ପୁରୀ ସଦର ଉପକଣ୍ଠରେ ପ୍ରାକୃତିକ ତେଲ ଓ ଗ୍ୟାସ୍ ସନ୍ଧାନ

Get real time updates directly on you device, subscribe now.

ପୁରୀ, (ବି.ବି.ନୁ୍ୟଜ: ପୁରୀ ସଦର ଉପକଣ୍ଠ ତଥା ପୁରୀ ସହର ଠାରୁ ୭ କିଲୋମିଟର ଦୂର ଦଣ୍ଡା ଗ୍ରାମର ଏକ କ୍ଷେତରେ ମିଳିଛି ପ୍ରାକୃତିକ ତେଲ ଓ ଗ୍ୟାସ୍ର ସନ୍ଧାନ । ଯାହାକୁ ନେଇ ଗ୍ରାମବାସୀ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ଜିଲ୍ଲାରେ ଏଭଳି ପ୍ରାୟ ୨ଶହ ସ୍ଥାନରେ ଖୋଜ୍ ଚାଲିଥିବା କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସୂତ୍ରରୁ ଜଣାପଡ଼ିଛି । ଓଏନ୍ଜିସି(ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍ ଲିମିଟେଡ୍) ପକ୍ଷରୁ ରାଜ୍ୟ ବାହାର ଶ୍ରମିକଙ୍କୁ ନିୟୋଜିତ କରି ଏହି ସନ୍ଧାନ କାମ ଆଗେଇ ଚାଲିଛି । ପ୍ରାୟ ୨୦ ଜଣ ଶ୍ରମିକ ଦଣ୍ଡାର ପ୍ରଫୁଲ୍ଲ ମହାପାତ୍ରଙ୍କ ଧାନ କ୍ଷେତରେ ସନ୍ଧାନ କାମରେ ନିୟୋଜିତ ରହିଛନ୍ତି । ଶ୍ରମିକଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗର ଅଛନ୍ତି । କୋଣାର୍କରେ ଏହି ତେଲ ଓ ଗ୍ୟାସ୍ ସନ୍ଧାନ କରୁଥିବା ଏନ୍ଏନ୍ଜିସି ପକ୍ଷରୁ ଅଫିସ୍ କରାଯାଇଛି । ପ୍ରାୟ ୨ଶହ ଫୁଟ ବୋରିଂ କରାଯିବା ପରେ ଡିନାମାଇଟ୍ ପକାଇ ବୁଧବାର ଅପରାହ୍ନରେ ଫୁଟା ଯାଇଥିଲା । ଏହି ସ୍ଥାନରୁ ବାଲି, ମାଟି ସଂଗ୍ରହ କରାଯାଇ ଦିନେ ଦୁଇଦିନ ଭିତରେ ପରୀକ୍ଷା ନିମନ୍ତେ ଦିଲ୍ଲୀ ପଠାଯିବ । ରିପୋର୍ଟ ମିଳିବା ପରେ ତଥା ଏହି ସ୍ଥାନରୁ ପ୍ରାକୃତିକ ତେଲ ଓ ଗ୍ୟାସ୍ ଉପôାଦନ କରିବା ନେଇ ସରକାରୀ ନିଦେ୍ର୍ଧଶ ମିଳିଲେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି । ପୂରା ଜିଲ୍ଲାରେ କାମ କରିବା ନିମନ୍ତେ ପ୍ରାୟ ୨ଶହ ଶ୍ରମିକ ଲାଗିଥିବା ମଧ୍ୟ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons