ପୁଣି ରାଜ୍ୟରେ ଦାଦନ ଦୁଃଖ, ଦୁବାଇରେ ଫସି ରହିଛନ୍ତି ୧୮ ଓଡିଆ ଶ୍ରମିକ

Get real time updates directly on you device, subscribe now.

ଖଲ୍ଲିକୋଟ,(ସୁନିଲ ଦାସଙ୍କଠାରୁ): ପୁଣି ରାଜ୍ୟରେ ଦାଦନ ଦୁଃଖ ଦେଖିବାକୁ ମିଳିଛି । ସ୍ୱଦେଶରେ କାମ ନପାଇ ଗୁଜୁରାଣ ମେଣ୍ଟାଇବାକୁ ଅକ୍ଷମ ହେବା ପରେ ବିଦେଶ ମୁହାଁ ହେଉଛନ୍ତି ରାଜ୍ୟବାସୀ । କିନ୍ତୁ ଏତିକିରେ ସରିନି ଦାଦନ ଦୁଃଖ । ରୋଜଗାର ଆଶାରେ ବିଦେଶ ଯାଇଥିବା ଲୋକଙ୍କୁ ସେଠାରେ ଦାଦନ ଖଟାଇ ବିଭିନ୍ନ ନିର‌୍ୟାତନା ଦିଆଯାଉଥିବା ଖବର ଆସୁଛି । ଆଜି ପୁଣି ଥରେ ଦୁବାଇରେ ୧୮ଜଣ ଶ୍ରମିକ ଫସି ରହିଥିବା ଶ୍ରମ କମିଶନରଙ୍କ ନିକଟରେ ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲାରୁ କାମ କରିବାକୁ ଯାଇ ଦୁବାଇରେ ଫସିଛନ୍ତି ୧୮ ଶ୍ରମିକ । ଗଞ୍ଜାମର ଟିହାଣିଆ, ଉଜ୍ଜଳପୁର, ପଦିନାପଲ୍ଲୀ, ଓସ୍ତପଡା, କଇରାସି, ମାଣିକପୁର, ବଣିଆରୁ ଏହି ଶ୍ରମିକମାନେ ଦାଦନ ଖଟିବାକୁ ଦୁବାଇ ଯାଇଥିଲେ । ସେଠାରେ ମାଲିକ ତାଙ୍କୁ କାମ କରାଇ ପାରିଶ୍ରମିକ ବଦଳରେ ଶାରୀରିକ ଏବଂ ମାନସିକ ନିର‌୍ୟାତନା ଦେଉଛି । ଭୋକ ଉପାସନରେ ବଣଜଙ୍ଗଲ ଓ ରାସ୍ତାକଡ଼ରେ ପଡିରହିଛନ୍ତି । ଯଦି ସେମାନଙ୍କୁ ଶୀଘ୍ର ଉଦ୍ଧାର କରାନଯାଏ ତେବେ ସେମାନେ ଭିଡିଓ ଭାଇରାଲ ଦ୍ୱାରା ଜଣାଇଛନ୍ତି ଯେ, ସେଠାରେ ସେମାନେ ଜୀବନ ହାରିବେ ବୋଲି । କିନ୍ତୁ ଏଥିପ୍ରତି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଅନୁରୋଧ କରାଯାଇଛି । ତେଣୁ ସେଠାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଶ୍ରମ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ତେବେ ରାଜ୍ୟରେ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିଲେ ମଧ୍ୟ ସରକାରଙ୍କ ଏଥିପ୍ରତି କୌଣସୀ ନିଘା ନାହିଁ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons