ପୁଲିସ ହାତରେ ହାଡକୋର ପିଏଲ୍‌ଏଫଆଇ କମାଣ୍ଡର

Get real time updates directly on you device, subscribe now.

ରାଉରକେଲା: ସୁନ୍ଦରଗଡ଼ ବିର୍ସା ଅଞ୍ଚଳରୁ ଆଜି ପିଏଲ୍‌ଏଫ୍‌ଆଇ କମାଣ୍ଡର ଦୁର୍ଦ୍ଦାନ୍ତ ନକ୍ସଲ୍ ସୁଦାମ ସିଂହକୁ ପୁଲିସ ଗିରଫ କରିଛି। ତା’ଠାରୁ ଗୋଟିଏ ପିସ୍ତଲ ଓ ଜିଅନ୍ତା ଗୁଳି ଜବତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ।
ସୁଦାମ ୨୦୦୭ ମସିହାରେ ଝାଡଖଣ୍ଡ ବନୋ ଅଞ୍ଚଳର ଏରିଆ କମାଣ୍ଡର ଭାବେ ସକ୍ରିୟ ରହିବା ସହିତ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ମଧ୍ୟ ନଜରରେ ରଖିଥିଲା। ଓଡ଼ିଶା ଓ ଝାଡଖଣ୍ଡରେ ଘଟୁଥିବା ଚୋରି, ଡକାୟତି, ଦାଦାବଟି ଭଳି ୧୫ ଟି ମାମଲା ରହିଛି। ସେଥିରୁ ୭ଟି ହତ୍ୟା ମାମଲା ଝାରଖଣ୍ଡ ରାଜ୍ୟର ବିଭିନ୍ନ ଥାନାରେ ରହିଛି। ଏହାଛଡ଼ା ହାତିବାରି ଅଞ୍ଚଳରେ ଥିବା ଏକ ସମବାୟ ସମିତି ଲୁଟ୍‌ ଘଟଣାରେ ସେ ସମ୍ପୃକ୍ତ ଥିବା ଡିଆଇଜି କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons