ପୁଲିସ-ମାଓବାଦୀ ଗୁଳି ବିନିମୟ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ): ଦୁଇ ଦିନ ଧରି କନ୍ଧମାଳ ଚକାପାଦ ବ୍ଲକ ଅନ୍ତର୍ଗତ ଚାହାଳି ପଞ୍ଚାୟତର ଲଙ୍ଗେରିମୁଣ୍ଡା ଗ୍ରାମ ଜଙ୍ଗଲରେ ଏସ୍ଓଜି ଓ ଡିଭିଏଫ୍ (ଜିଲ୍ଲା ଭୋଲେଣ୍ଟାରୀ ଫୋର୍ସ) ଯବାନଙ୍କ ମିଳିତ କମ୍ବିଂ ଅପରେସନ୍ ଜାରି ରହିଥିଲା । ଗତକାଲି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍ ଗୁଳି ବିନିମୟ ହୋଇଛି । କେତେକ ମାଓବାଦୀ ଆହତ ହୋଇଥିବା ସନେ୍ଦହ କରାଯାଉଛି । ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇଥିବାବେଳେ ମାଓ କ୍ୟାମ୍ପ ଠାବ କରିଥିଲେ ଯବାନ । ସେଠାରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଥିବା ଆଜି କନ୍ଧମାଳଏସ୍ପି ବିନୀତ ଅଗ୍ରୱାଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
୭ ତାରିଖ ଠାରୁ ଏସ୍ଓଜି ଯବାନ ଓ ଡିଭିଏଫ୍ ଯବାନ ପକ୍ଷରୁ କମ୍ବିଂ ଅପରେସନ୍ ଜାରି ରଖିଥିଲେ । ଏହି ଅଞ୍ଚଳରେ ମାଓବାଦୀ କାମ୍ପ କରି ରହିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲେ । ଏସ୍ଓଜି ଯବାନ ପକ୍ଷରୁ ନିକଟସ୍ଥ ଜଙ୍ଗଲରେ ଗତ ଦୁଇ ଧରି କମ୍ବିଂ ଅପରେସନ୍ କରାଯାଉଥିଲା । ଗୁରୁବାର ସକାଳେ ଜଙ୍ଗଲ ମଧ୍ୟରେ ଯବାନଙ୍କ ଉପରକୁ ମାଓବାଦୀମାନେ ଗ୍ରେନେଡ୍ ସହ ଗୁଳି ମାଡ଼ କରିଥିଲେ । ଏହାପରେ ପୁଲିସ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା । କିଛି ସମୟ ପରେ ମାଓବାଦୀ ଘଞ୍ଚ ଜଙ୍ଗଲ ମଧ୍ୟକୁ ପଳାଇଛନ୍ତି । ସଂପୃକ୍ତ ଅଞ୍ଚଳରୁ ପୁଲିସ ଏକ ମାଓ କ୍ୟାମ୍ପ ଠାବ କରିବା ସହ ମାଓ ସାମଗ୍ରୀ ଜବତ କରାଯାଇଛି । ସଂପୃକ୍ତ ଅଂଚଳରେ ୧୦ ରୁ୧୫ରୁ ଅଧିକ ମାଓବାଦୀ ଥିବା ସନେ୍ଦହ କରାଯାଉଛି । ଜବତ ମାଓ କାମ୍ପରୁ ହ୍ୟାଣ୍ଡ ଗ୍ରେନେଡ୍, ବିସ୍ଫୋରକ, ଔଷଧ, ରଶି, ବାସନକୁସନ ଆଦି ସାମଗ୍ରୀକୁ ଯବାନମାନେ ଜବତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons