ଦିଗପହଣ୍ଡିି, (ବି.ବି.ନୁ୍ୟଜ୍): ଦଶ ବର୍ଷ ତଳେ ଘଟିଥିବା ଏକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଦିଗପହଣ୍ଡି ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ପାଟପୁର ଥାନା ଅନ୍ତର୍ଗତ ବି.ଆଦିକନ୍ଦପୁର ଗ୍ରାମର ସତ୍ୟ ନାରାୟଣ ନାଇକ (୩୨) । ଥାନା କେସ୍ ନମ୍ବର ୨୫୬/୨୦୦୯ (ଆଇପିସି ଦଫା ୩୦୨/୧୨୦ବି/୩୪) ଅନୁଯାୟୀ ଏକ ମକଦ୍ଧମା ଋୁଜୁ କରି ଦିଗପହଣ୍ଡି ପୁଲିସ ଅଭିଯୁକ୍ତକୁ ସୋମବାର କୋର୍ଟଚାଲାଣ କରିଛି । ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତାର ପଳାସପୁର ସାହିରେ ପୂର୍ବରୁ ରହୁଥିବା ସତ୍ୟ ନାରାୟଣ ଘଟଣା ଦିନଠାରୁ ଫେରାର୍ ଥିôଲା । ସୁରାଟ ଚାଲିଯାଇ ସେଠାରେ ଆତ୍ମଗୋପନ କରିଥିଲା ସେ । ନିକଟରେ ପରିବାର ଲୋକ ଡେଙ୍ଗାଓସ୍ତା ପଳାସପୁର ଗ୍ରାମକୁ ଆସିଥିଲେ । ରବିବାର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସତ୍ୟ ନାରାୟଣ ସୁରାଟରୁ ଫେରି ଡେଙ୍ଗାଓସ୍ତାରେ ରହିଥିବା ସୂଚନା ପାଇ ଚଢ଼ଉ କରିଥିଲା ପୁଲିସ । ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଥିଲେ ।
ଆଇଆଇସିଙ୍କ ସୂଚନା ପ୍ରକାରେ ଏହି ହତ୍ୟାକାଣ୍ଡ ୨୦୦୯ ମସିହାରେ ପାଟପୁର ଥାନା ଅନ୍ତର୍ଗତ ବି.ଆଦିକନ୍ଦପୁର ଗ୍ରାମରେ ଘଟିଥିଲା । ହତ୍ୟାକାଣ୍ଡର ଶିକାର ହୋଇଥିଲେ ଦୁର୍ଯେ୍ୟାଧନ ନାଇକ ଯେକି ଜଣେ ପୁଲିସ୍ କର୍ମଚାରୀ ଭାବେ ଫୁଲବାଣୀ ଥାନାରେ କାର୍ଯ୍ୟରତ ଥିଲେ । ଜମିଜମାକୁ କେନ୍ଦ୍ର କରି ଅଭିଯୁକ୍ତ ଦୁଇ ଭାଇ ସତ୍ୟନାରାୟଣ ଓ ତାଙ୍କ ବଡ଼ ଭାଇ ଜଗନ ନାଇକ ନିଜ ଦାଦା ଦୁର୍ଯେ୍ୟାଧନଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣାରେ ବଡ଼ ଭାଇ ଜଗନ ନାଇକକୁ ୨୦୦୯ରେ ପୁଲିସ ଗିରଫ କରିଥିବା ବେଳେ ସାନ ଭାଇ ସତ୍ୟ ନାରାୟଣ ନାୟକ ପୁଲିସକୁ ଚକମା ଦେଖାଇ ଘଟଣା ପରଠାରୁ ଫେରାର୍ ହୋଇଯାଇଥିଲା । ଦିଗପହଣ୍ଡି ଜେଏମ୍ଏଫ୍ସି କୋର୍ଟ ବିଚାରପତି ସତ୍ୟ ନାରାୟଣ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ସହ ତାର ସମ୍ପତ୍ତି ବାଜ୍ୟାପ୍ତ ନିଦେ୍ର୍ଧଶ ଦେଇଥିଲେ ।
Comments are closed, but trackbacks and pingbacks are open.