ନୂଆପଡ଼ା,(ବି.ବି.ନୁ୍ୟଜ୍): ଏକ ଆନ୍ତଃ ଜିଲ୍ଲା ବାଇକ ଚୋରି ର୍ୟାକେଟ୍କୁ କାବୁ କରିଛି ଜୋଙ୍କ ପୁଲିସ । ୮ ଚୋରି ବାଇକ ଜବତ କରିବା ସହ ଜଣେ ଚୋରକୁ ଗିରଫ ମଧ୍ୟ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁର ବିନୁ ଅଦା(୨୧) । ତାକୁ ଶନିବାର କୋର୍ଟଚାଲାଣ କରାଯାଇଛି । ପୁଲିସ ଅନ୍ୟ ଜଣେ ନାବାଳକୁ ଅଟକ ରଖି ଜେରା ମଧ୍ୟ କରୁଛି ବୋଲି ଏଏସ୍ପି ସୁନୀଳ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ଜୋଙ୍କ ଥାନାରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଏଏସ୍ପି ଶ୍ରୀ ଆଚାର୍ଯ୍ୟ କହିଛନ୍ତିି, ଗତ କିଛି ମାସ ହେଲା ଖରିଆରରୋଡ଼ ସହରରେ ବହୁ ବାଇକ ଚୋରି ନେଇ ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ଲାଗି ଜୋଙ୍କ ଆଇଆଇସି ଯୁଗଳ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ସହର ଭିତରେ ସନ୍ଦିଗ୍ଧଙ୍କ ଉପରେ ଜୋଙ୍କ ପୁଲିସ କଡ଼ା ନଜର ରଖିଥିଲା । ଗତକାଲି ସହର ଭିତରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ସନ୍ଦିଗ୍ଧଙ୍କୁ ଅଟକ ରଖିଥିଲା । ପୁଲିସ ତାକୁ ଜେରା କରି ବହୁ ତଥ୍ୟ ସଂଗ୍ରହ କରିଥିଲା । ତା’ଠାରୁ ୮ଟି ଚୋରି ବାଇକକୁ ବିଭିନ୍ନ ସ୍ଥାନରୁ ପୁଲିସ ଜବତ କରିଥିଲା । ସେଥିରୁ ‘ଓଡି ୨୬ ୮୨୮୫’, ‘ସିଜି ୦୬ ଜିଏଚ ୩୫୨୩’, ‘ଓଡି ୧୭ ଏଲ ୫୭୬୯’ ଓ ‘ସିଜି ୦୪ ଏଲ୍କୁ୍ୟ ୭୪୨୬’ ଆଦି ୪ ଟି ବାଇକ ଚୋରି ହୋଇଥିବା ଜୋଙ୍କ ଥାନାରେ ଅଭିଯୋଗ ହୋଇଥିବାବେଳେ ଅନ୍ୟ ୪ଟି ବାଇକ ମାଲିକଙ୍କ ଠିକଣା ଜଣା ପଡ଼ିନାହିଁ । କଣ୍ଟାବାଞ୍ଜି ଅଞ୍ଚଳର ଏକ ଚୋରି ର୍ୟାକେଟ ଗ୍ୟାଙ୍ଗ ନୂଆପଡ଼ା ଜିଲ୍ଲା ଖରିଆରରୋଡ଼, ଉଦ୍ୟାନବନ୍ଧ, କୋମନା, ଖଡ଼ିଆଳ, ସିନାପାଲି ଅଞ୍ଚଳରେ ବାଇକ ଚୋରି କରୁଛନ୍ତି । ସେହି ବାଇକକୁ ସେମାନେ କମ୍ ଦରରେ ବିକ୍ରି କରିଛନ୍ତି । ଏହି ଗ୍ୟାଙ୍ଗରେ ୮ ଜଣ ସଦସ୍ୟ ରହିଛନ୍ତି । ସେଥିରୁ ୨ ଜଣକୁ ପୁଲିସ ଗିରଫ କରିଛି ଓ ଅନ୍ୟ ୬ ଜଣକୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି ବୋଲି ସୂଚନା ଦିଆଯାଇଛି ।
Comments are closed, but trackbacks and pingbacks are open.