ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅନ୍ଧାରୁଆରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ଏବେ ବି ଅନ୍ଧାରରେ ବାଡିÿ ବୁଲାଉଛି କମିସନରେଟ୍ ପୁଲିସ । ଆଜି ମହିଳାଙ୍କ ପରିଚୟ ଖୋଜିବାକୁ ଗୁରୁତ୍ୱ ଦେଇଛି । ସହରର ଚାରିଆଡେ଼ ନିଖୋଜ ସମ୍ପର୍କିତ ପୋଷ୍ଟର ଲଗାଇଛି । ଏହାବାଦ୍ ମହିଳାଙ୍କ ସମ୍ପର୍କରେ ଖବରଦାତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛି ।
ବିଭିନ୍ନ ସ୍ଥାନରେ ମରାଯାଇଥିବା ପୋଷ୍ଟରଗୁଡିକ ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷାରେ ତିଆରି ହୋଇଛି । ବସ୍ଷ୍ଟାଣ୍ଡ, ରେଳଷ୍ଟେସନ ସହ ବିଭିନ୍ନ ବସ୍ତିରେ ପାଖାପାଖି ୨୦୦ଟି ପୋଷ୍ଟର ଲଗାଇଛି ପୁଲିସ । ଆସନ୍ତାକାଲି ରାଜଧାନୀର ଆଖପାଖ ଅଞ୍ଚଳ ଓ ଅନ୍ୟ ଜିଲ୍ଲାରେ ମଧ୍ୟ ପୋଷ୍ଟର ଲଗାଯିବ । ପଡେ଼ାଶୀ ରାଜ୍ୟ ବିହାର, ଝାଡ଼ଖଣ୍ଡ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଯାଉଥିବା ବସ୍ଗୁଡିକରେ ମଧ୍ୟ ପୋଷ୍ଟର ଛପାଯାଇଛି । ପୋଷ୍ଟରରେ ମହିଳାଙ୍କ ଉଚ୍ଚତା, ବୟସ, ଡ୍ରେସ୍, ଚିତାକୁଟାର ଚିହ୍ନ ରହିଛି । ପୋଷ୍ଟରରେ ୩୦ ବର୍ଷୀୟ ମହିଳାଙ୍କ ଉଚ୍ଚତା ୫ଫୁଟ୍ ୩ ଇଞ୍ଚ ଉଲ୍ଲେଖ ରହିଛି ।
ମୃତ ମହିଳାଙ୍କ ପରିଚୟ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ପୁଲିସ । ଯେଉଁ ବ୍ୟକ୍ତି ମୃତକଙ୍କ ସମ୍ପର୍କରେ ସୂଚନା ଦେବେ, ତାଙ୍କୁ ୫୦ ହଜାର ଟଙ୍କାର ଅର୍ଥ ଦିଆଯିବ ବୋଲି କମିଶନରେଟ ପୁଲିସ ଘୋଷଣା କରିଛି । ହତ୍ୟାକାରୀ ସମ୍ପର୍କରେ ଖବର ଦେଲେ, ପରିଚୟକୁ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ପୁଲିସ୍ କହିଛି । ପୋଷ୍ଟରରେ ଥିବା ନମ୍ବରରେ ଖବର ଦେବାକୁ ପୁଲିସ କହିଛି ।
ମହିଳାଙ୍କ ହାତରେ ଥିବା ଚିତାକୁଟା(ଟାଟୁ)ରୁ ମହିଳାଜଣକ ବିହାର, ଝାରଖଣ୍ଡ ଅଞ୍ଚଳବାସୀ ହୋଇଥିବା ସନେ୍ଦହ କରୁଛି ପୁଲିସ୍ । ଜଣେ ବରିÂ ଅଧିକାରୀଙ୍କ କହିବା ମୁତାବକ, ଓଡିÿିଶାର କୌଣସି ଅଞ୍ଚଳବାସୀ ଏମିତି ମହାଦେବଙ୍କ ତ୍ରିଶୁଳ ଆକୃତିର ଏହି ଚିତା କୁଟାଇବାର ନଜିର୍ ନାହିଁ । ଝାଡଖଣ୍ଡ ଓ ବିହାର ଅଞ୍ଚଳର କିଛି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଅଧିବାସୀ ଏମିତି ଚିତା କୁଟାଇଥାନ୍ତି । ଏହି ଅଧିବାସୀ ରହୁଥିବା ଥାନାଗୁଡିକ ସହ ଯୋଗାଯୋଗ ଚାଲିଛି । ସେମାନଙ୍କୁ ମହିଳାଙ୍କ ଫଟୋଚିତ୍ର ଓ ତଥ୍ୟ ପଠାଯିବ ।
ସେପଟେ ଓଡିÿଶା ବାୟୋଟେକ୍ ପାର୍କରେ ପ୍ରାୟ ୨୦୦ ଜଣ ଶ୍ରମିକ ବିହାର ଓ ଝାଡଖଣ୍ଡରେ କାମ କରୁଛନ୍ତି । ମହିଳାଜଣକ କୌଣସି ଶ୍ରମିକଙ୍କ ସମ୍ପର୍କୀୟ ହୋଇଥାଇ ପାରନ୍ତି । ପ୍ରତିଶୋଧ ପରାୟଣ ହୋଇ ଶ୍ରମିକଜଣକ ଏମିତି କାଣ୍ଡ ଭିଆଇବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ଏନେଇ ପାର୍କର ସମସ୍ତ ଶ୍ରମିକଙ୍କୁ ପଚରାଉଚରା ଚାଲିଛି । ଏଥିରୁ କୌଣସି ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି ।
ଅଧିକ ତଦନ୍ତ ଓ ସୁରାକ୍ ପାଇଁ ମହିଳାଙ୍କ ମୃତଦେହକୁ ଆଉ ଥରେ ବ୍ୟବଛେଦ କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇବା ପରେ ଆଜି ମୁଣ୍ଡ ବିହୀନ ଶବକୁ ଏମସ୍କୁ ପଠାଯାଇଛି । ହତ୍ୟା ପୂର୍ବରୁ ମହିଳାଙ୍କୁ ବଳାକ୍ରାର କରାଯାଇଛି କି ନାହିଁ, ତାହା ସ୍ପଷ୍ଟ ହେବ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ମହିଳାଙ୍କ ବେକ ଚିପି ହତ୍ୟା କରାଯିବା ପରେ ତଣ୍ଟି କଟାଯାଇଥିବା ଉଲ୍ଲେଖ ଥିଲା । ହାତ କିମ୍ବା ରଶିରେ ତାଙ୍କ ତଣ୍ଟି ଚିପାଯାଇଥିବା ଅନୁମାନ କରାଯାଉଛି । ଏମ୍ସ ବ୍ୟବଚ୍ଛେଦ ରିପୋର୍ଟରୁ ଏନେଇ ମଧ୍ୟ ସ୍ପଷ୍ଟ ଚିତ୍ର ମିଳିପାରିବ ।


Comments are closed, but trackbacks and pingbacks are open.