ପୁରୀଜିଲ୍ଲାକୁ ଫେରିଲା କରୋନା :ସହରରେ ୨ ପଜିଟିଭ୍ ଚିହ୍ନଟ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ପୁରୀ ସହରରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପିପିଲି ନିକଟ ଦାନଗହୀର ଗାଁରେ ଜିଲ୍ଲାର ପ୍ରଥମ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା । ଏବେ ସମୁଦ୍ରକୂଳ ଥାନା ଅନ୍ତର୍ଗତ ଇଲାକାରେ ଏକ ମଠ ନିକଟରେ ରହୁଥିବା ଦୁଇ ଜଣ ଚିହ୍ନଟ ହୋଇଛନ୍ତି । ପୁରୀ ସହର ନିବାସୀ ଏହି ଦୁଇ ଜଣ ଅଣଓଡ଼ିଆ କୋଲକାତା ଫେରନ୍ତାଙ୍କ ଯାତ୍ରା ଇତିହାସ ସଂଗ୍ରହ କରାଯାଉଛି ।
ସରକାରୀ ରିପୋର୍ଟ ମୁତାବକ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୮ବର୍ଷର ମହିଳା ଏବଂ ଅନ୍ୟ ଜଣେ ୧୯ ବର୍ଷର ଯୁବକ ଅଛନ୍ତି । ଏମାନେ ସମ୍ପର୍କରେ ମା-ପୁଅ । ଆକ୍ରାନ୍ତମାନେ ହେଲେ ହୋଟେଲ ମାଲିକଙ୍କ ସ୍ତ୍ରୀ ଓ ପୁଅ । ଶଙ୍କରାଚାର୍ଯ୍ୟ ମାର୍ଗ ଅଞ୍ଚଳକୁ ସିଲ୍ କରାଯାଇଛି । ତାଙ୍କ ଘରେ କାମ କରୁଥିବା ୪ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି ।
ପୁରୀ ସହରକୁ ରାଜ୍ୟ ବାହାରୁ ଫେରୁଥିବା ସମସ୍ତ ଲୋକଙ୍କ ଇନଷ୍ଟିଟୁ୍ୟସନାଲ କ୍ୱାରେଟ୍ଟାଇନ୍ ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ ଆଜି ରାତିରେ ଆଦେଶ ଜାରି କରିଛନ୍ତି । ପୁରୀ ସହର ଏବଂ ଜିଲ୍ଲାକୁ ସରକାର ଗ୍ରୀନ୍ ଜୋନରେ ରଖିଛନ୍ତି । ଦୁଇ ପଜିଟିଭ୍ ରିପୋର୍ଟ ଆସିବା ପରେ ସହରକୁ ସ୍ୱତନ୍ତ୍ର ସୁରକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ପ୍ରସ୍ତୁତି ଚଳାଇଥିବାର ଖବର ମିଳିଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଏହି ଦୁଇ ଜଣଙ୍କ ସ୍ୱାବ ମେ ୭ ତାରିଖରେ ପରୀକ୍ଷା ପାଇଁ ସଂଗ୍ରହ ହୋଇଥିଲା । ୯ତାରିଖରେ ଏଠାରୁ ସଂଗୃହୀତ ସ୍ୱାବକୁ ଭୁବନେଶ୍ୱର ପଠାଯାଇଥିଲା । ପରୀକ୍ଷାଗାରରୁ ଆଜି ପ୍ରକାଶିତ ଏହି ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । କେନ୍ଦ୍ରୀୟ ପ୍ରୟୋଗଶାଳାର ପରୀକ୍ଷା ରିପୋର୍ଟ ଆଧାରରେ ଏହି ଦୁଇ କରୋନା ରୋଗୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହି ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ କଳିଙ୍ଗ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । କରୋନା ସଂକ୍ରମଣ ନିରାକରଣ ପଦକ୍ଷେପ ଅନୁଧ୍ୟାନ ପାଇଁ ୟୁନେସ୍କୋର ଏକ ଦଳ ପୁରୀରେ ଥିବା ବେଳେ ଏହି ଦୁଇ ରୋଗୀଙ୍କ ପଜିଟିଭ୍ ତଥ୍ୟ ଜିଲ୍ଲା ପ୍ରଶାସନକୁ ମିଳିଥିବାର ଖବର ମିଳିଛି । ଏହି ଦୁଇ ଜଣ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏମାନଙ୍କ ସମ୍ପର୍କରେ କିଏ ଆସିଥିଲେ ତଥ୍ୟ ସଂଗ୍ରହ କରାଯାଉଛି । ତା ବ୍ୟତୀତ ଏହି ଦୁଇ ଜଣଙ୍କ ବାସଭବନ ଇଲାକାରେ କରୋନା ସଂକ୍ରମଣ ନିରାକରଣ ପଦକ୍ଷେପ ଲାଗୁ କରାଯାଉଛି । ସମ୍ପୃକ୍ତ ଇଲାକାକୁ ବିଶୋଧନ ମଧ୍ୟ କରାଯିବ ବୋଲି ଖବର ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons