ପୁରୀ ପୁଲିସର ଏନ୍କାଉଣ୍ଟର୍:ଠିକାଦାର ଭାଗୁକୁ ଗୁଳି

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ପୁରୀରେ ପୁଣି ଏନ୍କାଉଣ୍ଟର୍ । ସହରର ଜଣାଶୁଣା ଅପରାଧୀ ତଥା ଠିକାଦାର ଭାଗୁ ଓରଫ ଭାଗିରଥୀ ପ୍ରଧାନ (୪୮)ପୁଲିସ ଗୁଳିରେ ଘାଇଲା ହୋଇଛି । ବାମ ଗୋଡ଼ ଆଣ୍ଠୁ ତଳକୁ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ତାକୁ ପିପିଲି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ ପୁଲିସ କଟକ ସ୍ଥାନାନ୍ତର କରିଛି । ପୁଲିସ ଭାଗୁର ବାଇକ, ବନ୍ଧୁକ, ଗୋଟିଏ ଗୁଳି, ଖୋକା ଆଦି ଜବତ କରିଛି । ଏଥିରେ ପୁରୀ ତାଳବଣିଆ ଥାନା ଆଇଆଇସି ଶୁଭଲକ୍ଷ୍ମୀ ପୂଜାରୀ ଆହତ ହୋଇଛନ୍ତି ।
ପୁଲିସ କହିଛି ଯେ, ଭାଗୁ ଏକ ଡକାୟତି ମାମଲାରେ ଫେରାର ଥିଲା । ପୁଲିସ ତାକୁ ଖୋଜୁଥିଲା । ଗୁରୁବାର ବିଳମ୍ବିତ ରାତିରେ ସେ ନିମାପଡ଼ାରୁ ପିପିଲି ଆଡ଼କୁ ଆସୁଥିବା ଖବର ପାଇ ପୁଲିସ ଛକିରହିିଥିଲା । ତାଳବଣିଆ ଥାନା ପୁଲିସ ପିପିଲି ଥାନା ଆଇଆଇସି ଶରତ କୁମାର ସାହୁଙ୍କ ସହାୟତାରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ବାଇପାସ୍ ପାଖ ତରାକାଜ ଓଭର୍ ବ୍ରିଜ୍ ତଳେ ଲୁଚି ରହିଥିଲା । ଭାଗୁ ସେହି ବାଟ ଯାଉଥିବାବେଳେ ପୁଲିସ ତାକୁ ଅଟକାଇଥିଲା । ସେ ପୁଲିସ ଉପରକୁ ଗୁଳିମାଡ଼ କରି କରି ଖସି ପଳାଇବାକୁ ଉଦ୍ୟମ କରିବାରୁ ବାଧ୍ୟ ହୋଇ ଆତ୍ମରକ୍ଷା ପାଇଁ ପୁଲିସ ତାକୁ ଏନ୍କାଉଣ୍ଟର୍ କରିଥିବା କହିଛନ୍ତି ଏସ୍ପି ଉମାଶଙ୍କର ଦାଶ ।
୨୦୦୪ ମସିହାରେ ଅପରାଧ ଜଗତରେ ପାଦ ଥାପିଥିବା ଭାଗୁ ୨୦୧୯ ମସିହା ସୁଦ୍ଧା ଜିଲ୍ଲାର ବିଭିନ୍ନ ଥାନାର ୨୧ଟି ମାମଲାରେ ଜଡ଼ିତ ଥିଲା । ୨୦୧୩ ମସିହା ଏପ୍ରିଲ୍ ୨୫ ତାରିଖ ଏକା ବେହେରା ହତ୍ୟାକାଣ୍ଡ, ୨୦୧୪ ଜୁନ୍ ୨୮ରେ ଭକ୍ତରଞ୍ଜନ ଦାସ ଓ ୨୦୧୮ ଡିସେମ୍ବର ୨୫ରେ ପାରା ଓରଫ ସଞ୍ଜୟ ବେହେରା ହତ୍ୟା ମାମଲାରେ ଭାଗୁ ଜଡିତ ଥିବା ପୁଲିସ ରେକର୍ଡରୁ ଜଣାପଡିଛି ।
ପାରା ହତ୍ୟା ମାମଲାରେ ଜେଲ୍ ଯାଇ କିଛି ଦିନ ତଳେ ଜାମିନରେ ଆସିଥିଲା । ପୁଣି ଏକ ଡକାୟତି ମାମଲାରେ ଫେରାର ଥିବାରୁ ତାକୁ ପୁଲିସ ଖୋଜୁଥିଲା । ତେବେ ପୁଲିସ ନାକା କରି ତାକୁ ଅଟକାଇବା ବେଳେ ଭାଗୁ ଗୁଳି ମାଡ଼ କରିଥିଲା । ଏଥିରେ ଇନ୍ସପେକ୍ଟର୍ ଶ୍ରୀମତୀ ପୂଜାରୀ ଆହତ ହୋଇଥିବା ଏସ୍ପି କହିଛନ୍ତି । ସେ ମଧ୍ୟ ଚିକିତ୍ସିତ ହୋଇଛନ୍ତି । ଏନେଇ ଶ୍ରୀମତୀ ପୂଜାରୀ ପିପିଲି ଥାନାରେ ଏତଲା ଦେଇଛନ୍ତି । ପିପିଲି ପୁଲିସ ୨୬୬ନଂରେ ଆଉ ଏକ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons