
ଭଦ୍ରକ,(ବି.ବି.ନୁ୍ୟଜ): ଭଦ୍ରକ ଜିଲ୍ଲା ଧୁଷୁରୀ ପୁଲିସ ୨୭୦ ଗ୍ରାମର ବ୍ରାଉନ ସୁଗର ଜବତ୍ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଧୁଷୁରୀ ଥାନା ଖପରପଆ ଅଞ୍ଚଳର ମଣିଭଅ୍ର ସାହୁ ଓରଫ ମଣି, ଗ୍ରାମାଞ୍ଚଳ ଥାନା ଅଧୀନ ଚୁନିଆ ଗ୍ରାମର ନିରାକାର ଜେନା ଓ ତ୍ରିଲୋଚନ ଆସ । ମଣିଭଦ୍ରଙ୍କ ନିକଟରୁ ପୁଲିସ ବ୍ରାଉନସୁଗର ସମେତ ୨୨ ହଜାର୮ ଶହ ଟଙ୍କା, ୧୦ଟି ମୋବାଇଲ ଫୋନ ଜବତ୍ କରିଥିବା ବେଳେ, ନିରାକାର ନିକଟରୁ ୭ ହଜାର୬ ଶହ ଟଙ୍କା, ତ୍ରିଲୋଚନ ନିକଟରୁ ୧୪ଶହ ଟଙ୍କା ଜବତ୍ କରିଛି । ଏସମସ୍ତଙ୍କ ଠାରୁ ପୁଲିସ ବହୁ ପରିମାଣର ବ୍ରାଇନସୁଗର ପ୍ୟାକେଟ ପ୍ରସ୍ତୁତ ପାଇଁ କାଗଜ ପିସ, କଇଂଚି, ରବର ମଧ୍ୟ ଜବତ୍ କରିଛି । ଧୂଷୁରୀ ଥାନା ଏସଆଇ ମହାପ୍ରସାଦ ନାୟକଙ୍କ ଲିଖିତ ଅଭିଯୋଗ ମୂଳେ ଏନଡିପିଏସ ଆକ୍ଟ ୨୧(ଗ).୨୯ରେ ୩୭/୨୧ ନମ୍ବର ମାମଲା ରୁଜୁ କରିଛି । ପୁଲିସ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଅତିରିକ୍ତ ଏସ୍ପି ଯତିନ ପଣ୍ଡା ସାମ୍ବାଅିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଅତିରିକ୍ତ ଏସ୍ପି ଶ୍ରୀ ପଣ୍ଡାଙ୍କ ସୂଚନା ଅନୁଯାୟୀ ଭଦ୍ରକରୁ ଧୂଷୁରୀ ଅଞ୍ଚଳକୁ ବ୍ରାଉନସୁଗର ଚାଲାଣ ହେଉଥିବା ନେଇ ଧୁଷୁରୀ ଥାନାଧିକାରୀ ପି.କେ.ସିଂଙ୍କ ନିକଟରେ ସୂଚନା ପହଞ୍ଚିଥିଲା । ଶ୍ରୀ ସିଂଙ୍କ ନିଦେ୍ର୍ଧଶରେ ଏକ ପୁଲିସ ଟିମ ଅସୁରାଳି ବଜାର ନିକଟସ୍ଥ ଉଚ୍ଚପଆ ନିକଟରେ ଜଗି ବସିଥିଲେ । ଗତକାଲି ଅପରାହ୍ନ ପ୍ରାୟ ଗୋଟାଏ ବେଳେ, ୩ଜଣ ସଂଦିଗ୍ଧ ଯୁବକ ଏକ ସ୍କୁଟି(ଓଡି ୨୨ଆର-୬୨୫୩)ରେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା । କିନ୍ତୁ ସେମାନେ ପଳାଇ ଯିବାକୁ ଉଦ୍ୟମ କରିବାରୁ ପୁଲିସ ସେମାନଙ୍କୁ ଗୋଡ଼ାଇ ଅସୁରାଳୀ ବିଦୁ୍ୟତ୍ ଷ୍ଟ୍ରକଚର ନିକଟରେ କାବୁ କରିଥିଲା । ମଣିଭଦ୍ର ପ୍ୟାଣ୍ଟ ପକେଟରୁ ପୁଲିସ ୨୭୦ ଗ୍ରାମର ବ୍ରାଉନ ସୁଗର ଜବତ୍ କରିଥିବା ବେଳେ, ସମସ୍ତ ୩ ଅଭିଯୁକ୍ତଙ୍କ ନିକଟରୁ ଉପରୋକ୍ତ ଅନ୍ୟସାମଗ୍ରୀ ଜବତ୍ କରିଥିଲା । ଆଜି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଭଅ୍ରକ ଜିଲ୍ଲାରୁ ଧଳା ଜହର କାରବାରର ମୂଳପୋଛ ପାଇଁ ପୁଲିସ ଉଦ୍ୟମ ଜାରି ରଖିବ ବୋଲି ଶ୍ରୀ ପଣ୍ଡା ସୂଚନା େଅଇଛନ୍ତି ।
ଗତକାଲି ଅବକାରୀ ବିଭାଗ ଗୁଇନ୍ଦା ଶାଖା ନର୍ଦ୍ଧିଷ୍ଟ ସୂଚନା ଆଧାରରେ ତିହିଡ଼ିରୁ ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରି ତା’ ନିକଟରୁ ୨୩ଲକ୍ଷ ଟଙ୍କାର ଧଳା ଜହର ଜବତ୍ କରିଥିଲା । ମାତ୍ର ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରୁ ୫୦ ଲକ୍ଷ ଟଙ୍କାର ଧଳା ଜହର ଜବତ୍ ହେବା ଘଟଣା ଜିଲ୍ଲାବାସୀଙ୍କୁ ବିଚଳିତ କରିଛି । ବିଶେଷକରି ଏହି ନିଶା ବେପାରୀମାନେ ସହର ଛାଡ଼ି ଏବେ ଗ୍ରାମାଞ୍ଚଳାଭିମୁଖୀ ହେଉଛନ୍ତି । ଇତିମଧ୍ୟରେ ଭଦ୍ରକ ବ୍ରାଉନସୁଗର କାରବାର ହବ୍ ପାଲଟିଛି । ଗତକିଛି ମାସର ଘଟଣାରୁ ଏହା ପ୍ରମାଣିତ ହେଉଛି । ତେଣୁ ଏ ପ୍ରକାର ବେଆଇନ କାରବାର କରୁଥିବା ମାଫିଆଙ୍କ ପ୍ରତି ପୁଲିସ ଜିରୋ ଟଲରେନ୍ସ ନୀତି ଆପଣେଇବା ସହ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରି ହୋଇପଡ଼ିଛି ।


Comments are closed, but trackbacks and pingbacks are open.