୍ଦୁ ଡେଲିଭରି କର୍ମଚାରୀଙ୍କ ଦ୍ୱାରା ଖାଦ୍ୟ ପଠାଯିବାକୁ ନେଇ ଅମିତ୍ ଶୁକ୍ଳା ନାମକ ଜଣେ ଜୋମାଟୋ ଗ୍ରାହକ ଆପଞ୍ଚି ଉଠାଇଥିଲେ । ଏହାପରେ ଅର୍ଡର ବାତିଲ କରିଦେଇଥିଲେ । ପରେ ଅମିତ୍ ନିଜ ଜୋମାଟୋ ଆପ୍ଲିକେସନ୍କୁ ମୋବାଇଲ ଫୋନ୍ରୁ ଅନ୍ଇନ୍ଷ୍ଟଲ୍ କରିଦେଇଥିଲେ । ଏହାପରେ ଟ୍ୱିଟରରେ ଏ ନେଇ ଅବଗତ କରାଇଥିଲେ । ତାଙ୍କ ପୋଷ୍ଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କିଛିଦିନ ଧରି ଏହା ହଇଚଇ ସୃଷ୍ଟି କରିଥିଲା ।
ଏ ବାବଦରେ ଏହି ଅନଲାଇନ୍ ଫୁଡ୍ ଡେଲିଭରି ଆପ୍ର ମାଲି ଦୀପିନ୍ଦର ଗୋୟଲ ଦୁଃଖପ୍ରକାଶ କରିଥିଲେ । ଡେଲିଭରି କର୍ମଚାରୀଙ୍କୁ ନେଇ ଏଭଳି ଆପଞ୍ଚି ଉଠାଇବା ପରିତାପର ବିଷୟ । ଏଭଳି ଗ୍ରାହକ ଆମକୁ ଛାଡ଼ି ଗଲେ କୌଣସି ଅସୁବିଧା ନାହିଁ । ସୋସିଆଲ୍ ମିଡିଆରେ କିଛି ଲୋକ ଅମିତ୍ଙ୍କ ପକ୍ଷ ନେଇଥିଲା ବେଳେ ଆଉ କିଛି ଲୋକ ଦୀପିନ୍ଦରଙ୍କୁ ସମର୍ଥନ ଜଣାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons