ପୂଜା ହେଗ୍ଡେଙ୍କ ମନେପଡ଼ିଲା ଖରାପ ସମୟ

Get real time updates directly on you device, subscribe now.

ସିନେ ତାରକାଙ୍କ ଜୀବନ ଉପରକୁ ଯେତିକି ଗ୍ଲାମରସ୍ ଦିଶେ, ସେତିକି ଯନ୍ତ୍ରଣାଦାୟକ ମଧ୍ୟ । ଅନେକ ଦୁଃଖ ଓ ଯନ୍ତ୍ରଣାକୁ ଭିତରେ ଚାପି କ୍ୟାମେରା ଆଗରେ ହସିବାକୁ ପଡ଼େ । ସେମିତି ଜଣେ ସିନେ କଳାକାର ହେଉଛନ୍ତି ‘ମହେଞ୍ଜୋଦାରୋ’ ନାୟିକା ପୂଜା ହେଗ୍ଡେ । ସିନେ ଜଗତରେ ସେ ମଧ୍ୟ ଖରାପ ସମୟ ଦେଇ ଗତି କରିଛନ୍ତି । ଦିନ ଥିଲା ତାଙ୍କ ହାତରେ ଗୋଟିଏ ବି ଫିଲ୍ମ ନଥିଲା । ଏହା ତାଙ୍କ ପାଇଁ ବହୁତ କଷ୍ଟକର ସମୟ ଥିଲା । ସମସ୍ୟା ଘେରରୁ ବାହାରିବା ପାଇଁ ଅନ୍ଲାଇନ୍ରେ ପ୍ରେରଣାଦାୟକ ଭିଡିଓ ଦେଖୁଥିଲେ । ଏହି ସମୟରେ ସେ ନିଜକୁ ପ୍ରସ୍ତୁତ କଲେ ଏବଂ ନିଜ ଦକ୍ଷତା ସୁଧାରିବା ଉପରେଧ୍ୟାନ ଦେଲେ । ଯେତେବେଳେ ସୁଯୋଗ ମିଳିଲା, ଝାମ୍ପିନେଲେ ଏବଂ ପ୍ରସ୍ତୁତି ଆରମ୍ଭ କରିଦେଲେ । ତାମିଲ ଫିଲ୍ମ ‘ମୁଗାମୂଡି’ ଜରିଆରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ ପୂର୍ବତନ ବିଉଟି କୁଇନ୍ ପୂଜା । ଦୁଇ ବର୍ଷ ପରେ ତେଲୁଗୁ ଫିଲ୍ମରେ କାମ କଲେ । ୨୦୧୬ରେ ହ୍ରିତିକ୍ ରୋଶନ୍ ଷ୍ଟାରର୍ ‘ମହେଞ୍ଜୋଦାରୋ’ରେ ଏଣ୍ଟ୍ରି କଲେ ବଲିଉଡ୍ରେ । ଏବେ ସେ ଅପ୍କିମଙ୍ଗ ମଲ୍ଟି ଷ୍ଟାରର୍ ‘ହାଉସ୍ଫୁଲ୍-୪’ରେ କାମ କରୁଛନ୍ତି । ଆସନ୍ତା ଅକ୍ଟୋବର ୨୫ରେ ଫିଲ୍ମଟି ମୁକ୍ତିଲାଭ କରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons