ପୁରୀରେ କୋହଳ ହେଲା ଶଟ୍ଡାଉନ୍ କଟକଣା

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଆଜି(ଶନିବାର)ଠୁ ରାଜ୍ୟର ସବୁଠୁ ଅଧିକ କରୋନା ପ୍ରଭାବିତ ୧୧ ଜଲ୍ଲାରେ ଶଟ୍ଡାଉନ୍ ଘୋଷଣା କରାଯାଇଛି । ଏହି ୧୧ଟି ଜିଲ୍ଲା ମଧ୍ୟରେ ପୁରୀ ଆସୁଥିଲେ ମଧ୍ୟ ପୁରୀ ପୌରପାଳିକାରେ ଆଜି (ଶନିବାର) ଦିନକ ପାଇଁ କୋହଳ ହୋଇଛି ଶଟ୍ଡାଉନ୍ କଟକଣା । ସ୍ନାନପୂର୍ଣ୍ଣିମା ପାଇଁ ଗତ ଦୁଇ ଦିନ ଧରି ପୁରୀରେ ୧୪୪ ଧାରା ଲାଗି ରହିଥିଲା । ତେଣୁ ଏହା ପରେ ପରେ ଶଟ୍ଡାଉନ୍ କଟକଣା ଆରମ୍ଭ ହୋଇଯାଉଥିବାରୁ ଏହାକୁ ଦିନକ ପାଇଁ କୋହଳ କରାଯାଇଛି । ହେଲେ ଆସନ୍ତାକାଲି ପୁରୀରେ ଶଟ୍ଡାଉନ୍ କଟକଣା କଡ଼ାକଡ଼ି ଭାବେ ଲାଗୁ ରହିବ । ଆଜି (ଶନିବାର) ନିୟମ କୋହଳ କରାଯାଇଥିବାରୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଇପାରିବେ । ସନ୍ଧ୍ୟା ୭ଟା ଯାଏ ଘରୁ ବାହାରି ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons