ବ୍ରହ୍ମପୁର: ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟ ଆକ୍ରମଣ ଅଭିଯୋଗ । ଏ ନେଇ ହାଉସ ସର୍ଜନ ଆଶିଷ ଅଂଶୁମାନ ପଣ୍ଡା ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି । ଆକ୍ରମଣକାରୀଙ୍କୁ ଗିରଫ କରିବା ସହ ଆଇନଗତ ଦଣ୍ଡବିଧାନ କରିବାକୁ ହାଉସସର୍ଜନ ଡାକ୍ତର ମାନେ ଦାବି କରିଛନ୍ତି । ଘଟଣାକୁ ନେଇ ମେଡିକାଲ ପୁଲିସ ଫାଣ୍ଡିରେ ହାଉସସର୍ଜନ ଡାକ୍ତର ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଦୁଇ ଘଣ୍ଟା ଧରି ହୋ-ହାଲ୍ଲା ହୋଇଛି । ସେପଟେ ଯେଉଁମାନଙ୍କ ନାମରେ ଆକ୍ରମଣ ଅଭିଯୋଗ ଆସିଛି, ସେମାନେ ଡାକ୍ତରଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ଡାକ୍ତର ତାଙ୍କୁ ଦୁର୍ବ୍ୟବହାର କରିବା ସହ ମୋବାଇଲ୍ ଛଡାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମାମଲାର ସମାଧାନ ହୋଇପାରିନଥିଲା । ପୁଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ମାମଲାର ଆପୋଷ ବୁଝାମଣା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିବା ସୂଚନା ମିଳିଛି ।
ଡାକ୍ତର ଆଶିଷ ଅଂଶୁମାନଙ୍କ ଅଭିଯୋଗ ପ୍ରକାରେ ଆଜି ତାଙ୍କର ପିଏମ୍ଆର୍ କୋଠା ୫ମ ୟୁନିଟ୍ରେ ଡୁ୍ୟଟି ଥିଲା । ସେ ସମସ୍ତ ରୋଗୀଙ୍କୁ ଚିକିତ୍ସା କରୁଥିଲେ ଏବଂ ପୂର୍ବରୁ ଦିଆଯାଇଥିବା ପରାମର୍ଶ ଚିଠା ପ୍ରକାରେ ସମସ୍ତ ରୋଗୀଙ୍କୁ ଔଷଧ ଦେଉଥିଲେ । କିନ୍ତୁ ଜଣେ ରୋଗୀ ସମ୍ପର୍କୀୟ ଗୋବିନ୍ଦ ସାହୁ(୬୨)ହଠାତ୍ ଡାକ୍ତରମାନେ କିଛି କରୁନାହାନ୍ତି ଅଭିଯୋଗ କରିବା ସହ ଡାକ୍ତରଙ୍କୁ ନେଇ ଗାଳିଗୁଲଜ କରିଥିଲେ । ପରେ ଫଟୋ ମଧ୍ୟ ଉଠାଇଥିଲେ । ଫଟୋ କାହିଁକି ଉଠାଉଛ ବୋଲି ପଚାରିବାରୁ ପାଟିତୁଣ୍ଡ ହୋଇଥିଲା ଏବଂ ଗୋବିନ୍ଦ ଗୋଟିଏ ହେଲମେଟ୍ରେ ତାଙ୍କୁ ଛାତିକୁ ଧକ୍କା ଦେଇଥିଲେ । ସେ ଏଥିରେ ଆଘାତ ପାଇଛନ୍ତି ଏବଂ ତାଙ୍କୁ ଦୁର୍ବ୍ୟବହାର କରାଯାଇଛି ବୋଲି ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ଅରାହ୍ନ ୨ଟା ୩୦ରେ ଘଟଣା ଘଟିବା ପରେ ଡାକ୍ତରଖାନା ଛାଡ଼ି ଗୋବିନ୍ଦ ପଳାଇଥିଲେ ବୋଲି ଡାକ୍ତର ପଣ୍ଡା ଅଭିଯୋଗ କରିଛନ୍ତି ।
ଉଦୟଗିରି ଅଞ୍ଚଳରୁ ପ୍ରଶାନ୍ତ ଆଚାର୍ଯ୍ୟ ତାଙ୍କ ମାଆ ସୁଷମା ଆଚାର୍ଯ୍ୟଙ୍କୁ ନେଇ ଏମ୍କେସିଜି ଆସିଥିଲେ । ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିବାରୁ ତାଙ୍କୁ ପିଏମ୍ଆର୍ କୋଠାରେ ରଖି ଚିକିତ୍ସା କରାଯାଉଥିଲା । ଗୋବିନ୍ଦ ତାଙ୍କ ଶାଶୁ ସୁଷମାଙ୍କୁ ଦେଖିବାକୁ ଯାଇଥିଲେ । ଶାଶୁଙ୍କୁ ଦେଖିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି । ବୈଦ୍ୟନାଥପୁର ଥାନା ଆଇଆଇସି ଶାରଦା ପ୍ରସନ୍ନ ଦାଶ ଏବଂ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ଏଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉଭୟ ପକ୍ଷଙ୍କୁ ଡାକି ବୁଝାସୁଝା କରିବାକୁ ଉଦ୍ୟମ କରୁଛନ୍ତି । ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ମାମଲାର ସମାଧାନ ହୋଇପାରିନାହିଁ । ସେପଟେ ହାଉସସର୍ଜନ ମାନେ ଘଟଣାକୁ ନିନ୍ଦା କରିବା ସହ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ । ବର୍ତ୍ତମାନ ପରିସ୍ଥିତିରେ ଡାକ୍ତର ମାନେ ମରଣ ସହ ଲଢେ଼ଇ କରି କାମ କରୁଛନ୍ତି । ଡାକ୍ତର କାହାର ଶତ୍ରୁ ନୁହଁନ୍ତି, କିନ୍ତୁ ରୋଗୀ ସମ୍ପର୍କୀୟ ଯେଉଁଭଳି ବ୍ୟବହାର କରିଛନ୍ତି ଆଇନଗତ କାର୍ଯ୍ୟାନୁÂାନ ଆବଶ୍ୟକ ବୋଲି କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.