ଫୁଲବାଣୀ, (ବି.ବି.ନୁ୍ୟଜ୍): କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ମହିଳା କ୍ୟାଡର୍ ମାଓବାଦୀ ସିଜୁ କହଁର ଓରଫ ପିଙ୍କି ସୋମବାର ସକାଳ ୮ଟାରେ ବେକରେ ଶାଢିÿ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସେ ରହୁଥିବା ମାଦିକୁନ୍ଦା ପୁଲିସ ବାରାକ୍ ପରିସରରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସେ ଗତବର୍ଷ ମାର୍ଚ୍ଚରେ ଆତ୍ମସମର୍ପଣ କରିବା ପରେ ପୁଲିସ ବାରାକ୍ରେ ରହୁଥିଲେ । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟାଉନ୍ ଥାନାରେ କେସ୍ ନମ୍ବର ୨୧/୨୦୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ । ଏସ୍ପି ପ୍ରତୀକ୍ ସିଂ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ତେବେ କେଉଁ କାରଣରୁ ସେ ଏଭଳି କରିଛନ୍ତି ତାହା ତଦନ୍ତ ପରେ ଜଣାଯିବ ବୋଲି କନ୍ଧମାଳ ଏସ୍ପି ସୂଚନା ଦେଇଛନ୍ତି ।
ମୃତ ମହିଳା ମାଓବାଦୀ ସିଜୁ କହଁରଙ୍କ ଘର ଫିରିଙ୍ଗିଆ ଥାନା ଜାରଗୀସରୁ ଗ୍ରାମ । ସେ ୨୦୧୬ରେ ସିପିଆଇ ମାଓ ସଙ୍ଗଠନ କେକେବିଏନ୍ ଡିଭିଜନ୍ରେ ସାମିଲ ହୋଇ କ୍ୟାଡର୍ ମାଓବାଦୀ ଭାବେ କାର୍ଯ୍ୟ କରିଥିଲେ । କନ୍ଧମାଳ ଜିଲ୍ଲାରେ ଘଟିଥିବା ଅନେକ ମାଓବାଦୀ ଘଟଣାରେ ସମ୍ପୃକ୍ତ ଥିଲେ ସେ । ତେବେ ଗତବର୍ଷ ମାର୍ଚ୍ଚ ୨୯ରେ ମାଓ ସଙ୍ଗଠନର କାର୍ଯ୍ୟକଳାପରେ ଅତିÂ ହୋଇ ପୁଣି ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ଏସ୍ପି ପ୍ରତୀକ୍ ସିଂଙ୍କ ନିକଟରେ ଆତ୍ମସମପର୍ପଣ କରିଥିଲେ । ସରକାରଙ୍କ ଆତ୍ମସମର୍ପଣ ନିୟମ ଅନୁଯାୟୀ ତାଙ୍କୁ ଥଇଥାନ ବ୍ୟବସ୍ଥା କରାଯିବା ସାଙ୍ଗକୁ ସହାୟତା ରାଶି ଦିଆଯାଇଥିଲା । ତେବେ ମାଓ ସଙ୍ଗଠନ ତରଫରୁ ତାଙ୍କୁ ଧମକ ଦିଆଯାଇଥିବାରୁ ସୁରକ୍ଷା ପାଇଁ ମାଦିକୁନ୍ଦାସ୍ଥିତ ପୁଲିସ ବାରାକ୍ରେ ଅସ୍ଥାୟୀ ଭାବେ ରଖାଯାଇଥିଲା । କିଛି ଦିନ ତଳେ ଜିଲ୍ଲା ପୁଲିସ ପକ୍ଷରୁ ସିଜୁ ଓ ଅନ୍ୟ ଦୁଇ ଜଣ ଆତ୍ମସମର୍ପଣ କରିଥିବା ଏକ ଭିଡିଓ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ସିଜୁ ଆତ୍ମସମପର୍ଣ କରିବା ପରେ ସରକାର ଦେଉଥିବା ବିଭିନ୍ନ ପ୍ରୋତ୍ସାହନ ବ୍ୟବସ୍ଥା ସମ୍ପର୍କରେ କହିବା ସହ ଅନ୍ୟ ମାଓବାଦୀମାନଙ୍କୁ ପୁଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ଆହ୍ୱାନ କରିଥିଲେ । ମାତ୍ର ଅଳ୍ପ ଦିନ ପରେ ଏଭଳି ଘଟଣା ଘଟିଛି ।


Comments are closed, but trackbacks and pingbacks are open.