
ବେଙ୍ଗାଲୁରୁ: ଓଡ଼ିଶାର ଐତିହ୍ୟ ପରମ୍ପରା ପ୍ରଭୁ ଜଗନ୍ନାଥଙ୍କଠାରୁ ଆରମ୍ଭ ହୋଇଛି । ଓଡ଼ିଶାର ଐତିହ୍ୟ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବାରେ ପ୍ରବାସୀ ଓଡ଼ିଆଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାହାରିନ୍ଠାରେ ଥିବା ଓଡ଼ିଆ ସଂଗଠନ “ବାହାରିନ୍ ଓଡ଼ିଆ ସମାଜ’ ଦ୍ୱାରା ଜଗନ୍ନାଥ ପରମ୍ପରା ସୂଚକ ୨ୟ ଆଲୋଚନାଚକ୍ର ଚଳିତ ଏପ୍ରିଲ ୧୦ରେ ବାହାରିନ୍ଠାରେ ଅନୁÂିତ ହୋଇଯାଇଛି । ଭର୍ଚୁଆଲ୍ ମାଧ୍ୟମରେ ହୋଇଥିବା ଏହି ଆଲୋଚନାଚକ୍ରରେ ବାହାରିନ୍କୁ ମିଶାଇ ୨୭ଟି ଦେଶର ପ୍ରବାସୀ ଓଡ଼ିଆ ପ୍ରତିନିଧିତ୍ୱ କରିଥିବାବେଳେ ୧୧ଟି ହିନ୍ଦୁ ମନ୍ଦିରର ସଦସ୍ୟ ଅଂଶଗ୍ରହଣ କରିଥିଲେ । ଏହି ଜଗନ୍ନାଥ ପରମ୍ପରା ଆଲୋଚନାଚକ୍ରକୁ ପୁରୀରୁ ଉଦ୍ଘାଟନ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଦୀର୍ଘ ଅଢେ଼ଇ ଘଣ୍ଟା ଧରି ଚାଲିଥିବା ଏହି ଆଲାଚନାଚକ୍ରରେ ପ୍ରାୟ ୨ ହଜାର ପାଖାପାଖି ଭକ୍ତ ଯୋଡ଼ିହୋଇ ତାଙ୍କର ପ୍ରଶ୍ନ ରଖିଥିଲେ । ସମସ୍ତ ପ୍ରଶ୍ନର ଉତ୍ତର ଗଜପତି ମହାରାଜ ଇଂରାଜୀ ଓ ଓଡ଼ିଆରେ ଦେଇଥିଲେ ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତାରେ ଗଜପତି ମହାରାଜଙ୍କ ଉପସ୍ଥିତିକୁ ଭୂୟସୀ ପ୍ରଶଂସା କରିଥିଲେ । ଜଗନ୍ନାଥଙ୍କ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ବାହାରିନ୍ ଓଡ଼ିଆ ସମାଜର ପ୍ରଚେଷ୍ଟାକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।
ଗଜପତି ମହାରାଜ ଭକ୍ତମାନଙ୍କର ବିଭିନ୍ନ ପ୍ରଶ୍ନ ବିଶେଷକରି ମନ୍ଦିର ପରିକ୍ରମା ଯୋଜନା ଓ ନୀତି ସମ୍ପନ୍ନ ଅଭିଯାନ, ମହାପ୍ରଭୁଙ୍କ ନବକଳେବର, ଶ୍ରୀଗୁଣ୍ଡିଚା ଯାତ୍ରା, ମନ୍ଦିର ପରିକ୍ରମା ଯୋଜନାରେ ଭକ୍ତଙ୍କର ଆର୍ଥିକ ସହାୟତାର ପ୍ରଣାଳୀ ପ୍ରଭୃତି ବିଷୟରେ ବିସ୍ତୃତ ଉତ୍ତର ରଖିଥିଲେ । ସମୟ ଅଭାବରୁ ବହୁ ପ୍ରଶ୍ନର ଉତ୍ତର ଦେବା ବାକି ରହିଯାଇଥିବାବେଳେ ଗଜପତି ମହାରାଜ ସମସ୍ତଙ୍କୁ ନିଜ ନିଜର ପ୍ରଶ୍ନ ମହାରାଜାଙ୍କ ମୋବାଇଲ କିମ୍ବା ଇ-ମେଲ୍ରେ ପଠାଇବାକୁ ପରାମର୍ଶ ଦେଇଥିଲେ । ଆଲୋଚନାଚକ୍ରରେ ଜାପାନ, ଆମେରିକା, କାନାଡ଼ା, ଅଷ୍ଟେ୍ରଲିଆ, ବାହାରିନ୍, ରୁଷିଆ, ଇଂଲଣ୍ଡ, ନାଇଜେରିଆ, ସାଉଦିଆରବ, ନେଦରଲାଣ୍ଡ, ସିଙ୍ଗାପୁର, ମାଲେସିଆ ଭଳି ୨୭ଟି ଦେଶର ଓଡ଼ିଆ ଭକ୍ତ ଗଜପତି ମହାରାଜଙ୍କ ସଂଗେ ସିଧାସଳଖ କଥା ହୋଇପାରିଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ ।
ବାହାରିନ୍ ଓଡ଼ିଆ ସମାଜର ଅଧ୍ୟକ୍ଷ ତଥା ଆଲୋଚନାଚକ୍ରର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଡ. ଅରୁଣ କୁମାର ପ୍ରହରାଜ ସଭାର ଉନ୍ମୋଚନ ଅଭିଭାଷଣରେ କହିଥିଲେ, କୋଟି କୋଟି ଓଡ଼ିଆଙ୍କର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ ବିଦେଶରେ ପହଞ୍ଚାଇବାକୁ କରାଯାଇଥିବା ପ୍ରୟାସରେ ବିଭିନ୍ନ ଦେଶରେ ରହୁଥିବା ଓଡ଼ିଆମାନଙ୍କର ସହଯୋଗ ପାଇଁ ଆଜି ଏତେବଡ଼ ମଞ୍ଚ ପ୍ରସ୍ତୁତ ହୋଇପାରିଛି । ସେଥିପାଇଁ ସେ ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ । ଗଜପତି ମହାରାଜଙ୍କ ମୁଖରୁ ଜଗନ୍ନାଥଙ୍କ ଇତିହାସ ଓ ପରମ୍ପରା ବିଷୟରେ ଶ୍ରବଣ କରି ସମସ୍ତ ସଦସ୍ୟ ନିଜକୁ ଧନ୍ୟ ମନେ କରୁଛନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗ ସକାଶେ ଏତେ ବଡ଼ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବାରୁ ସେ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ । ଆଲୋଚନାଚକ୍ରର ମୁଖ୍ୟ ପରିବେଷକ ଥିଲେ ଅରୁନିତା ପ୍ରହରାଜ । ଏହି ଆଲୋଚନାଚକ୍ରକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆମେରିକାରୁ ଏସ୍. କେ ଦାସ, ଆୟାର୍ଲାଣ୍ଡରୁ ଡରି ଦିଲୀପ ମହାପାତ୍ର, ୟୁକେରୁ ସୁସ୍ମିତା ରାଜହଂସ, ସିଙ୍ଗାପୁରରୁ ପ୍ରଫେସର ସଂଜୀବ ପଣ୍ଡା, ଟେrସାସ ଆମେରିକାରୁ ସ୍ୱାତି ତ୍ରିପାଠୀ, ଲଣ୍ଡନରୁ ସଚଦେବ ସ୍ୱାଇଁ, ବାହାରିନ୍ରୁ ରମେଶ ପାଣିଗ୍ରାହୀ ଏବଂ ସୁବାସ ସାହୁ ।ଉଲ୍ଲେଖଯୋଗ୍ୟ, ଜଗନ୍ନାଥ ପରମ୍ପରାର ପ୍ରଥମ ଆଲୋଚନାଚକ୍ର ଗତବର୍ଷ ଅନୁÂିତ ହୋଇଥିଲା ।
Comments are closed, but trackbacks and pingbacks are open.