କଟକ,(ବି.ବି.ବ୍ୟୁରୋ): ଚଳିତ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍ର ଦଳଗତ ଇଭେଣ୍ଟରେ ଭାରତ ଉଭୟ ମହିଳା ଓ ପୁରୁଷ ବର୍ଗରେ ଚାମ୍ପିଅନ୍ ହୋଇଛି । ଉନ୍ନତ ପ୍ରଦର୍ଶନ ବଳରେ ଘରୋଇ ଦଳ ଟାଇଟଲ୍ ହାସଲ କରିପାରିଛି । ଉଭୟ ବର୍ଗରେ ଇଂଲଣ୍ଡକୁ ପରାସ୍ତ କରି ସ୍ୱଣ୍ଣ ର୍ ପଦକ ଜିତିଛି ଭାରତ । ଇଂଲ‘ ରୌପ୍ୟରେ ସନ୍ତୁଷ୍ଟ ହୋଇଥିବା ବେଳେ ଉଭୟ ପୁରୁଷ ଓ ମହିଳା ବର୍ଗରେ ସିଙ୍ଗାପୁର ବ୍ରୋଞ୍ଜ ପଦକ ପାଇଛି ।
ପୁରୁଷ ବର୍ଗରେ ଭାରତ ଟାଇଟଲ୍ ବଜାୟ ରଖିଛି । ୨୦୧୫ରେ ସୁରତରେ ଆୟୋଜିତ ପୂର୍ବ ସଂସ୍କରଣରେ ଭାରତ ଚାମ୍ପିଅନ୍ ହୋଇଥିଲା । କ୍ରମାନ୍ୱୟରେ ଦ୍ୱିତୀୟଥର ପାଇଁ ଭାରତୀୟ ପୁରୁଷ ଦଳ ବିଜୟ ମୁକୁଟ ପିନ୍ଧିଛି । ସେହିପରି ମହିଳା ଦଳ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍ରେ ପ୍ରଥମଥର ସ୍ୱଣ୍ଣ ର୍ ପଦକ ଜିତିପାରିଛି । ୨୦୧୫ ରାଜ୍ୟଗୋଷ୍ଠୀ ମୁକାବିଲାରେ ଯଦିଓ ଦଳ ଫାଇନାଲକୁ ଉନ୍ନୀତ ହୋଇଥିଲା କିନ୍ତୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।
ଆଜି ମହିଳା ବର୍ଗର ଫାଇନାଲରେ ଭାରତ ଏକତରଫା ଭାବେ ୩-୦ରେ ବିଜୟୀ ହୋଇଥିଲା । ଅର୍ଚ୍ଚନା କାମଥ ପ୍ରଥମ ଗେମ୍ରେ ଇଂଲଣ୍ଡର ହୋ ଟିନ୍ ଟିନ୍ଙ୍କୁ ଭେଟିଥିଲେ । ପ୍ରଥମ ସେଟ୍ରେ ୮-୧୧ରେ ପଛୁଆ ରହିଥିଲେ ବି ପରବର୍ତ୍ତୀ ସେଟ୍ ଗୁଡ଼ିକରେ ଚମକ୍ରାର ପ୍ରତ୍ୟାବର୍ତ୍ତନ କରିଥିଲେ । ଏଥିରେ ଅର୍ଚ୍ଚନା ୧୩-୧୧, ୧୧-୯, ୧୧-୯ ପଏଣ୍ଟରେ ହୋ ଟିନ୍ ଟିନ୍ଙ୍କୁ ହରାଇଥିଲେ । ଦ୍ୱିତୀୟ ଗେମ୍ରେ ମନିକା ବାତ୍ରାଙ୍କ ସାମ୍ନାସାମ୍ନି ହୋଇଥିଲା ଡେନିସ୍ ପେଟ୍ଙ୍କ ସହ । ଏଥିରେ ମନିକା ଏକତରଫା ଭାବେ ୧୧-୬, ୧୧-୪ ଏବଂ ୧୧-୩ ରେ ବିଜୟୀ ହୋଇ ଦଳର ବିଜୟ ପକ୍କା କରିଥିଲେ ।
ତୃତୀୟ ମ୍ୟାଚ୍ରେ ମଧୁରିକା ପଟକରଙ୍କୁ ବି ଏତେଟା କଷ୍ଟ କରିବାକୁ ପଡ଼ିନଥିଲା । ୧୧-୯, ୧୧-୭, ୧୧-୬ ପଏଣ୍ଟରେ ପ୍ରତିପକ୍ଷ ଇମ୍ଲି ବଲ୍ଟନ୍ଙ୍କୁ ହରାଇ ଟାଇଟଲ୍ ଭାରତ ନାଁରେ କରିଥିଲେ ମଧୁରିକା । ଏହାପୂର୍ବରୁ ସେମିଫାଇନାଲ ଭାରତ ୩-୦ରେ ସିଙ୍ଗାପୁରକୁ ପରାସ୍ତ କରିଥିଲା ।
