ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶିକ୍ଷକତା କରିବା ମହାନ ବୃତ୍ତି । ଶ୍ରେଣୀ କକ୍ଷରେ ହିଁ ଦେଶର ଭବିଷ୍ୟତ ଗଠନ କରାଯାଇଥାଏ । ତେଣୁ ଶିକ୍ଷକମାନେ ଦେଶ ଗଠନରେ ତାଙ୍କର ଦାୟିତ୍ୱପାଳନ କରନ୍ତୁ । ଛାତ୍ରଛାତ୍ରୀଙ୍କୁ କେବଳପୁସ୍ତକଗତ ଶିକ୍ଷାଦାନ ଦେବାରେ ଶିକ୍ଷକମାନେ ସୀମିତ ରୁହନ୍ତୁ ନାହିଁ । ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଓ ସେମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧର ବିକାଶ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବନିଯୁକ୍ତ ୪୮୯ ଶିକ୍ଷକ ଓ ୮ ଜଣ ଅଧ୍ୟକ୍ଷଙ୍କ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆଜି ରବୀନ୍ଦ୍ର ମଣ୍ଡପରେ ଅନୁÂିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଅଧ୍ୟକ୍ଷ ଓ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟରେ ବର୍ତ୍ତମାନ ୨୧୪ ଆଦର୍ଶ ବିଦ୍ୟାଳୟ ରହିଛି । ଖୁବ୍ଶୀଘ୍ର ଆଉ ୧୦୦ଟି ଆଦର୍ଶ ଖୋଲାଯିବ । ଆଦର୍ଶ ବିଦ୍ୟାଳୟ ଉତ୍ତମ ଶିକ୍ଷାଦାନ ସହପିଲାଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ । ଆଗାମୀପିଢ଼ିକୁ ସ୍କୁଲ ଶିକ୍ଷା ଦେବାରେ ଏହି ବିଦ୍ୟାଳୟ ମୁଖ୍ୟ ଭୂମିକା ଗ୍ରହଣ କରିବ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଦର୍ଶ ବିଦ୍ୟାଳୟର ନୂଆ ୱେବସାଇଟ୍ ଲୋକାର୍ପଣ କରିଥିଲେ । ଏହା ସହ ସିବିଏସ୍ଇ ଦଶମପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଓଏଭିର ୯ ଜଣ ଛାତ୍ରଛାତ୍ରୀ, ୧୦୦ପ୍ରତିଶତପାସ୍ କରିଥିବା ୯ ଆଦର୍ଶ ବିଦ୍ୟାଳୟ ଓ ୬ ଜଣ କୃତୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ, ସିବିଏସ୍ଇ ଦଶମପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ବହୁତ ଭଲପ୍ରଦର୍ଶନ କରିଛନ୍ତି । ନିଜର ଏହି ଇଚ୍ଛାଶକ୍ତି ଓ ଦୃଢ଼ତାକୁ ବଜାୟ ରଖ । କଠିନପରିଶ୍ରମ କରି ସଫଳତାର ଶୀର୍ଷରେପହଞ୍ଚ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ୨୦୨୦ରୁ ୩୬ ନୂଆ ଆଦର୍ଶ ବିଦ୍ୟାଳୟ ଆରମ୍ଭ କରାଯିବ । ବର୍ତ୍ତମାନ ୨୧୪ଟି ବିଦ୍ୟାଳୟ ଚାଲିଛି । ସେଥିରୁ ୩୦ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ସ୍ତରକୁ ଉନ୍ନୀତ କରାଯାଇଛି । ଆଗାମୀ ଶିକ୍ଷା ବର୍ଷରେ ଆଉ ୩୦ଟି ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ସ୍ତରକୁ ଉନ୍ନୀତ କରାଯିବ । ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ ସହ ବୃତ୍ତି ଉପରେ ଗୁରୁତ୍ୱ ଦିଆଯାଉଛି ।ପାଠପଢ଼ାପରେ ଯେପରି ସମସ୍ତ ଛାତ୍ରଛାତ୍ରୀ ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ଧନ୍ଦାମୂଳକ ଶିକ୍ଷା ଆଦର୍ଶ ବିଦ୍ୟାଳୟରେ ଦିଆଯିବ । ଏଥିପାଇଁ ଯୋଜନା ଚାଲିଛି ।ପ୍ରଥମପର୍ଯ୍ୟାୟରେପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହେବ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ସ୍ୱୟଂସମ୍ପୂର୍ଣ୍ଣ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ଅନ୍ୟତମ ଅତିଥି ଓଏଭି ସଂଗଠନର ଉପଦେଷ୍ଟା ଡ. ବିଜୟ ସାହୁ କହିଛନ୍ତି, ଗ୍ରାମାଞ୍ଚଳରେ ଥିବାପ୍ରତିଭାମାନଙ୍କର ବିକାଶପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗଠନ କରାଯାଇଛି । କେବଳ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଉଦେ୍ଧଶ୍ୟ ନୁହେଁ ବରଂ ରାଜ୍ୟରେ ଥିବାପଛୁଆ ଅଞ୍ଚଳରେ ଆଧୁନିକ ଶିକ୍ଷାପଦ୍ଧତି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରପ୍ରମୁଖ ସଚିବ ତଥା କମିଶନର ଚିତ୍ରା ଅରୁମୁଗମ୍ ସ୍ୱାଗତ ଭାଷଣ ଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷକସ୍ତରରେ ଉନ୍ନତିପାଇଁ ଶିକ୍ଷକମାନେ ସକଳପ୍ରଚେଷ୍ଟ କରିବାପାଇଁ ଉପଦେଶ ଦେଇଥିଲେ । ସଂଗଠନର ରାଜ୍ୟପ୍ରକଳ୍ପ ନିଦେ୍ର୍ଧଶକ ରଘୁରାମ ଆର୍. ଆୟାର ଧନ୍ୟବାଦ ଦେଇଥିଲେ ।
Comments are closed, but trackbacks and pingbacks are open.