ଭୁବନେଶ୍ୱର: ରାଜଧାନୀରେ ପୁଣି ମ୍ୟାଜିକ ପେନ୍ ଜରିଆରେ ଲୁଟ। ହଁସପାଳର ଜଣେ ଟାୟାର ବ୍ୟବସାୟୀଙ୍କୁ ଚୁନ ଲଗାଇଲେ ଲୁଟେରା । ଗତକାଲି ମ୍ୟାଜିକ ପେନ୍ ଜରିଆରେ ଲୁଟ୍ ହୋଇଥିବା ବେଳେ ସମାନ ଢଙ୍ଗରେ ପୁଣି ଲୁଟ୍ କରିଛନ୍ତି ଲୁଟେରା।
ସମାନ ଢଙ୍ଗରେ ଲୁଟ। ମ୍ୟାଜିକ ପେନ୍ରେ ଲେଖି ଚୂନ ମାରିଦେଲେ ୭୬ ହଜାର । କ୍ୟାନସଲ ଚେକରେ ଦସ୍ତଖତ ନେଇ ବ୍ୟାଙ୍କ ଆକାଉଣ୍ଟ୍ ଖାଲି କରିଦେଲେ । ଏଥର ମ୍ୟାଜିକ ପେନର ଶିକାର ହେଲେ ହଁସପାଳର ଟାର ବ୍ୟବସାୟୀ ।ବ୍ୟବସାୟୀ କୃଷ୍ଣ ପାଢୀଙ୍କ ପାଖକୁ ଆସିଲା ଫୋନକଲ।ଆପଣ ଲୋନ ନେବାକୁ ଚାହୁଁଛନ୍ତି । କୃଷ୍ଣ ଙ୍କର ଆବଶ୍ୟକ ଥିଲା ଦଶଲକ୍ଷ ।ଆଉ ସମାନ ଢଙ୍ଗରେ କ୍ୟାନସଲ ଚେକରେ କଲେ ବସ୍ତଖତ ଆଉ ଗୋଟିଏ ଘଣ୍ଟାରେ ଆକାଉଣ୍ଟ୍ ରୁ ଖାଲି ହେଇଗଲା ୭୬ହଜାର ୫ଶହ ଟଙ୍କା ।ଲୁଟେରାମାନେ ମ୍ୟାଜିକପେନ ଜରିଆରେ ଏଭଳି ଲୁଟ୍ କରିଥିବା ଜଣାଯାଇଛି।
ଗତ ୬ତାରିଖ ରେ ସମାନ ଢଙ୍ଗରେ ଲୋନ ଦେବାକୁ କହି ବାପୁଜୀ ନଗର ଠାରେ ଥିବା ଏକ ସୋରୁମ ମ୍ୟାନେଜରଙ୍କ ଆକାଉଣ୍ଟ୍ କୁ ଖାଲି କରିଦେଇଥିଲା ଲୁଟେରା। ସେଥିରେ ବି ମ୍ୟାଜିକ ପେନ ବ୍ୟବହାର କରାଯାଇଥିଲା। ତେବେ ଆକାଉଣ୍ଟ୍ ଖାଲି କରୁଥିବା ଏକାଧିକ ଲୋକଙ୍କ ଏକ ଅଭିନବ ଗ୍ୟାଙ୍ଗ ଏବେ ଘୁରିବୁଲୁଥିବା ଜଣାପଡିଛି । ଏହି ମ୍ୟାଜିକ ପେନ ଗ୍ୟାଙ୍ଗରେ ବ୍ୟାଙ୍କ କର୍ମଚାରୀ ସାମିଲ ଥିବା ସନ୍ଦେହ କରାଯାଉଛି । ନହେଲେ ଲୁଟେରା ଜାଣନ୍ତେ ବା କେମିତି ଆକାଉଣ୍ଟରେ କେତେ ଟଙ୍କା ଅଛି। ହଁସପାଳର ମିଳିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କଲେ ଦୁଇଟି ଘଟଣାରେ ଗୋଟିଏ ଗ୍ୟାଙ୍ଗରେ ହାତ ଥିବା ଜଣାପଡ଼ିଛି।
Comments are closed, but trackbacks and pingbacks are open.