ଇଲେକ୍ଟ୍ରି ସଂସ୍ପର୍ଶରେ ଦୁଇ ମହିଳାଙ୍କ ମୃତ୍ୟୁ

Get real time updates directly on you device, subscribe now.

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବିଷ୍ଣୁ ଡିହ ପଚାଂୟତର ତେନ୍ତୁଳିଡିହ ଗ୍ରାମରେ ଘଟିଛି ଅଘଟଣ। ଇଲେକ୍ଟ୍ରି ସଂସ୍ପର୍ଶରେ ଆସି ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଫଳରେ ସମଗ୍ର ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଦୁଇ ମୃତକ ହେଲେ ୩୨ ବର୍ଷ ବୟସ୍କା ମମତା ମହାପାତ୍ର ଓ ୭୦ ବର୍ଷ ବୟସ୍କା ବିଦୁଲତା ମହାପାତ୍ର ।
ବିଦୁଲତା ମହାପାତ୍ର ପ୍ରଥମେ ଇଲେକ୍ଟ୍ରି କରେଣ୍ଟ୍ ରେ ଲାଗି ରହିଥିବା ବେଳେ ମମତା ମହାପାତ୍ର ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇ ସେ ମଧ୍ୟ ନିଜେ କରେଣ୍ଟ୍ ରେ ଲାଗି ରହି ସେହି ଠାରେ ଟଳି ପଡିଥିଲେ । ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲ ନିଆଯାଇ ଥିଲା ମାତ୍ର ଡାକ୍ତର ସେଠାରେ ସେମାନକୁଂ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons