ପୁଲିସ୍ ମୁଖ୍ୟାଳୟରେ ନିରବ ପ୍ରାର୍ଥନା

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): କରୋନା ଯୋଦ୍ଧାଙ୍କ ସମ୍ମାନର୍ଥେ କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ନିରବ ପ୍ରାର୍ଥନା କରାଯାଇଛି । ରିଜର୍ଭ ପୁଲିସ୍ ପଡ଼ିଆରେ ଡିଜି ଶ୍ରୀ ଅଭୟଙ୍କ ଅଧ୍ୟକ୍ଷତାରେ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଡିଜି ବିନୟତୋଷ ମିଶ୍ର, କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ରେଖା ଲୋହାନୀ, ଯତୀନ୍ଦ୍ର କୋଏଲ, ଅମିତେନ୍ଦ୍ରନାଥ ସିହ୍ନା, ପ୍ରବୀଣ କୁମାର, ଏଆଇଜି ବିବେକାନନ୍ଦ ଶର୍ମାଙ୍କ ସମେତ ବହୁ ବରିÂ ପଦାଧିକାରୀ ଉପସ୍ଥିତ ରହିଥିଲେ । ଏଥିରେ ପୁଲିସ୍ ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ୍, ମାନବଧିକାର ସୁରକ୍ଷା ସେଲ୍ ଆଦି ପୁଲିସ୍ ସଂସ୍ଥାର ପ୍ରାୟ ୪ଶହ କର୍ମଚାରୀ ସମୂହ ନିରବ ପ୍ରାର୍ଥନା କରିଥିଲେ । କରୋନା ମହାମାରୀ ସମୟରେ ନିଜର କର୍ତ୍ତବ୍ୟ ସମ୍ପାଦନା ସମୟରେ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ୬ ପୁଲିସ କର୍ମଚାରୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିବା ଏଏସ୍ଆଇ ରବିନାରାୟଣ ବେହେରା, ତାରାସିଙ୍ଗି ଥାନାର ଏଏସ୍ଆଇ ଶିବରାମ ଦାସ, ବ୍ରହ୍ମପୁର ପୁଲିସ୍ ଏଏସ୍ଆଇ କୃଷ୍ଣଚନ୍ଦ୍ର ମଣ୍ଡଳ, ଆସ୍କା ଥାନା କନଷ୍ଟେବଲ୍ ଗୋଲକ ନାୟକ, ଗଞ୍ଜାମ ଜିଲ୍ଲା ପୁଲିସ ହୋମଗାର୍ଡ ସତ୍ୟରଞ୍ଜନ ସେଠୀ ଓ ବ୍ରହ୍ମପୁର ପୁଲିସ୍ର ହୋମଗାର୍ଡ ଏସ୍. ନରସିଂହ ଦାସଙ୍କ ଉଦେ୍ଧଶ୍ୟରେ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons