ପୁଷ୍କର ସିଂହ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଡେରାଡୁନ୍: ଉତ୍ତରାଖଣ୍ଡରେ ତୀରଥ ସିଂହ ରାୱତ୍ଙ୍କ ଇସ୍ତଫା ପରେ ପୁଷ୍କର ସିଂହ ଧାମି (୪୫)ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ରବିବାର ସନ୍ଧ୍ୟା ୫ଟାରେ ଉତ୍ତରାଖଣ୍ଡର ସର୍ବକନିÂ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ଗ୍ରହଣ କରିବେ । ଏଥସହ ସେ ରାଜ୍ୟର ୧୧ ତମ ତଥା ୪ ମାସ ମଧ୍ୟରେ ତୃତୀୟ ମୁଖ୍ୟମନ୍ତ୍ରୀ ହେବେ । ଶନିବାର ଡେରାଡୁନ୍ରେ ଅନୁÂିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାମ ଉପରେ ମୋହର ବାଜିଥିଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ପ୍ରଦେଶ ପ୍ରଭାରୀ ଦୁଷ୍ୟନ୍ତ କୁମାର ଗୌତମଙ୍କ ଉପସ୍ଥିତିରେ ବିଜେପିର ୫୭ ଜଣ ବିଧାୟକ ଏହି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଅନ୍ୟ କାହାର ନାମ ସଂପର୍କରେ ଚର୍ଚ୍ଚା ହୋଇନଥିଲା । କେବଳ ପୁଷ୍କର ସିଂହ ଧାମିଙ୍କ ନାମ ଉଠାଯାଇଥିଲା । ସର୍ବସହମତିରେ ତାଙ୍କୁ ବିଧାୟକ ଦଳର ନେତା ଓ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଥିଲା ।
ନେତା ନିର୍ବାଚିତ ହେବା ପରେ ନିଜ ପ୍ରତିକ୍ରିୟାରେ ଧାମି କହିଛନ୍ତି ଯେ ‘ଦଳ ଜଣେ ସାଧାରଣ କର୍ମକର୍ତ୍ତା, ଜଣେ ପୂର୍ବତନ ସୈନିକଙ୍କ ପୁଅକୁ ରାଜ୍ୟର ସେବା ପାଇଁ ବାଛିଛି । ଆମେ ଲୋକଙ୍କ ମଙ୍ଗଳ ପାଇଁ ଏକାଠି ହୋଇ କାମ କରିବୁ । କମ୍ ସମୟରେ ଲୋକଙ୍କ ସେବା କରିବାର ଚାଲେଞ୍ଜକୁ ମୁଁ ସ୍ୱୀକାର କରୁଛି । ମୋତେ ଏହି ସୁଯୋଗ ଦେଇଥିବାରୁ ଦଳ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ସୂଚନାଥାଉକି, ସାମ୍ବିଧାନିକ ସଙ୍କଟର ସାମ୍ନା କରୁଥିବା ଦର୍ଶାଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ୍ ଶୁକ୍ରବାର ତାଙ୍କ ପଦବିରୁ ଇସ୍ତଫା ଦେଇଥିଲେ । ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂହ ଧାମିଙ୍କ ନାମ ଉପରେ ଶନିବାର ମୋହର ବାଜିଛି । ଯାହାଫଳରେ ସେ ୪୫ ବର୍ଷ ବୟସରେ ରାଜ୍ୟର ସର୍ବକନିÂ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଧାମି ଉତ୍ତରାଖଣ୍ଡର କୁମାଉଁ ଅଞ୍ଚଳ(ଖଟିମା ବିଧାନସଭା ଆସନ)ରୁ ବିଧାୟକ ଅଛନ୍ତି । ୧୯୭୫ ମସିହା ସେପ୍ଟେମ୍ବର ୧୬ ତାରିଖରେ ରାଜ୍ୟର ପିଥୋରଗଡ଼ ଜିଲ୍ଲାର କାନାଲିଚିନ୍ନାରେ ତାଙ୍କର ଜନ୍ମ ହୋଇଥିଲା । ଲାଖଲୁ ବିଶ୍ୱବିଦ୍ୟାଳୟରୁ ସେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ଧାମି ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି । ଲକ୍ଷେ୍ନø ବିଶ୍ୱବିଦ୍ୟାଳୟରୁ ଏଲଏଲ୍ବି ଶିକ୍ଷା ଗ୍ରହଣ କରିଛନ୍ତି । ୧୯୯୦-୧୯୯୯ ମସିହା ଯାଏ ଏବିଭିପିର ଭିନ୍ନ ଭିନ୍ନ ପଦରେ ଧାମି କାମ କରିଥିଲେ । ୨୦୦୨-୨୦୦୬ ଯାଏ ସେ ଦଳର ଯୁବାମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ ବି ଥିଲେ । ୨୦୧୨ରେ ସେ ପ୍ରଥମ ଥର ପାଇଁ ଖଟିମା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୭ରେ ସେହି ଆସନରୁ ସେ ପୁଣି ଥରେ ବିଜୟ ଲାଭ କରିବାରେ ସଫଳ ହୋଇଥିଲେ । ଧାମିଙ୍କୁ ଆରଏସ୍ଏସ୍ ସହ ଘନିÂ ଭାବେ ମଧ୍ୟ ବିବେଚନା କରାଯାଇଥାଏ । ୪୫ ବର୍ଷୀୟ ଏହି ନେତା ଜଣକ ଜଣେ ନିର୍ବିବାଦୀୟ ଚେହେରା ଭାବେ ମଧ୍ୟ ଜଣାଶୁଣା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons