ଚାନ୍ଦବାଲି, (ବି.ବି.ନୁ୍ୟଜ୍): ଦଶହରାରେ କ୍ୟାଣ୍ଡକପ ସହ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ଜେଲ ଯିବା ବେଳେ ପୁଲିସ ବାଇକରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି । ବାଂଶଡ଼ା ଥାାନରୁ ଦୁଇ ଜଣ କନେଷ୍ଟବଳ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରି ଭଦ୍ରକ ଜେଲକୁ ଯାଉଥିଲେ । ଚାନ୍ଦବାଲି- ଭଦ୍ରକ ରାଜ୍ୟ ରାଜପଥର ନାଲଗୁଣ୍ଡା ନିଟକରେ ଅଭିଯୁକ୍ତ ଜଣକ ବାଇକ ଆରୋହୀ ତଣ୍ଟିକୁ ଚିପି ଧରିଥିଲେ । ଭାରସାମ୍ୟ ହରାଇ ଗାଡ଼ିଟି ପଡ଼ି ଯାଇଥିଲା । ଅଭିଯୁକ୍ତ ଫେରାର ହୋଇଯାଇ ଥିଲେ । ଅଭିଯୁକ୍ତ ଖସିଯିବା ଯୋଗୁଁ କନେଷ୍ଟବଲ ତୁଷାରକାନ୍ତ ଦାସ ଓ ମୁଷଳା ହାଁସଦାଙ୍କୁ ଚାନ୍ଦବାଲି ଏସଡିପିଓ ଉମାଶଙ୍କର ମହାରଣା ନିଲମ୍ବିତ କରିଥିଲେ । ୧୮ ଘଣ୍ଟା ପରେ ଅଭିଯୁକ୍ତ ପୋଖରୀରେ ବୁଡି ଲୁଚିଥ୍ô୍ବା ବେଳେ ଗାଁ ଲୋକଙ୍କ ସହାୟତାରେ ପୁଲିସ ପୁଣି ଗିରଫ କରିଛି । ଏକାସାଙ୍ଗରେ ୨ଟି ମକଦ୍ଧମା ଲଗାଇ ଜେଲକୁ ପଠାଇଛି ।
ବାଂଶଡ଼ା ଥାନା ଅନ୍ତର୍ଗତ ଜଲେଶ୍ୱରପୁର ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅସଦ ବ୍ୟବହାର କରିଥିବା ଘଟଣାରେ ସେହି ଗାଁର ଅଭିମନୁ୍ୟ ବାରିକଙ୍କୁ ଗିରଫ କରିଥିଲା । ସ୍ଥାନୀୟ ପୁଲିସ କେଶନଂ ୨୩୫/୧୯ ଦଫା ୩୪୧, ୩୫୪, ୨୯୪ ଓ ୫୦୬ ବଳରେ ଗିରଫ କରି ଚାନ୍ଦବାଲି କୋର୍ଟରେ ହାଜର କରାଇଥିଲା । ଦଶହରାରେ ଛୁଟି ଥିଲେ ମଧ୍ୟ ମାଜିଷ୍ଟେଟଙ୍କ ଘରେ ଅଭିଯୁକ୍ତଙ୍କୁ ହାଜର କରିଥିଲା ପୁଲିସ । ଚାନ୍ଦବାଲି କୋର୍ଟର ବିଚାରପତି ଅଭିଯୁକ୍ତ ଅଭିମନୁ୍ୟ ବାରିକଙ୍କୁ ଜେଲ ହାଜତକୁ ପଠାଇ ଦେଇଥ୍ôଲେ । ବାଂଶଡ଼ା ଥାନାର କନେଷ୍ଟବଲ ତୁଷାରକାନ୍ତ ଦାସ ଏବଂ ମୁଷାଳ ହାଁସଦା ୨ ଏହି ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ଭଦ୍ରକ ଜେଲରେ ଛାଡ଼ିବାକୁ ଯାଉଥିଲେ ।
ନୂଆ ପରିବହନ ଆଇନ ଅନୁସାରେ ୩ ଜଣ ଗୋଟିଏ ମୋଟର ସାଇକେଲରେ ବସିବା ବେଆଇନ ହୋଇଥିବାରୁ ଅଭିଯୁକ୍ତଙ୍କୁ ହ୍ୟାଣ୍ଡକପ୍ ପକାଇ ଜଣେ କନେଷ୍ଟବଲ ଗାଡ଼ି ଚଲାଉଥିବା ବେଳେ ଆଉ ଜଣେ କନେଷ୍ଟବଲ ଅନ୍ୟ ବାଇକରେ ଯାଉଥିଲେ । ବିଡ଼ମ୍ବନା ହେଲା ଚାନ୍ଦବାଲିରୁ ୧୫ କିଲୋମିଟର ଆସିବା ପରେ ନାଲଗୁଣ୍ଡା ବଜାର ନିକଟରେ ଏକ ବଡ଼ ହମ୍ପସ ପଡ଼ିଥିଲା । ଗାଡ଼ି ସ୍ଲୋ ହେବାରୁ ଅଭିଯୁକ୍ତ କନେÂବଲ ମୁଷଳା ହାଁସଦା ବେକକ ହ୍ୟାଣ୍ଡକପ୍ ସହ ଚାପି ଧରିବା ଯୋଗୁଁ ଗାଡ଼ି ତଳେ ପଡ଼ିଯାଇଥିଲା । ଏହି ସୁଯୋଗରେ ଅଭିଯୁକ୍ତ ଅଭିମନୁ୍ୟ ଫେରାର ହୋଇଯାଇଥିଲେ । ଏହି ଘଟଣା ନାଲଗୁଣ୍ଡା ବଜାରରେ ହଇଚଇ ହୋଇଯାଇଥିଲା । ଦିନ ୨ ଟା ବେଳେ ଏହି ଘଟଣା ଘଟିଥିଲେ ମଧ୍ୟ ଅଭିଯୁକ୍ତକୁ ଆଉ ଧରିବାର ସମ୍ଭବ ହୋଇନଥିଲା । ନିରାଶରେ ଦୁଇ ପୁଲିସ ଫେରି ଚାନ୍ଦବାଲି ଥାନାରେ ଏତେଲା ଦେଇଥିଲେ । ପୁଣି ଅଭିଯୁକ୍ତ ଅଭିମନୁ୍ୟ ବାରିକଙ୍କ ନାମରେ କେଶ ନଂ ୨୪୪/୧୯ ଦଫା ୩୦୭ ଓ ୨୨୪ ବଳରେ ଆଉ ଏକ ମକଦ୍ଧମା ରୁଜୁ କରାଯାଇଥିଲା । ଅନ୍ୟ ପକ୍ଷରେ ଅଭିଯୁକ୍ତ ନାଲଗୁଣ୍ଡା ଗାଁ ଭିତରେ ପଶିଯାଇ ଆଉ ବାହାରିବାକୁ ବାଟ ପାଇନଥିଲା । ହ୍ୟାଣ୍ଡକପ ହାତରେ ପଡ଼ିଥିବାରୁ ଲୋକେ ଚାରିଆଡେ଼ ହୋ-ହାଲ୍ଲା କରି ଜଗିଥିବାରୁ ଏକ ପୋଖରୀରେ ବୁଡ଼ି ଯାଇ ଲୁଚି ରହିଥିଲା । ଆଜି ଅର୍ଥାତ ୯ ଅକ୍ଟୋବରରେ ଭୋର ଭୋର ଅଭିଯୁକ୍ତକୁ ଦଳ ପୋଖରୀର ଗାଁ ଲୋକଙ୍କ ସହାୟତାରେ ପୁଲିସ ଧରିବାକୁ ସକ୍ଷମ ହୋଇଥିଲା ।
Comments are closed, but trackbacks and pingbacks are open.