
କଟକ,(ବି.ବି.ବୁ୍ୟରୋ): ପୁରୀରୁ ଗିରଫ ହୋଇ ଜେଲ୍ ଯାଇଥିବା ନାଗା ସାଧୁ ଏସ୍ସିବିକୁ ଆସିଛନ୍ତି । ଏସ୍ସିବି ମାନସିକ ରୋଗ ଚିକିତ୍ସା ପ୍ରତିÂାନରେ ସେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଡାକ୍ତରୀ ନିରୀକ୍ଷଣ ମଧ୍ୟରେ ରଖାଯାଇଛି । ସେ କାହାରି ସହିତ କଥାବାର୍ତ୍ତା କରୁନଥିବା ବେଳେ ଚୁପଚାପ ବସୁଥିବା ମାନସିକ ରୋଗ ଚିକିତ୍ସା ପ୍ରତିÂାନର ନିଦେ୍ର୍ଧଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ୱାଇଁ କହିଛନ୍ତି ।
ସୂଚନାଥାଉକି, ମାର୍ଚ୍ଚ ୧୪ ତାରିଖରେ ଏହି ନାଗା ସାଧୁଙ୍କୁ ନେଇ ପୁରୀ ଶ୍ରୀମନ୍ଦିରେ ଅଘଟଣ ଘଟିଥିଲା । ମନ୍ଦିର ପରିସରରେ ଥିବା ପବିତ୍ର ରୋହିଣୀକୁଣ୍ଡ ଖୋଲି ସେଥିରୁ ଜଳ ଆଣିବାକୁ ନେଇ ଜଗନ୍ନାଥ ମନ୍ଦିର ପୁଲିସ ସହିତ ସାଧୁଙ୍କର ମୁହାଁମୁହିଁ ହୋଇଥିଲା । ରୋହିଣୀ କୁଣ୍ଡକୁ କୋଭିଡ୍ ପାଇଁ ବନ୍ଦ ରଖାଯାଇଛି । ତେଣୁ ଏହାକୁ ଖୋଲିଥିବାରୁ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ହେଲେ ସେଠାରେ ତାଙ୍କର ମାନସିକ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ଏସ୍ସିବି ସ୍ଥାନାନ୍ତର କରାଯାଇଛି ।
Comments are closed, but trackbacks and pingbacks are open.