ପୁରୀ ନାବାଳିକା ଗଣ ଦୁଷ୍କର୍ମ ମାମଲାରୁ ତୃତୀୟ ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ପୁରୀ: ପୁରୀରେ ଲଜ୍ଜା ଜ୍ଝ ପୁଲିସ କ୍ୱାର୍ଟସ୍‌ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ କୁମ୍ଭାରପଡ଼ା ପୁଲିସ ଗୁରୁବାର ବିଳମ୍ବିତ ରାତି ତୃତୀୟ ଅଭିଯୁକ୍ତକୁ ଗିରଫ କରିଥଇବାର ଜଣା ପଡିଛି । ମାତ୍ର ପୁଲିସ ଏପର୍ୟ୍ୟନ୍ତ ଆଉ ଜଣେ ଅଭିଯୁକ୍ତ ବୁଲୁ ବାରିକକୁ ଗିରଫ କରିପାରି ନାହିଁ । ଅଭିଯୁକ୍ତ ରାମଚନ୍ଦ୍ର ପ୍ରଧାନକୁ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଆଳିଆପୁଟୁ ଗାଁରୁ ରାତ୍ରିକାଳୀନ ଚଢ଼ାଉ ସମୟରେ ଗିରଫ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଗୁରୁବାର ବିଳମ୍ବିତ ରାତିରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ସେହି ସମୟରେ ସ୍ୱର୍ଗତ କାଳୁ ପ୍ରଧାନଙ୍କ ପୁଅ ରାମଚନ୍ଦ୍ର ପ୍ରଧାନ ଶୋଇଥିଲା। ପୁଲିସକୁ ଦେଖି ସେ ଆଶ୍ଚର୍ୟ୍ୟ ହୋଇଯାଇଥିଲା।
ତେବେ ଏଠାରେ ସୂଚନାଯୋଗ୍ୟ ଗତ ୨ ତାରିଖରେ ଘଟିଥିବା ଘଟଣାରେ ପୂର୍ବରୁ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନେ ହେଲେ ବହିଷ୍କୃତ ପୁଲିସ କର୍ମଚାରୀ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀ। ପୁଲିସ ପୀଡିତାଙ୍କ ବୟାନ ରେକର୍ଡ କରିଥିବା ବେଳେ ଡାକ୍ତରୀମାଇନା ବି କରାଯାଇଛି।ଦୁଷ୍କର୍ମକାରୀ ନାବାଳିକାଙ୍କୁ ନିମାପଡ଼ା ବସଷ୍ଟାଣ୍ଡରୁ ଯେଉଁ କାରରେ ନେଇ ଯାଇଥିଲେ ସେହି କାରକୁ ପୁଲିସ ଖୋଜିବାରେ ଲାଗିଛି। ତେବେ ଏହି ଦୁଷ୍କର୍ମଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ଦେଇଛି। ତେବେ ଏହି ଘଟଣାରେ ଗିରଫ ହୋଇଥିବା ଜିତେନ୍ଦ୍ର ସେଠୀକୁ ପୂର୍ବରୁ ବରିଷ୍ଠ କର୍ମଚାରୀଙ୍କୁ ଖରାପ ବ୍ୟବହାର କରିବା ଓ ନିଶା ସେବନ କରି ଡିୟୁଟିକୁ ଆସିବା ଅଭିଯୋଗରେ ବର୍ଷେ ତଳୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons