ପୁଲିସର ମାତ୍ରାଧିକ କାର୍ଯ୍ୟକୁ ନେଇ ଉତ୍ତେଜନା:ପୁରୁଣା ବଜାରରେ ଲାଠିଚାର୍ଜ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଏକ ସାମାନ୍ୟ ଘଟଣାକୁ ନେଇ ଭଦ୍ରକ ପରୁଣାବଜାର ଥାନା ଅଞ୍ଚଳରେ ଲଙ୍କାକାଣ୍ଡ ଘଟିଛି । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଯାଇ ଘଟଣାସ୍ଥଳରେ ପୁଲିସ ଲାଠିଚାର୍ଜ କରିଛି । ଏଥିରେ ଜଣେ ସ୍ଥାନୀୟ ବ୍ୟକ୍ତି ଆହତ ହୋଇଛନ୍ତି । ଖବର ପାଇ ପୁରୁଣା ବଜାରଠାରେ ଅନୁÂିତ ବୁଢ଼ା ଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ବନ୍ଧୁ ମିଳନ ଉତ୍ସବରେ ଯୋଗଦେବାକୁ ଆସିଥିବା ପୁଲିସ ଆଇଜି ଦୀପ୍ତେଶ ପଟ୍ଟନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ୨ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ପୁଲିସ ଉଦ୍ୟମ ଜାରି ରଖିଛି । ପୁରୁଣାବଜାର ଥାନାଧିକାରିଣୀ ପ୍ରଜ୍ଞା ମହାନ୍ତି ସନ୍ଧ୍ୟା ପ୍ରାୟ ୮ଟା ବେଳେ ପୁରୁଣାବଜାର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ହନିଫ କ୍ଲବ ସମ୍ମୁଖରେ ଥିବା ଭାଟମହଲା ସାହିର ସେକ ବିଲାଲ୍ଙ୍କ “ତାଜ୍ କ୍ଲଥ ଷ୍ଟୋର’ ସମ୍ମୁଖରେ ଅଟକିଥିଲେ । ଦୋକାନ ବାହାରେ ଟଙ୍ଗା ଯାଇଥିବା କିଛି ସମାଗ୍ରୀକୁ ସେ ଟାଣି ରାସ୍ତାକୁ ଫୋପାଡ଼ି ପଳାଇ ଯାଇଥିଲେ । ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ବହୁ ସଂଖ୍ୟକ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସର ମାତ୍ରାଧିକ କାର୍ଯ୍ୟକୁ ବିରୋଧ କରିବା ସହ ହୋ ହାଲ୍ଲା କରିଥିଲେ । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା । ପୁଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଲାଠି ମାଡ଼ କରିଥିଲା । ଘଟଣାସ୍ଥଳରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ଖବର ପାଇ ପୁଲିସ ଆଇଜି ଓ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରିଥିଲେ । ପୁରୁଣାବଜାର ଥାନାଧିକାରିଣୀଙ୍କ ବଦଳି ଓ ଲାଠିଚାର୍ଜ କରିଥିବା ପୁଲିସଙ୍କ ନିଲମ୍ବନ ଦାବି କରିଥିଲେ ଉତ୍ତ୍ୟକ୍ତ ଲୋକେ । ଦାବି ପୂରଣ ନେଇ ପ୍ରତିଶ୍ରୁତି ପରେ ଉତ୍ତେଜନା ହ୍ରାସ ପାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons