ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିବାରୁ ପୁରୀର ଜନସାଧାରଣ, ଛତିଶା ନିଯୋଗ, ସେବାୟତ ଓ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା କଟକଣା ମଧ୍ୟରେ ଆଜି ପୁରୀ ଧାମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଟଣାହୋଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶାନ୍ତିଶୃଙ୍ଖଳାର ସହିତ ପହଞ୍ଚିଛି । ଭକ୍ତଶୂନ୍ୟ ରଥଯାତ୍ରା ହେଲେ ବି କୋଟି କୋଟି ଭକ୍ତ ଟିଭି ଓ ଇଣ୍ଟରନେଟ୍ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ସପରିବାର ନୂଆଦିଲ୍ଲୀସ୍ଥିତ ହଜଖାସ ମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସାଢେ଼ ୪ କୋଟି ଓଡ଼ିଶାବାସୀ ଏବଂ ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ପୁରୀରେ ନିୟମିତ ଢଙ୍ଗରେ ରଥଯାତ୍ରା ଉତ୍ସବକୁ ପାଳନ କରାଯାଉଛି । ଏଥିପାଇଁ ସମଗ୍ର ବିଶ୍ୱରେ ମହାପ୍ରଭୁଙ୍କ ଭକ୍ତ ଅତ୍ୟନ୍ତ ଆନନ୍ଦିତ । ମହାମାରୀ କରୋନା ସହ ସାରା ବିଶ୍ୱ ସଂଘର୍ଷ କରୁଥିବା ବେଳେ ଏହାକୁ ସାମ୍ନା କରିବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦର ଆବଶ୍ୟକତା ରହିଛି । ମହାପ୍ରଭୁଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.