ପୁରୁଷ ବର୍ଗରେ ଭାରତର ବିଜୟ ଏତେଟା ସହଜ ନଥିଲା । ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । ଟାଇଟଲ୍ ପାଇଁ ପୂରା ଦମ୍ ଲଗାଇଦେଇଥିଲେ ଉଭୟ ଦଳର ଖେଳାଳି । ପ୍ରଥମ ଗେମ୍ରେ ମଇଦାନକୁ ଓହ୍ଲାଇଥିଲେ ବିଶ୍ୱ ୩୨ନମ୍ବର ର୍ୟାଙ୍କ୍ରେ ଥିବା ଭାରତର ଶରତ କମଲ୍ । ସାମ୍ନାରେ ଥିଲେ ଥୋମାସ୍ ଜରଭିସ୍ । ଥୋମାସ୍ଙ୍କ ଷ୍ଟ୍ରାଇକ୍ ଆଗରେ ଶରତଙ୍କ ଟେକ୍ନିକ୍ କାମ କରିନଥିଲା । ଯାହାଫଳରେ ଏକତରଫା ଭାବେ ଥୋମାସ ୧୧-୭, ୧୧-୮, ୧୧-୪ ରେ ଜିତି ଯାଇଥିଲେ । ଦ୍ୱିତୀୟ ମୁକାବିଲାରେ ଜି.ସାଥିୟାନ୍ଙ୍କୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିଥିଲା । ୫-୧୧, ୯-୧୧ ରେ ପ୍ରଥମ ଦୁଇ ସେଟ୍ ଜିତିଥିଲେ ବି ପରେ ଲଗାତାର ତିନି ସେଟ୍ ନିଜ ପକ୍ଷରେ ରଖିଥିଲେ ସାମୁଏଲ୍ । ଯାହାଫଳରେ ଭାରତ ଲଗାତାର ଦୁଇ ସେଟ୍ରେ ପରାସ୍ତ ହୋଇଯାଇଥିଲା ।
ତୃତୀୟ ଖେଳାଳ ଭାବେ ହରମିତ୍ ଦେଶାଇ ୪-୧୧, ୧୧-୫, ୮-୧୧, ୧୧-୮, ୧୧-୮ରେ ଜିତି ଘରୋଇ ଦଳର ଆଶା ସଂଚାର କରିଥିଲେ । ପରେ ଜି.ସାଥିୟାନ୍ ଏବଂ ଶରତ କମଲ୍ ଆଉ ଦୁଇ ଗେମ୍ ଖେଳି ଭାରତକୁ ବିଜୟୀ କରାଇଥିଲେ । ଏହାପୂର୍ବରୁ ଭାରତ ସିଙ୍ଗାପୁରକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଏଥିରେ ଭାରତ ୩-୦ ସେଟ୍ରେ ମ୍ୟାଚ ଜିତିଥିଲା । ପୁରୁଷ ବର୍ଗର ତୃତୀୟ ସ୍ଥାନ ପାଇ ମ୍ୟାଚରେ ସିଙ୍ଗାପୁର ୩-୦ ରେ ମାଲେସିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଅକ୍ତିଆର କରିଥିଲା । ବରେଣ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍.ଜାଭେରୀ ଏବଂ ଅଲିଶ୍ଛିକ୍ସରେ ସ୍ୱଣ୍ଣ ର୍ ପଦକ ବିଜେତା ସୁଟର ଅଭିନବ ବିନ୍ଦ୍ରା ଯୋଗ ଦେଇ ପଦକ ବିଜେତାଙ୍କୁ ପୁରସ୍କୃତ କରିଥିଲେ ।


Comments are closed, but trackbacks and pingbacks are open.