ପୁଲିସ୍ ଗୁଳିରେ ୭ ମାଓବାଦୀ ନିହତ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନ୍ୟୁଜ୍): ମାଓବାଦୀଙ୍କ ସହିଦ ସପ୍ତାହର ଶେଷ ଦିନରେ ଆଜି ଛତିଶଗଡ଼ ରାଜନନ୍ଦଗାଁଓ ଜିଲ୍ଲାର ସୀତାଗୋଟା ଜଙ୍ଗଲରେ ପୁଲିସ୍ ଗୁଳିରେ ନିହତ ହୋଇଛନ୍ତି ୭ ମାଓବାଦୀ । ସେମାନଙ୍କ ପାଖରୁ ଜବତ ହୋଇଛି ଏକେ-୪୭, ଥ୍ରୀ ନଟ୍ ଥ୍ରୀ ରାଇଫଲ, ୧୨ ବୋର ବନ୍ଧୁକ ସହ ବିପୁଳ ଗୋଳାବାରୁଦ ଏବଂ ଅନ୍ୟାନ୍ୟ ମାଓ କିଟ୍ । ମୃତ ମାଓବାଦୀଙ୍କ ପରିଚୟ ମିଳିନାହିଁ । ସେମାନଙ୍କ ମୃତଦେହକୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ରଖାଯାଇ ପରିଚୟ ଖୋଜାଚାଲିଛି । ଅନ୍ୟପକ୍ଷରେ ଗୁଳି ବିନିମୟରେ ଅଧିକ ମାଓବାଦୀ ମୃତାହତ ହୋଇଥିବା ସନ୍ଦେହ କରି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି ।
ଆଜି ଥିଲା ମାଓବାଦୀଙ୍କ ସହିଦ ସପ୍ତାହର ଶେଷ ଦିନ । ଏହି ଉପଲକ୍ଷେ ସୀତାଗୋଟା ଜଙ୍ଗଲରେ ଏକାଠି ହୋଇ ମାଓବାଦୀମାନେ ଗୁପ୍ତବୈଠକ ଚଳାଇଥିଲେ । ଏ ସଂପର୍କରେ ଗୁଇନ୍ଦା ଖବର ପାଇ ରାଜନନ୍ଦଗାଁଓ ଜିଲ୍ଲାର ଡିଆର୍ଜି ପୁଲିସ ଏବଂ ସିଆର୍ପିଏଫ୍ ଯବାନମାନେ ସେଠାକୁ କମ୍ବିଂରେ ଯାଇ ଚଢଉ କରିଥିଲେ । ମାଓବାଦୀ ଏବଂ ପୁଲିସ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ପୁଲିସ୍ ଗୁଳିରେ ୭ ମାଓବାଦୀ ଟଳିପଡ଼ିିଥିଲେ । ପରେ ଅନ୍ୟ ମାଓବାଦୀମାନେ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons