ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନିଂ୍ସ ଯୋଗେ ପୁଲିସ୍ ବିଭାଗର ବରିÂ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଲକ୍ଡାଉନ୍ରେ ପୁଲିସ୍ ଉଚ୍ଚମାନର ସଂଯମତା ରକ୍ଷା ସହିତ ମର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ସେଥିପାଇଁ ଓଡ଼ିଶା ପୁଲିସ୍ ବାହିନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଡାଉନ୍ ସମୟରେ ପୁଲିସ୍ ମାନବିକତା ଉପରେ ଗୁରୁତ୍ୱ ଦେଇ କାମ କରିଛି । କରୋନା ଯୁଦ୍ଧ ସରି ନାହିଁ । ତେଣୁ ଆମକୁ ଅଧିକ ସତର୍କ ହେବା ସହିତ ବୃତ୍ତିଗତ ଦକ୍ଷତାର ସହ କାମ କରିବାକୁ ପଡ଼ିବ । ଓଡ଼ିଶା ପୁଲିସ୍ ମାନବ ସମ୍ବଳର ଯୁକ୍ତିସଂଗତ ପରିଚାଳନା କରି ଥାନାଗୁଡ଼ିକରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିପାଇଁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ଡିଜିପିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ଲକ୍ଡାଉନ୍ରେ ଓଡ଼ିଶା ରାସ୍ତା ଦେଇ ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ସହାୟତା ଯୋଗାଇବାକୁ ‘ଜିରୋ ୱାକିଂ ଇନ୍ସାଇଡ୍ ଓଡ଼ିଶା’ ନୀତି କାର୍ଯ୍ୟକାରୀ ହୋଇଥିଲା । ଏହି ନୀତିକୁ ପୁଲିସ୍ ବାହିନୀ ଉତ୍ତମ ସମନ୍ୱୟ ରକ୍ଷା କରି ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ମାନବୀୟ ସେବା ଯୋଗାଇ ଦେଇଛନ୍ତି । ଏହା ଓଡ଼ିଶା ପୁଲିସ୍ର ଦକ୍ଷତା ଓ ବୃତ୍ତିଗତ ଉକ୍ରର୍ଷର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାତ୍ୟା ‘ଅମ୍ପନ୍’ ସମୟରେ ଓଡ୍ରାଫ୍ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । କରୋନା ଭୟ ସତ୍ତେ୍ୱ ସେମାନେ କୋଲକାତାରେ ସାହସ ଓ ମାନବିକତା ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ । ସେମାନଙ୍କ ଏହି କାର୍ଯ୍ୟକୁ ସାରା ଦେଶ ପ୍ରଶଂସା କରୁଛି । ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋଲକାତା ବାତ୍ୟା ସମୟରେ ସହାୟତା ଯୋଗାଇବାକୁ ଯାଇ ଆମର ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀମାନେ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ଏହା ଏକ ଅସ୍ୱାଭାବିକ ପରିସ୍ଥିତି ଏବଂ ଏଥିରେ ଆମ ସମସ୍ତେ ଟିମ୍ ସ୍ପିରିଟ୍ରେ କାମ କରୁଛୁ । ଏହି ଆହ୍ୱାନର ମୁକାବିଲା କ୍ଷେତ୍ରରେ ପୁଲିସ୍ ଅଧିକାରୀ ଓ କର୍ମଚାରୀମାନେ ସବୁଠୁ ଆଗରେ ଅଛନ୍ତି । ଏହି ଉତ୍ତମ କାର୍ଯ୍ୟକୁ ଜାରି ରଖିବା ପାଇଁ ସେ ପୁଲିସ୍ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାସ୍ତରରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଥେଷ୍ଟ ଭାବରେ ଉପଲବ୍ଧ ଅଛି । ପୁଲିସ୍ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ସେ ଏସ୍ପିମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଡିଜିପି ଶ୍ରୀ ଅଭୟ ପୁଲିସ୍ ପ୍ରଶାସନ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ଅନୁଯାୟୀ ମହିଳାଙ୍କ ଉପରେ ଘରୋଇ ହିଂସାକୁ ରୋକିବା ପାଇଁ ପୁଲିସ୍ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି । ୯୨୦୫ ଜଣ ମହିଳାଙ୍କ ସହିତ ଫୋନରେ ଯୋଗାଯୋଗ କରାଯାଇଛି । ଏଥିରେ ୫୩ଟି କେସ୍ରେ ଘରୋଇ ହିଂସାର ସୂଚନା ମିଳିଥିଲା ଏବଂ ଏଥିପାଇଁ ପୁଲିସ୍ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି । ୮୦୦୨ଟି ସାମୟିକ ମେଡିକାଲ କେନ୍ଦ୍ର (ଟିଏମ୍ସି)ର ସୁରକ୍ଷା ଦାୟିତ୍ୱ ନିଆଯାଇଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳିବା ଭଳି ବିଭିନ୍ନ ସଚେତନତା କ୍ୟାମ୍ପେନ୍ ବି ପୁଲିସ ଚଳାଇଛି । ସେହିପରି ମାନବିକତା କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପୁଲିସ ଅଗ୍ରଣୀ ଭୂମିକା ନେଇଛି । ଲକ୍ଡାଉନ୍ ବେଳେ ପ୍ରାୟ ୫୨୪ଟି ଟ୍ରିପ୍ ଜରିଆରେ ମୋଟ ୨୪,୫୮୭ ଅନ୍ତଃରାଜ୍ୟ ପଥଚାରୀ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯାଇଛି ।
ନିୟମ ଖିଲାପକାରୀଙ୍କ ଉପରେ ବି ପୁଲିସ ବେଶ୍ କଡ଼ା ଆକ୍ସନ ନେଇଛି । ମାସ୍କ ବ୍ୟବହାର ନିୟମ ଖିଲାପକାରୀଙ୍କଠାରୁ ୧ କୋଟି ୨୫ ଲକ୍ଷ ୮୪ ହଜାର ୧୮୦ ଟଙ୍କା ଜରିମାନା ଆଦାୟ ହୋଇଛି । ସାମାଜିକ ଦୂରତା ନିୟମ ଲଂଘିଥିବା ବ୍ୟକ୍ତିଙ୍କ ଠାରୁ ୧୧ ଲକ୍ଷ ୭୪ ହଜାର ୩୫୦ ଟଙ୍କା, ସାପ୍ତାହିକ ଲକ୍ଡାଉନ୍ ଉଲ୍ଲଂଘନ ବାବଦରେ ୩ ହଜାର ଟଙ୍କା ଓ ରାତ୍ରିକାଳୀନ କର୍ଫୁ୍ୟ ଉଲ୍ଲଂଘନ ବାବଦରେ ୧ ଲକ୍ଷ ୩ ହଜାର ୮୦ ଟଙ୍କା ଜରିମାନା ଆଦାୟ ହୋଇଛି ।
ଅଗ୍ନିଶମ ସେବା ମହାନିଦେ୍ର୍ଧଶକ ସତ୍ୟଜିତ୍ ମହାନ୍ତି କହିଥିଲେ, ଏପ୍ରିଲ ୨୫ରେ କୋଲକାତା ଯାଇଥିବା ୩୭୨ ଜଣ ଅଗ୍ନିଶମ କର୍ମଚାରୀ ସେଠାରେ ୧୨ ଦିନ ଧରି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଆମ ଯବାନ୍ଙ୍କ କାର୍ଯ୍ୟକୁ କୋଲକାତାବାସୀ ଢେର୍ ପ୍ରଶଂସା କରିଥିଲେ । ଓଡିÿଆ ଅଗ୍ନିଶମ କର୍ମଚାରୀ କୋଲକାତା ଓ ହାୱଡ଼ା ରାସ୍ତାରେ ଯିବା ବେଳେ ସେଠାକାର ଜନତା ରାସ୍ତାର ଦୁଇପାଶ୍ୱର୍ରେ ଛିଡ଼ା ହୋଇ ଓଡିÿଶା ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା କରୁଥିଲେ ।
୫ଟି ସଚିବ ଭି. କେ ପାଣ୍ଡିଆନ୍ କହିଥିଲେ, ଲକ୍ଡାଉନ୍ ବେଳେ ନାନାଦି ନିୟମାବଳୀକୁ ପୁଲିସ୍ ଦକ୍ଷତାର ଲାଗୁ କରିପାରିଛି । ଯେକୌଣସି ନିଦେ୍ର୍ଧଶକୁ ତୁରନ୍ତ ଲାଗୁ କରିବାରେ ପୁଲିସ ବାହିନୀର କାର୍ଯ୍ୟଦକ୍ଷତା ବେଶ୍ ପ୍ରଶଂସନୀୟ । ବୃତ୍ତିଗତ ଦକ୍ଷତା ଓ ମାନବୀୟ ମୂଲ୍ୟବୋଧର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାରେ ପୁଲିସ୍ ସଫଳ ହୋଇଛି । ଜିରୋ ୱାକିଂ ଇନ୍ସାଇଡ୍ ଓଡିÿଶା ନୀତିର କାର୍ଯ୍ୟକାରିତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଏସ୍ପିମାନଙ୍କୁ ପଚାରି ବୁଝିଥିଲେ । ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଧନ୍ୟବାଦ ଦେଇଥିଲେ ।
Comments are closed, but trackbacks and pingbacks are open.