ପୁତୁରାର ଟାଙ୍ଗିଆ ଚୋଟରେ କାକା ମୃତ

Get real time updates directly on you device, subscribe now.

ରେଢ଼ାଖୋଲ: ରେଢ଼ାଖୋଲ ଥାନା ତଣ୍ଡାବିରା ଗାଁରେ ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଛି । ସମ୍ପର୍କୀୟ ପୁତୁରାର ଟାଙ୍ଗିଆ ଚୋଟରେ କାକାଙ୍କ ମୃତୁ୍ୟ ହୋଇଛି । ନିଲୁ ସାହୁ (୩୦) ନାମକ ଜଣେ ଯୁବକ ହତ୍ୟାର ଶିକାର ହୋଇଛନ୍ତି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି ।
ପୁଲିସ ସୂଚନା ମତେ ଜମିବାଡ଼ି ସମସ୍ୟା ନେଇ ପୂର୍ବରୁ ସମ୍ପର୍କୀୟ ପୁତୁରା ସୁନୀଲ ସାହୁର ପରିବାର ଓ ନିଲୁ ସାହୁଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା । ଆଜି ଉଭୟ ପରିବାର ମଧ୍ୟରେ ଏହି ବିବାଦ ଚରମ ସୀମାରେ ପହଁଚିଥିଲା । କାକା ନିଲୁଙ୍କୁ ହତ୍ୟା କରିବା ପାଇଁ ପୁତୁରା ସୁନୀଲ ଯୋଜନା କରିଥିଲା । ଯୋଜନା ମତେ ଆଜି ରାତି ପ୍ରାୟ ସାଢେ଼ ୮ଟାରେ ନିଲୁ ଗାଁ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ସୁନୀଲ ଓ ତାର ପରିବାର ଲୋକମାନେ ମିଶି ଆକ୍ରମଣ କରିବା ସହିତ ଟାଙ୍ଗିଆରେ ହାଣି ଦେଇଥିଲେ । ଘଟଣାସ୍ଥଳରେ ନିଲୁଙ୍କ ମୃତୁ୍ୟ ହୋଇଥିଲା । ଖବର ପାଇ ପୁଲିସ୍ ଘଟଣାସ୍ଥଳକୁ ପହଞ୍ଚôଥିଲା । ଆଉ ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି । ଖବର ଲେଖାଯିବା (ରାତି ସାଢେ଼ ୧୦ଟା) ଯାଏ ଗାଁ ଦାଣ୍ଡରେ ମୃତଦେହ ପଡ଼ିରହିଥିବା ଓ ପୁଲିସ ଜଗି ରହିଥିବା ଦେଖିବାକୁ କୁହାଯାଇଛି । ଏନେଇ ଥାନାଧିକାରୀ ସୁରୁବାବୁ ଛତ୍ରିଆଙ୍କୁ ଯୋଗଯୋଗ କରାଯିବାରୁ ରାତି ହୋଇଯିବାରୁ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପାରି ନାହାନ୍ତି । ସକାଳୁ ସେମାନେ ସେଠାରେ ପହଞ୍ଚି ଛାନିଭିନ୍ କରିବା ପରେ ଶବ ଜବତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons