ପୁଲିସ କ୍ୱାର୍ଟର୍ସରେ ଗଣବଳାକ୍ରାର କନେଷ୍ଟବଳ ସହ ୪ ଗିରଫ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ପୁଲିସ ବର୍ଦ୍ଧିରେ ଲାଗିଲା କଳଙ୍କ । ରକ୍ଷକ ହୋଇ ସାଜିଲା ଭକ୍ଷକ । ସୁରକ୍ଷା ଦେବା ବଦଳରେ ଅସହାୟ ଯୁବତୀଙ୍କୁ ଉଠାଇ ନେଇ କଲେ ଗଣବଳାକ୍ରାର । ଚାରି ଜଣ ମିଶି ଘଟାଇଲେ ଏଭଳି ଏକ ଅଭାବନୀୟ କାଣ୍ଡ । ଏଭଳି ଲଜ୍ଜାଜନକ ଘଟଣା ନେଇ ପୁରୀରେ ସୃଷ୍ଟି ହୋଇଛି ଚହଳ । ଘଟଣା ପରେ ଖସି ଯାଇଛନ୍ତି ପୀଡିତା । କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ କନେଷ୍ଟବଳ ସହ ୪ଜଣଙ୍କୁ ଗିରଫ କରାଯାଇଛି । କନେଷ୍ଟବଳ ହେଲେ ଜିତେନ୍ଦ୍ର କୁମାର ସେଠୀ (୪୧) । ସେ ଓଡ଼ିଶା ପୁଲିସରେ କନେଷ୍ଟବଳ ନଂ ୪୫୦ । ପୂର୍ବତନ ଏସ୍ପିଙ୍କ ସମୟରେ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ଖବର ମିଳିଛି ।
ପୀଡିତା ଜଣକ ଜଣେ ଡ୍ୟାନ୍ସର୍ ବୋଲି ପୁଲିସ କହିଛି । ଆଜି ଡାକ୍ତରୀ ପରୀକ୍ଷା ପରେ ନାବାଳିକା ବୋଲି ଜଣାପଡ଼ିଛି । ସେ ଭୁବନେଶ୍ୱରରେ ରହୁଥିଲେ । ଆଜି କାକଟପୁରସ୍ଥିତ ନିଜ ଘରକୁ ବସରେ ଯାଉଥିଲେ । ଅପରାହ୍ନ ୨ଟାରେ ନିମାପଡା ବସ୍ଷ୍ଟାଣ୍ଡରେ ଓହ୍ଲାଇ ଏକ ହୋଟେଲ୍ରେ ଖାଉଥିଲେ । ଏହି ସମୟରେ ବସ୍ ପଳାଇଥିଲା । ତେଣୁ ସେ ଆଉ ଏକ ବସ୍କୁ ଅପେକ୍ଷା କରି ସେଠାରେ ଛିଡା ହୋଇଥିଲେ । କାର୍ରେ ଜିତେନ୍ଦ୍ର ତାର ଆଉ ୩ ଜଣ ସହଯୋଗୀଙ୍କ ସହିତ ମିଶି ଯୁବତୀଙ୍କ ପାଖରେ ପହଞ୍ଚିଥିଲେ । ଏକୁଟିଆ ଛିଡା ହୋଇଥିବା ଦେଖି ଯୁବତୀଙ୍କୁ କୁଆଡେ ଯିବ ବୋଲି ପଚାରିବାରୁ କାକଟପୁର ଯିବେ ବୋଲି କହିଥିଲେ । ତାଙ୍କୁ କାକଟପୁରରେ ଛାଡ଼ି ଦେବା ପାଇଁ କହିଥିଲେ ବୋଲି କହିଛନ୍ତି ପୀଡିତା । ହେଲେ ଯୁବତୀ ତାଙ୍କ କଥାକୁ ଗ୍ରହଣ କରିନଥିଲେ । ତେଣୁ ଜିତେନ୍ଦ୍ର ନିଜକୁ ପୁଲିସ ବୋଲି ପରିଚୟ ଦେଇଥିଲା । ପୁଲିସ ପରିଚୟପତ୍ର ଦେଖାଇ ସୁରକ୍ଷିତ ଭାବେ ତାଙ୍କୁ ନେଇ କାକଟପୁରରେ ଛାଡିଦେବେ ବୋଲି କହିଥିଲା । ଏହାପରେ ବିଶ୍ୱାସ କରି କାର୍ରେ ବସିଥିଲେ ଯୁବତୀ । ସେ କାର୍ ଡୋର୍ ପାଶ୍ୱର୍ରେ ବସିଥିଲେ । କାର୍ ଚାଲୁଥିବାବେଳେ ତାଙ୍କୁ ବାଧ୍ୟ କରି ମଝିରେ ବସାଇଥିଲେ ବୋଲି ଅଭିଯୋଗ କରିଛନ୍ତି । ଜିତେନ୍ଦ୍ର ତାଙ୍କୁ କାକଟପୁର ନେବା ବଦଳରେ ପୁରୀ ଆଣିଥିଲା ।

ପୁରୀରେ ପହଞ୍ଚିବା ପରେ ଜିତେନ୍ଦ୍ର ପୁଲିସ ବାରାକ୍ ନିକଟରେ ଥିବା ତା’ର କ୍ୱାର୍ଟର୍ସକୁ ନେଇଥିଲା । ତାଙ୍କ ସ୍ତ୍ରୀ ମଧ୍ୟ ପୁଲିସ ବିଭାଗରେ କାମ କରୁଥିବାରୁ ତାଙ୍କୁ ଏହି କ୍ୱାର୍ଟର୍ସ ମିଳିଥିଲା । ଏଠାରେ ୪ ଜଣ ଅସଦାଚରଣ କରିଥିଲେ । ପରେ ୨ ଜଣ ବାହାର ପଟୁ ଲକ୍ କରି ପଳାଇଥିବାବେଳେ ଜିତେନ୍ଦ୍ର ସହ ଆଉ ଜଣେ ବନ୍ଦ କୋଠରି ଭିତରେ ତାଙ୍କୁ ବଳାକ୍ରାର କରିଥିଲେ ବୋଲି କହିଛନ୍ତି ପୀଡିତା । ବନ୍ଦ କ୍ୱାର୍ଟର୍ସରେ ପ୍ରଥମେ ଅଭିଯୁକ୍ତମାନେ ମଦ୍ୟପାନ କରି ପରେ ବଳାକ୍ରାର କରିଥିବା କହିଛନ୍ତି ବୋଲି ପୁଲିସ କହିଛି । ବଳାକ୍ରାର ସମୟରେ ପୀଡିତା ଭିଡିଓ ରେକର୍ଡିଂ କରିଥିବା ନେଇ ଦାବି କରିଛନ୍ତି । ଏହି ଭିଡିଓକୁ ପୁଲିସ ଜବତ କରିଛି । ପ୍ରଚୁର ନିଶା ହୋଇଥିବା କାରଣରୁ ସାଥୀ ସହ ଜିତେନ୍ଦ୍ର ନିସ୍ତେଜ ହୋଇପଡିଥିଲା । ଏହାପରେ ବାହାରେ ଥିବା ଜଣେ ବ୍ୟକ୍ତିଙ୍କୁ ଝରକା ବାଟ ଦେଇ ଡାକିବା ପରେ ବ୍ୟକ୍ତି ଜଣକ କବାଟ ଖୋଲିଥିଲେ । ପରେ ପୀଡ଼ିତା ସନ୍ଧ୍ୟା ୬ଟାରେ ଜିତେନ୍ଦ୍ରର ପର୍ସ ନେଇ ଖସି ଆସିଥିଲେ । ଏହି ପର୍ସରେ ଜିତେନ୍ଦ୍ରର ପୁଲିସ ପରିଚୟ ପତ୍ର, ପାସ୍ପୋର୍ଟ ଫଟୋ ଓ କିଛି କାଗଜପତ୍ର ଥିଲା । ପରେ କୁମ୍ଭାରପଡା ଥାନାରେ ପହଞ୍ଚିଥିଲେ ପୀଡ଼ିତା । ସେଠାରେ ତାଙ୍କୁ ପଚରାଉଚରା କରାଯାଇଥିଲା ।

ଏସ୍ପି ଉମାଶଙ୍କର ଦାଶ, ସିଟି ଡିଏସ୍ପି କ୍ଷୀରସାଗର ନାୟକ, ଜଣେ ମହିଳା ଡିଏସ୍ପିଙ୍କ ସହ କୁମ୍ଭାରପଡା ଆଇଆଇସି କୁଳମଣି ସେଠୀ ଆରମ୍ଭ କରିଥିଲେ ଛାନ୍ଭିନ୍ । ପ୍ରଥମେ ଜିତେନ୍ଦ୍ରକୁ ଓ ପରେ ଅନ୍ୟ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି ।ସେ ନାବାଳିକା ବୋଲି ଜଣାପଡ଼ିଥିଲା । ମହିଳା ଡିଏସ୍ପି ଏନେଇ ପୀଡିତାଙ୍କୁ ପଚରାଉଚରା କରୁଥିବାବେଳେ ଏସ୍ପି ଶ୍ରୀ ଦାଶ ଅଭିଯୁକ୍ତମାନଙ୍କୁ ଜେରା କରୁଛନ୍ତି । ପୂର୍ବରୁ କନେଷ୍ଟବଳ ଜିତେନ୍ଦ୍ର ଏକାଧିକ ମାମଲାରେ ଜଡିତ ଥିବା ଜଣାପଡିଛି । ବଳାକ୍ରାର ଉଦ୍ୟମ ମାମଲା ଓ ମହିଳାଙ୍କୁ ପୋଡି ମାରିବାକୁ ଉଦ୍ୟମ ମାମଲାରେ ଜେଲ୍ ଯାଇ ଜାମିନ୍ରେ ଆସିଥିବାବେଳେ ପୁଣି ଏକ ସମାନ କାଣ୍ଡ ଘଟାଇଥିବାରୁ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସ୍ପି ଶ୍ରୀ ଦାଶ । ଅଭିଯୁକ୍ତ ସବୁବେଳେ ଆମ ପାଇଁ ସମାନ । ସମସ୍ତ ଅଭିଯୁକ୍ତଙ୍କୁ ଧରି କଠୋର କାର୍ଯ୍ୟାନୁÂାନ ଗ୍ରହଣ କରିବେ ବୋଲି ମଧ୍ୟ ସେ କହିଛନ୍ତି ।
ସେପଟେ ଘଟଣା ପ୍ରଘଟ ହେବା ପରେ ଜିଲ୍ଲା ବିଜେପିର ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ଜିଲ୍ଲା କଂଗ୍ରେସ ଓ ଛାତ୍ର କଂଗ୍ରେସର କର୍ମୀମାନେ ଥାନାରେ ପହଞ୍ଚିବା ସହ ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons