ପୁରୀରେ ଭାସିଯିବାବେଳେ ଗଭୀର ସମୁଦ୍ରରୁ ଯୁବକଙ୍କୁ ଉଦ୍ଧାର କଲେ ଲାଇଫ୍ ଗାର୍ଡ, ଦେଖନ୍ତୁ ଲାଇଭ୍ ଭିଡିଓ

Get real time updates directly on you device, subscribe now.

ପୁରୀ : ଦୂରଦୂରାନ୍ତରୁ ପର୍ୟ୍ୟଟକମାନେ ପୁରୀକୁ ଆସି ସମୁଦ୍ର ସ୍ନାନ କରି ବେଶ୍ ମଜା ନେଇଥାନ୍ତି । କିନ୍ତୁ ବେଳେବେଳେ ସମୁଦ୍ର ସ୍ନାନ ସେମାନଙ୍କ ପାଇଁ ବିପଦ ଡାକିଆଣେ । ପ୍ରତିଦିନ ଲାଇଫଗାର୍ଡ଼ ମାନେ ଅନେକ ଲୋକଙ୍କୁ ବିପଜ୍ଜନକ ଅବସ୍ଥାରେ ଉଦ୍ଧାର କରିଥାନ୍ତି ତାହା ଆଜି ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା ।
ଆଜି ପୁରୀ ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଭୁବନେଶ୍ବର ଇନଫୋସିଟି ଥାନା ଶିଖରଚଣ୍ଡି ଅଞ୍ଚଳର ରାଜା ସାହୁ ସମୁଦ୍ରରେ ସ୍ନାନ କରିବା ବେଳେ ଅସାବଧାନତା ବଶତଃ ଭାସିଯାଇଥିଲେ । ତେବେ ତାଙ୍କୁ ଲାଇଫ୍ ଗାର୍ଡ ଉଦ୍ଧାର କରିଥିଲେ । ଯାହାର ଲାଇଭ ଭିଜୁଆଲ ହସ୍ତଗତ ହୋଇଛି ।
ଭିଜୁଆଲରେ ଦେଖିବାକୁ ମିଳିଛି ଯେ, ଲାଇଫଗାର୍ଡ଼ କର୍ମଚାରୀମାନେ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରି କୂଳକୁ ଆଣୁଛନ୍ତି । ରାଜା ଭାସିଯାଇଥିବା ଜାଣିବା ପରେ ତୁରନ୍ତ ଲାଇଫଗାର୍ଡ଼ ପାଣିକୁ ଡେଇଁ ଟ୍ୟୁବ୍ ମାଧ୍ୟମରେ ତାଙ୍କୁ ଟାଣି ଟାଣି କୂଳକୁ ଆଣିଥିଲେ। ପାଣି ପିଇ ଦେଇଥିବା ବେଳେ ରାଜାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।
ଲାଇଭ୍ ଭିଜୁଆଲରେ ସ୍ପଷ୍ଟ ଦେଖାଯାଉଛି କିଭଳି ଧୀରେ ଧୀରେ ପାଣିରୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ଼ । ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଭାସିଯାଇଥିବା ବ୍ୟକ୍ତି ବଞ୍ଚିବା ମୁସ୍କିଲ ଥିଲା । ମାତ୍ର ଲାଇଫଗାର୍ଡ଼ କର୍ମଚାରୀଙ୍କ ଅଦମ୍ୟ ଚେଷ୍ଟା ଯୋଗୁଁ ଜଣଙ୍କର ଜୀବନ ବଞ୍ଚିଯାଇଛି । ସମୁଦ୍ରରେ ବୁଡି ଯାଉଥବା ରାଜାଙ୍କୁ ଲାଇଫଗାର୍ଡ଼ ଲଲାଟ ବେହେରା, ଜି ଜଗଦିଶ୍, ଜି ବାବାଜୀ ଉଦ୍ଧାର କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons